ଭୁବନେଶ୍ୱର,୦୨/୦୩: ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ନେଇଗଲେ ସୁନା ବ୍ୟାଗ୍ । ଯାଜପୁର ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କଠୁ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ଛାନ୍ଭିନ୍ ଜାରି ରଖିଛି ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ।
ସୂଚନା ମୁତାବକ, ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ କାମ ସାରି ରାତିରେ ଘରକୁ ଫେରୁଥିଲେ । ସେହି ସମୟରେ ନରସିଂହପୁର ନିକଟରେ ୬ ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଥିଲେ । ଲୁଟେରା ମାନେ ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟାଗ୍ରେ ଥିବା ସୁନା ଅଳଙ୍କାର ସହ କିଛି କାଗଜପତ୍ର ମଧ୍ୟ ଦୁର୍ବୃତ୍ତ ମାନେ ନେଇ ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଥିଲେ ଉପେନ୍ଦ୍ର ସାହୁ । ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।