ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦାମ୍ପତ୍ୟ ଜୀବନକୁ ପ୍ରଭାବିତ କରୁଛି ଇନ୍‌କମ୍‌ ଗ୍ୟାପ୍, ଆର୍ଥିକ ଦିଗକୁ କରନ୍ତୁ ନିୟନ୍ତ୍ରଣ...

ଭୁୁବନେଶ୍ୱର ୧୮/୦୭: ଆଜିକାଲି ପ୍ରାୟ  ଦମ୍ପତି ରୋଜଗାରିଆ ।  ସମୟ ସହ ତାଳ  ଦେଇ ଚାଲିବା  ପାଇଁ ଏହି ପନ୍ଥାର  ଆବଶ୍ୟକତା ରହିଛି । ଉଭୟ  ରୋଜଗାର କରିବା  ଦ୍ୱାରା ଘରପରିବାର  ପରିଚାଳନାରେ ସୁଧାର  ଆସିଥାଏ । କିନ୍ତୁ  ବେଳେ ବେଳେ ଏହି  ଇନ୍‌କମ୍‌ରେ ଆସୁଥିବା  ଗ୍ୟାପ୍‌ ଉଭୟଙ୍କ  ମଧ୍ୟରେ ସମସ୍ୟା ସୃଷ୍ଟି  କରିଥାଏ । ତେବେ  ଚାଲନ୍ତୁ ଜାଣିବା ଏହାକୁ  କେମିତି କରିବେ  ନିୟନ୍ତ୍ରଣ ।

୨୦୨୪ରେ ମାର୍ଚ୍ଚରେ ହୋଇଥିବା ଏକ ସର୍ଭେ ଅନୁସାରେ ମେଟ୍ରୋ  ସହରରେ ଚାକିରି କରୁଥିବା ୨୩ ପ୍ରତିଶତ ମହିଳାଙ୍କୁ ଅନୁଭବ  ହେଉଛି ସେମାନଙ୍କୁ ପୁରୁଷମାନଙ୍କ ତୁଳନାରେ କମ୍‌ ବେତନ  ଦିଆଯାଇଥାଏ । ଦମ୍ପତିଙ୍କ ମଧ୍ୟରୁ ଯଦି ଜଣେ କେହି ଘର ପରିଚାଳନା  ଦାୟିତ୍ୱ ନେଇଥାନ୍ତି, ତେବେ ଅନ୍ୟ ଜଣକୁ ଆର୍ଥିକ ଅସମାନତା  କାରଣରୁ ସଙ୍କୋଚ ଅନୁଭବ ହୋଇଥାଏ । ଏଭଳି ଅସୁରକ୍ଷିତ  ଭାବନା ଉଭୟଙ୍କ ଭିତରେ ଚିନ୍ତା ସୃଷ୍ଟି କରିଥାଏ । ଆର୍ଥିକ ଅସମାନତା  କାରଣରୁ କେବେ କେବେ ଦମ୍ପତିଙ୍କ ଭିତରେ ଲଢେଇ ହେବା,  ନିଜ ଖର୍ଚ୍ଚ ଲୁଚାଇବା କିମ୍ବା କମ୍‌ ବେତନକୁ ନେଇ ଲଜ୍ଜା ଅନୁଭବ  କରିବା ପରି ସ୍ଥିତି ମଧ୍ୟ ଉପୁଜିଥାଏ । ସ୍ୱାମୀଙ୍କଠାରୁ କମ୍‌ ରୋଜଗାର  କରୁଥିବା କାରଣରୁ କେବେ କେବେ ସ୍ତ୍ରୀମାନେ ନିଜକୁ ହୀନ  ମନେ କରିଥାନ୍ତି । ସମ୍ପର୍କ ପରାମର୍ଶଦାତା ଦୀପାଳି ବାତ୍ରାଙ୍କ କହିବା  ଅନୁସାରେ ଆର୍ଥିକ ଅସମାନତାକୁ କେମିତି ସାମ୍‌ନା କରିପାରିବେ ।  ଦମ୍ପତିଙ୍କ ଝଗଡାର ପ୍ରମୁଖ କାରଣ ହେଉଛି ଟଙ୍କା । 

ଅନେକ ଦମ୍ପତି  ଅଛନ୍ତି, ଯେଉଁମାନେ ଇନ୍‌କମ୍‌ ଗ୍ୟାପ୍‌ ପରି ସମ୍ବେଦନଶୀଳ  ବିଷୟକୁ ବୁଝିପାରି ନଥାନ୍ତି । ଫଳରେ ସେମାନଙ୍କ ସମ୍ପର୍କରେ  ତିକ୍ତତା ଆସିଥାଏ । ଅବଶ୍ୟ ବିବାହ ପୂର୍ବରୁ କଥା ହେବା ସମୟରେ  ଉଭୟ ପରସ୍ପରଙ୍କ ବେତନ ଓ ଖର୍ଚ୍ଚ ବିଷୟରେ କଥା ହେବା  ଜରୁରି । କିନ୍ତୁ ପ୍ରାୟ ଲୋକଙ୍କୁ ଏଭଳି ସମ୍ବେଦନଶୀଳ କଥା ଉପରେ  ଚର୍ଚ୍ଚା କରିବା ପସନ୍ଦ ନୁହେଁ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏହି  ବିଷୟ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିଥାଏ । ପ୍ରତ୍ୟେକ  ବ୍ୟକ୍ତିର ଆର୍ଥିକ ବ୍ୟକ୍ତିତ୍ୱ ଭିନ୍ନ ହୋଇଥାଏ । କେହି ଆର୍ଥିକ ଭାବେ  ସଞ୍ଚୟ କରିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟ ଜଣେ ଅଧିକ  ଖର୍ଚ୍ଚ କରିବାର ଅଭ୍ୟାସ ରହିଥାଏ । ତେଣୁ ପରସ୍ପର ମଧ୍ୟରେ  ଖୋଲାଖୋଲି ଭାବେ କଥା ହେବା ଦ୍ୱାରା ହିଁ ଆର୍ଥିକ ଅଭ୍ୟାସ  ବିଷୟରେ ଜଣାପଡିଥାଏ । ଫଳରେ ସେହି ହିସାବରେ ନିଜର ଖର୍ଚ୍ଚ  ଓ ସଞ୍ଚୟର ପ୍ରଣାଳୀ ସମ୍ବନ୍ଧୀୟ ସହମତି ପ୍ରସ୍ତୁତ କରିବା ସହଜ  ହୋଇଥାଏ । ଯଦି ଆର୍ଥିକ ଅସମାନତା ରହିଥାଏ, ତେବେ ନିମ୍ନ  ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।  

ଖୋଲାଖୋଲି କଥା ହୁଅନ୍ତୁ: ନିଜର ଭାବନାକୁ ସାଥୀ ସହ ବାଣ୍ଟନ୍ତୁ ।  ଯଦି ଆର୍ଥିକ ଅସମାନତାକୁ ନେଇ ମନରେ ଲଜ୍ଜା ବା ଭୟ ରହିଥାଏ, ତେବେ ପାର୍ଟନର ଆଗରେ କୁହନ୍ତୁ । ନିଜ ଭିତରେ ଆସୁଥିବା  ବିଚାରକୁ ଠିକ୍‌ ମାନି ନିଅନ୍ତୁନାହିଁ । ବରଂ ସାମ୍‌ନା ଲୋକର ମତ  ନିଅନ୍ତୁ । ବଦ୍‌ଖର୍ଚ୍ଚ କରୁଥିବା ସାଥୀ ସଞ୍ଚୟ କରୁଥିବା ପାର୍ଟନର୍‌ ସହ  ଆର୍ଥିକ ଦିଗ ବିଷୟରେ କଥା ହୁଅନ୍ତୁ । ଘରେ ହେଉଥିବା ଖର୍ଚ୍ଚ  ବିଷୟରେ ମାସ ଆରମ୍ଭ ପୂର୍ବରୁ ଯୋଜନା କରନ୍ତୁ ।  

ଭାଷାର ଧ୍ୟାନ ରଖନ୍ତୁ: ନିଜ ସାଥୀଙ୍କ ସହ ଟଙ୍କାପଇସା ବା ରୋଜଗାର  ବିଷୟରେ କଥା ହେବା ସମୟରେ ବୁଝିଶୁଝି ଚର୍ଚ୍ଚା କରିବା ଜରୁରି । କୌଣସି ବିବାଦ ସମୟରେ ଆର୍ଥିକ ଅସମାନତା ସମ୍ବନ୍ଧୀୟ 'ମୋର'  'ତୁମର' ଶବ୍ଦ ପ୍ରୟୋଗ କରନ୍ତୁନାହିଁ । କାରଣ ଏହି ଶବ୍ଦ ହିଁ ସାଥୀ ମନରେ ଭୟ ଓ ଲଜ୍ଜା ସୃଷ୍ଟି କରିଥାଏ ।  

ନିଷ୍ପତ୍ତି ଏକା ନିଅନ୍ତୁନି : କୌଣସି ଜିନିଷ କିଣିବା ବା ନିବେଶ  ସମୟରେ ଏକା ନିଷ୍ପତି ନିଅନ୍ତୁ ନାହିଁ । ଏପରି କରିବ ଦ୍ୱାରା ସାଥୀକୁ ଖରାପ ଲାଗିପାରେ । ତେଣୁ ତାଙ୍କ ସହମତି ନିଶ୍ଚୟ ନିଅନ୍ତୁ । ଯଦି ପିଲା ଥାନ୍ତି, ତେବେ କିଏ ଅଧିକ ଖର୍ଚ୍ଚି, ତାଙ୍କୁ ଜାଣିବାକୁ  ଦିଅନ୍ତୁନାହିଁ । ମିଳିମିଶି ଆର୍ଥିକ ଅସମାନତାରେ ସନ୍ତୁଳନ ଆଣିବାକୁ  ପ୍ରୟାସ କରନ୍ତୁ ।  

ବଜେଟ୍‌ ପ୍ରସ୍ତୁତ କରନ୍ତୁ: ଯଦି ଜଣେ ଖର୍ଚ୍ଚି ଓ ଆଉ ଜଣେ ସଞ୍ଚୟ କରୁଥାନ୍ତି, ତେବେ ଘରେ ଏମିତି ବଜେଟ୍‌ ତିଆରି କରିବା କରିବା ଆବଶ୍ୟକ। ଯେପରିକି ଉଭୟଙ୍କ ମଧ୍ୟରେ ଥିବା ଅସମାନତା ଦୂର  ହୋଇପାରିବ ।  

ବୁଦ୍ଧିସମ୍ପନ୍ନ ରୁହନ୍ତୁ: ଆର୍ଥିକ ଅସମାନତା ଅଧିକ ସମ୍ବେଦନଶୀଳ  ବିଷୟ । ତେଣୁ ସାଥୀ ପ୍ରତି ସହାନୁଭୂତି ରଖନ୍ତୁ, ଯେପରି ତାକୁ  ଖରାପ ନ ଲାଗିବ । ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

ମୂଲ୍ୟାୟନ କରନ୍ତୁ: ରୋଜଗାର ଓ  ଖର୍ଚ୍ଚକୁ ଦୃଷ୍ଟିରେ ରଖି ଯୋଜନା କରନ୍ତୁ ।  ଉଭୟଙ୍କ ଖର୍ଚ୍ଚ ଓ ରୋଜଗାରକୁ ନେଇ  ଘରର ବଜେଟ୍‌ ଓ ନିବେଶ ଆଦି ଯୋଜନା  କରିବା ଆବଶ୍ୟକ ।  

ଜଏଣ୍ଟ ବଜେଟ୍‌: ଉଭୟଙ୍କର  ରୋଜଗାରର ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି  ଜଏଣ୍ଟ୍‌ ଆକାଉଣ୍ଟରେ ରଖନ୍ତୁ । ଫଳରେ  ପାର୍ଟନର୍‌କୁ ସମାନତା ଅନୁଭବ ହେବ ।  ସେହିପରି ଦୀର୍ଘମିଆଦି ନିବେଶର ମଧ୍ୟ  ଯୋଜନା କରନ୍ତୁ ।  

ଟ୍ରାଭେଲ୍‌ ବଜେଟ୍‌: ବର୍ଷକୁ ଯେତେ  ବୁଲାବୁଲି କରିବାକୁ ଚାହୁଁଥିବେ, ତା’ର  ପ୍ଲାନ୍‌ ମଧ୍ୟ କରନ୍ତୁ । ଫଳରେ ଆସିବାକୁ  ଥିବା ଖଚ୍ଚ୍‌ର୍କୁ ନେଇ ସାଥୀ ଯେପରି  ଅସୁରକ୍ଷିତ ମନେ ନ କରିବେ ।  

ପକେଟ୍‌ ମନି: ଯଦି ଜଣେ ପାର୍ଟନର୍‌  ଚାକିରିରୁ ବ୍ରେକ୍‌ ନିଅନ୍ତି, ତେବେ ଅନ୍ୟ  ଜଣେ ତାଙ୍କୁ ପକେଟ୍‌ ମନି ଦେବା ଉଚିତ୍‌ ।  କିନ୍ତୁ ଏହି ସ୍ଥିତିରେ ସାଥୀଙ୍କ ଖର୍ଚ୍ଚର ହିସାବ  ନିଅନ୍ତୁ ନାହିଁ । 

ସ୍ମାର୍ଟ ସଞ୍ଚୟ: ଯଦି ସାଥୀ ରୋଜଗାର  କରୁଥାନ୍ତି, ତେବେ ଗ୍ୟାପ୍‌ ଉପରେ ଧ୍ୟାନ  ଦିଅନ୍ତୁ ନାହିଁ । ବରଂ ନିବେଶ କରି ଉଭୟଙ୍କ  ରୋଜଗାରର ଫାଇଦା ଉଠାନ୍ତୁ । ଫଳରେ  ଆର୍ଥିକ ବିକାଶକୁ ଦୁଇଗୁଣା କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.