ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ରାମକୋ କମ୍ପାନୀରେ ଅଘଟଣ; ଜଣଙ୍କର ମୃତ୍ୟୁ, ଫାଟକ ସମ୍ମୁଖରେ ଉତ୍ତେଜନା

Published By : Bijay Swain | March 7, 2025 6:11 PM

ଯାଜପୁର, ୦୭/୦୩: ଯାଜପୁର ଜିଲ୍ଲା ହରିଦାସପୁର ସ୍ଥିତ ରାମକୋ ସିମେଣ୍ଟ କାରଖାନାରେ ଅଘଟଣ। କଂପାନୀରେ ଲୋଡ଼ିଂ ଚାଲିଥିବା ସମୟରେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ମିଳିଛି ସୂଚନା। ମୃତ୍ୟୁ ପରେ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇ ନଥିବା ବେଳେ ମୃତଦେହକୁ ଗାଏବ କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ କଂପାନୀ ଫାଟକ ସମ୍ମୁଖରେ ଚାପା ଉତ୍ତେଜନା ଦେଖା ଦେଇଛି। 

ପରିବାର ଲୋକେ ଓ ସ୍ଥାନୀୟ ଗ୍ରାମବାସୀ ଫାଟକ ସମ୍ମୁଖରେ ହୋହାଲ୍ଲା କରିବା ସହ ଧାରଣାରେ ବସିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ପରିବାର ଲୋକେ ଓ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ତେବେ ମୃତକ ଜଣକ ଜେନାପୁର ଥାନା ଅଧୀନ ଶ୍ୟାମସୁନ୍ଦରପୁର ଅଞ୍ଚଳର ଗୋପୀନାଥ ଦାସଙ୍କ ପୁଅ ମାଧବାନନ୍ଦ ଦାସ ବୋଲି ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.