ଭୁବନେଶ୍ଵର, ୦୩/୦୩ : ବୃଦ୍ଧଙ୍କ ଗଳା କାଟି ହତ୍ୟା। ପରିତ୍ୟକ୍ତ ଘରୁ ମୃତଦେହ ଉଦ୍ଧାର। ଯାଜପୁର ରୋଡ୍ ଥାନା ମିଲିଟାରୀ ଛକ ନିକଟ ଏକ ପରିତ୍ୟକ୍ତ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।
ସୂଚନାନୁଯାୟୀ, ଯାଜପୁର ରୋଡ୍ ଥାନା ମିଲିଟାରୀ ଛକ ନିକଟ ଏକ ପରିତ୍ୟକ୍ତ ଘରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣଙ୍କ ସ୍ଥାନୀୟ ବଜାରରେ ପୂଜା କରୁଥିବା ଜଣେ ପୂଜକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବୃଦ୍ଧଙ୍କ ଗଳା କାଟି ହତ୍ୟା କରାଯାଇଛି। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ହତ୍ୟା ସନ୍ଦେହରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଏହି ଖବରଟିକୁ ପଢନ୍ତୁ-ବାରହା ଆକ୍ରମଣରେ ୨ ଆହତ