ନୂଆଦିଲ୍ଲୀ,୧୧/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ଅଛନ୍ତି । ଗତକାଲି (ସୋମବାର) ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିଥିଲେ । ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଜୋରଦାର ସ୍ବାଗତ କରିଥିଲେ ପ୍ରବାସୀ ଭାରତୀୟ । ଏହା ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହିତ ଡିନର ପାର୍ଟିରେ ସାମିଲ ହୋଇଥିଲେ ପ୍ରାଧାନମନ୍ତ୍ରୀ ମୋଦି । ଆଜି ପ୍ୟାରିସରେ ଆୟୋଜିତ ଏଆଇ ସମ୍ମିଳନୀରେ ଯୋଗ ଦେବେ । ୧୨ ତାରିଖରେ ଆମେରିକା ଗସ୍ତ କରିବେ ।
AI ସମ୍ମିଳନୀରେ ସାମିଲ ହେବେ- ପ୍ରଧାନମନ୍ତ୍ରୀ ମୋଦିଙ୍କ ୩ ଦିନିଆ ପ୍ୟାରିସ ଗସ୍ତର ଆଜି ଦ୍ବିତୀୟ ଦିନ । ପ୍ୟାରିସ ରାଷ୍ଟ୍ରପତିଙ୍କ ସହ ଭାରତ- ଫ୍ରାନ୍ସ ମଧ୍ୟରେ ସମ୍ପର୍କ ସୃଦୁଢ କରିବା ନେଇ ଆଲୋଚନା କରିବେ । ଦୁଇ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ପ୍ୟାରିସରେ ଅନୁଷ୍ଠିତ ଏଆଇ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦି ସୋମବାର ପ୍ୟାରିସରେ ପହଞ୍ଚିବା ପରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଡିନର ପାର୍ଟିରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ଦେଶର ଶୀର୍ଷ ନେତା ବି ଯୋଗ ଦେଇଥିଲେ । ଫ୍ରାନ୍ସର ପ୍ରସିଦ୍ଧ ଏଲିସି ପ୍ୟାଲେସରେ ଡିନର କାର୍ଯ୍ୟକ୍ରମ ହୋଇଥିଲା । ଆଜି (ମଙ୍ଗଳବାର) ପ୍ୟାରିସ ଗ୍ରାଣ୍ଡ ପ୍ୟାଲେସରେ ହେବାକୁ ଥିବା ଏଆଇ ଆକ୍ସନ ସମିଟ ୨୦୨୫ରେ ସହ ଅଧ୍ୟକ୍ଷତା କରିବେ ମୋଦି । ଏହି ସମ୍ମିଳନୀରେ ଆମେରିକାର ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଓ ଚୀନର ଉପ ପ୍ରଧାନମନ୍ତ୍ରୀ ବି ଯୋଗ ଦେବେ ।
ପ୍ରବାସୀ ଭାରତୀୟଙ୍କ ଜୋରଦାର ସ୍ବାଗତ-ଓର୍ଲି ବିମାନବନ୍ଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାର୍ଡ ଅଫ ଅନରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସନ୍ଧ୍ୟାରେ ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ପ୍ରବାସୀ ଭାରତୀୟମାନେ ଜୋରଦାର ସ୍ବାଗତ ଜଣାଇଥିଲେ । ହାତରେ ତ୍ରିରଙ୍ଗା ଧରି 'ଭାରତ ମାତା କି ଜୟ... ବନ୍ଦେ ମାତରମ...ସହ ମୋଦି କା ଗ୍ୟାରେଣ୍ଟି' ସ୍ଲୋଗାଲ ଦେଇଥିଲେ । ମୋଦି...ମୋଦି... ସ୍ଲୋଗାନ ବି ଦେଇଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ପାଖକୁ ଯାଇ ହାତ ମିଳାଇଥିଲେ । ଏହି ସମୟରେ ଜଣେ ବରିଷ୍ଠ ବ୍ୟକ୍ତି ତାଙ୍କ ପାଖକୁ ଆସି କହିଥିଲେ, ଆପଣ ଶିଖ୍ ଗୁରୁଙ୍କ ଜନ୍ମବାର୍ଷିକୀ ପାଳନ କରୁଥିବା ଜାଣି ଆମେ ଅତ୍ୟନ୍ତ ଖୁସି । ଆପଣ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ସବୁ ଧର୍ମର ଲୋକଙ୍କ କଥା ଚିନ୍ତା କରୁଛନ୍ତି । ସେମାନଙ୍କ ସହ କିଛି ସମୟ ପ୍ରଧାନମନ୍ତ୍ରୀ ବାର୍ତ୍ତାଳପ କରିଥିବା ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ...ଡିପଫେକ୍ ଭିଡିଓରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ନାଚିଲେ ରାପ୍ କଲେ
French President Emmanuel Macron tweets, "Welcome to Paris, my friend Narendra Modi! Nice to meet you, dear JD Vance! Welcome to all our partners for the AI Action Summit. Let’s get to work!" pic.twitter.com/IdDQQoc33M
— ANI (@ANI) February 11, 2025
ଏହି ଗସ୍ତରେ ଫ୍ରାନ୍ସର ମାର୍ସିଲେ ସହରରେ ଭାରତୀୟ ବାଣିଜ୍ୟ ଦୂତବାସକୁ ଉଦଘାଟନ କରିବେ । ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ ରିଆକ୍ଟର ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବେ । ଏହା ସହିତ ସେ ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସେନାଙ୍କୁ ଯୁଦ୍ଧ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବେ । ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କ ପ୍ରଥମ ଫ୍ରାନ୍ସ ଗସ୍ତ । ୨୦୨୩ରେ ଫ୍ରାନ୍ସର ରାଷ୍ଟ୍ରୀୟ ଦିବସ (ବାସ୍ତିଲ ଡେ) କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଏହି ବିଦେଶ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ନିମନ୍ତ୍ରଣରେ ମୁଁ ଫେବୃଆରୀ ୧୦ରୁ ୧୨ ଫ୍ରାନ୍ସ ଗସ୍ତରେ ରହିବି । ଫ୍ରାନ୍ସ ଗସ୍ତ ପରେ ମୋର ଆମେରିକା ଯାତ୍ରା ଆରମ୍ଭ ହେବ । ରାଷ୍ଟ୍ରପତି ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ମୋର ଏହି ଦୁଇଦିବସୀୟ ଯାତ୍ରା ଉଦ୍ଦିଷ୍ଟ । ଟ୍ରମ୍ପଙ୍କୁ ଭେଟିବାକୁ ମୁଁ ଉତ୍ସୁକ । ତାଙ୍କ ସହ ପ୍ରଥମ କାର୍ଯ୍ୟାକାଳରେ କାମ କରିବାର ଅନୁଭୂତି ବେଶ୍ ଭଲ ରହିଛି ।