ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବାରହା ଆକ୍ରମଣରେ ୨ ଆହତ

Published By : Rasmita Pradhan | March 3, 2025 10:30 AM

ଭୁବନେଶ୍ଵର, ୦୩/୦୩ : ବାରହା ଆକ୍ରମଣରେ ୨ ଆହତ। ତିଗିରିଆ ବ୍ଲକ ମହାନଦୀ କୂଳ ଐଶାନେଶ୍ଵର ମନ୍ଦିର ନିକଟରେ ଥିବା କାଜୁ ବଗିଚା ନିକଟରେ ୨ ଜଣଙ୍କୁ ବାରହା ଆକ୍ରମଣ କରିଛି। ଆହତଙ୍କୁ ବିନ୍ଧାଣିମା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ତିଗିରିଆ ଥାନା ଗଦାଧରପୁର ଗ୍ରାମର ସତ୍ୟାନନ୍ଦ ରାଉତ ଏବଂ ବାଙ୍କୀ ଥାନା ପାଳପୁଟ ଗ୍ରାମର ଦିଲ୍ଲୀପ ପଲେଇ। 

ସୂଚନାନୁଯାୟୀ, ସତ୍ୟାନନ୍ଦ ଏବଂ ଦିଲ୍ଲୀପ ପଲେଇ ସୋମବାର ସକାଳେ ବାଙ୍କୀ ଅଞ୍ଚଳରୁ ଏକ ନାମ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ମହାନଦୀ ବନ୍ଧ ରାସ୍ତାରେ ଆସି ସେମାନେ ଐଶାନେଶ୍ୱର ପୀଠ ନିକଟ ଗଡାରେ ବନ୍ଧ ତଳ ରାସ୍ତାକୁ ଆସୁଥିଲେ। ଏହି ସମୟରେ ୮ ରୁ ୧୦ ଟି ବାରହା ରାସ୍ତା ପାର ହେଉଥିବା ବେଳେ ସେମାନଙ୍କୁ ଆକ୍ରମଣ କରିଥିଲେ। ବାରହା ପଲଙ୍କ ଆକ୍ରମଣରେ ଦୁହେଁ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବିନ୍ଧାଣିମା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟଙ୍କର ଚିକିତ୍ସା ଚାଲିଛି।

ଏହି ଖବରଟିକୁ ପଢନ୍ତୁ-ଦୁଇ ଦନ୍ତାଙ୍କ ମଧ୍ୟରେ ସଙ୍ଘର୍ଷ ; ଗୋଟିଏ ହାତୀ ମୃତ, ଚାଷଜମିରୁ ମୃତଦେହ ଉଦ୍ଧାର 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.