ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ପେଜର ଯଦି ଫାଟିପାରେ ତେବେ ଇଭିଏମ୍ କାହିଁକି ହୋଇପାରିବନି ହ୍ୟାକ୍, ନିର୍ବାଚନ କମିଶନ୍ ଦେଲେ ଜବାବ୍

ନୂଆଦିଲ୍ଲୀ,୧୫।୧୦: ନିର୍ବାଚନ କମିଶନ୍ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନ ରାଜୀବ କୁମାର ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରି ପୁଣିଥରେ ଇଭିଏମ୍ ଉପରେ ଉଠାଯାଉଥିବା ପ୍ରଶ୍ନକୁ ଖାରଜ କରିଛନ୍ତି। ସେ ଏହି ସମୟରେ ନିକଟରେ ଉଠାଯାଇଥିବା ପ୍ରଶ୍ନର ମଧ୍ୟ ଜବାବ ଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା ପେଜର ଫାଟିପାରେ ଯଦି ତେବେ ଇଭିଏମ୍‌ କାହିଁକି ହ୍ୟାକ୍ ହୋଇପାରିବନି ? ମୁଖ୍ୟ ନିର୍ବାଚନ କମିଶନ୍ କହିଛନ୍ତି ଦୁଇଟି ଭିତରେ ଅନ୍ତର ଏହା ଯେ, ପେଜର କନେକ୍ଟେଡ୍ ହୋଇଥାଏ, କିନ୍ତୁ ଇଭିଏମ୍ ନୁହେଁ। 

ରାଜୀବ କୁମାର ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଇଭିଏମ୍‌ ଟାମ୍ପରିଂ କରିବା ସମ୍ଭବ ନୁହେଁ। ଏବେ ଲୋକ ପଚାରୁଛନ୍ତି, ପେଜରରେ ଯଦି ବିସ୍ଫୋରଣ କରି ଦିଆଯାଉଛି ତେବେ ଇଭିଏମ୍‌କୁ କାହିଁକି ହ୍ୟାକ୍ କରିହେବନି ? ଆରେ ଭାଇ ପେଜର କନେକ୍ଟେଡ ହୋଇଥାଏ, ଇଭିଏମ୍‌ କନେକ୍ଟେଡ୍ ହୁଏନି।’ ହରିୟାଣା ଓ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ସୋସିଆଲ ମିଡିଆରେ କିଛି ଲୋକ ଏଭଳି ପ୍ରଶ୍ନ ଉଠାଉଥିଲେ। ଗତ କିଛି ଦିନ ହେବ ଇସ୍ରାଏଲ ଲେବାନନ୍‌ରେ ହେଜବୁଲ୍ଲାର ହଜାର ହଜାର ଯୋଦ୍ଧାଙ୍କୁ ପେଜରରେ ବିସ୍ଫୋରଣ କରିଥିଲା। ଏହି ଘଟଣା ଜରିଆରେ କିଛି ଲୋକ ଏହି ଦାବି କରିଥିଲେ ଯେ, ଇଭିଏମ୍ ସହ ଟାମ୍ପରିଂ କରିବା ସମ୍ଭବ ନୁହେଁ।

ନିର୍ବାଚନ କମିଶନ୍ କହିଛନ୍ତି, ତାଙ୍କୁ ଇଭିଏମ୍‌କୁ ନେଇ ୨୦ଟି ଅଭିଯୋଗ ମିଳିଛି ଓ ସେ ସବୁର ଜବାବ ଦେବେ। ଏଭଳି କରିବା ନିର୍ବାଚନ କମିଶନର ଦାୟିତ୍ବ। ହରିୟାଣାର ଫଳାଫଳ ପରେ ଇଭିଏମ୍‌ର ବ୍ୟାଟେରୀକୁ ନେଇ ଉଠାଯାଇଥିବା ପ୍ରଶ୍ନର ଯବାବ ଦେଇ ରାଜୀବ କୁମାର କହିଛନ୍ତି ପୂର୍ବରୁ ମଧ୍ୟ ଇଭିଏମ୍‌କୁ ନେଇ ପ୍ରଶ୍ନ ଉଠାଯାଇଛି। ପୂର୍ବରୁ ଆସିଥିଲା ଏହା ହ୍ୟାକ୍ ହୋଇପାରିବ, ଏପଟେ ଭୋଟ ପକାଇଲେ ସେପଟେ ଯାଇପାରେ, ଏବେ ଆମେ ଏହା ଭାବୁଛୁ ଆଗକୁ କ’ଣ ଆସିବ ? କିନ୍ତୁ ଆଗକୁ ଏହା ଆସିବ, ଏହା ରହିବନି। ସେ କହିଛନ୍ତି, ଯେଉଁ ଦିନ ଇଭିଏମ୍‌ରେ ସିମ୍ବଲ ପକାଯାଏ ସେ ଦିନ ବ୍ୟାଟେରୀ ଲଗାଯାଇଥାଏ ଓ ଏହା ଉପରେ ମଧ୍ୟ ଏଜେଣ୍ଟର ସିଗନେଚର ଥାଏ। ଇଭିଏମ୍‌କୁ ସବୁ ସ୍ତରରେ ଯାଞ୍ଚ କରାଯାଇଥାଏ ଓ ନିର୍ବାଚନ ପକ୍ରିୟା ପୁରା ହେବା ପର୍ଯ୍ୟନ୍ତ ଭିଡିଓଗ୍ରାଫି କରାଯାଇଥାଏ ଓ ସବୁ ଦଳକୁ ଏଜେଣ୍ଟ ଆଗରେ ଏହାକୁ ଖୋଲା ଯାଇଥାଏ ଓ ସିଲ୍‌ କରାଯାଇଥାଏ। ଏହାର ପକ୍ରିୟା ପୁରା ସମସ୍ତଙ୍କ ଆଗରେ ରହିଥାଏ, ତେଣୁ ଏହାକୁ ହ୍ୟାକ୍  କରିବା ସମ୍ବାବନା ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.