ନୂଆଦିଲ୍ଲୀ – ପିଲାଙ୍କର ଯେତେ ଯେତେ ବୟସ ବଢିବାରେ ଲାଗେ , ସେମାନେ ସେତେସେତେ ମାଆ-ବାପାଙ୍କ ପାଖ ଛାଡ଼ି ଅଲଗା ଦୁନିଆରେ ହଜି ଯା'ନ୍ତି। ତାଙ୍କର ମନ ବାହାରର ସାଙ୍ଗସାଥିଙ୍କ ସହ ବେଶୀ ଲାଗି ରହେ। ପାଠପଢାରେ ଆଉ କମ୍ ଧ୍ୟାନ ଦିଅନ୍ତି। ଏହାସହ ସେ ପଇସା ଖର୍ଚ୍ଚ କରିବାକୁ ଶିଖି ଯାଆନ୍ତି ଏବଂ ମାଆଙ୍କ କଥା ଶୁଣିବାକୁ ଚାହାନ୍ତି ନାହିଁ। ଯେବେ ପିଲାଙ୍କ ବ୍ୟବହାର ବାହାର ଦୁନିଆ ଆଡ଼କୁ ଅଧିକ ଆକର୍ଷିତ ହେବାକୁ ଲାଗେ ଏବଂ ଘରେ ମାତାପିତାଙ୍କ କଥା ଶୁଣନ୍ତି ନାହିଁ , ସେତେବେଳେ ଏହା ଜରୁରୀ କି , ତାଙ୍କ ଉପରେ ଅଧିକ ଧ୍ୟାନ ଦେବା। ପିଲା ବଡ଼ ହେବା ସହ ଖୁବ୍ ଜିଦିଆ ହୋଇଥାନ୍ତି। ତାହେଲେ ଏମିତି ଉପାୟରେ ତାଙ୍କୁ ଆୟତ୍ତ କରିବା -
ପିଲାଙ୍କ ପ୍ରତି କଥାରେ ହିଁ କରନ୍ତୁ ନାହିଁ – ପିଲାଙ୍କ ପ୍ରତି ଡିମାଣ୍ଡରେ ହଁ କହିବାର ଆବଶ୍ୟକତା ନାହିଁ। ପିଲା ନିଜ କଥାରେ ପ୍ରଭାବିତ କରିବାକୁ ଅନେକ ସମୟରେ ଜୋରରେ କାନ୍ଦି ଥାନ୍ତି। କିନ୍ତୁ ତାଙ୍କୁ ଏପରି କହି ତାଙ୍କର ସେହି କାନ୍ଦକୁ ବନ୍ଦ କରିବା ଉଚିତ୍ - ଯଦି ସେ ଚିଲେଇବା ବନ୍ଦ କରିବ ତ ତା କଥା ଶୁଣାଯିବ।
କିଛି ସ୍ୱାଧିନତା ମଧ୍ୟ ଜରୁରୀ – ପିଲାଙ୍କର ପ୍ରତି କଥାରେ ନାଁ କହିବା ଦ୍ୱାରା ହୋଇପାରେ ତାଙ୍କ ମନରେ ପିତାମାତାଙ୍କ ପ୍ରତି ନକରାତ୍ମକ ଚିତ୍ର ହୋଇପାରେ। ଏଥିରେ କିଛି ସ୍ୱାଧିନତା ଦେବାର ଆବଶ୍ୟକତା ରହିଛି। ଯେମିତି କି ବନ୍ଧୁଙ୍କ ସହ ଖେଳିବା , କଥାବାର୍ତ୍ତା କରିବା, ଆଖପାଖରେ ବୁଲିବାକୁ ଅନୁମତି ଦେବା। କିନ୍ତୁ ଏହାସହ ପିଲାଙ୍କ ଉପର ନଜର ରଖିବା ବି ଜରୁରୀ ।
ପ୍ରତି କଥାରେ ତାଗିଦ୍ କରନ୍ତୁ ନାହିଁ-
ଯଦି ଆପଣ ପିଲାର କଥାରେ ରାଗି ଯାଇ ତାକୁ ତାଗିଦ୍ କରିବେ ତ ସେ ତାହା ବି ଶିଖିବ। ଏଥିପାଇଁ ତାଙ୍କ କଥାରେ କିଛି ଶବ୍ଦରେ ହିଁ ପ୍ରତିକ୍ରିୟା ଦେଖାନ୍ତୁ। ଏଥିରେ ପିଲାକୁ କିଛି ଶିଖିବା ଓ ବୁଝିବାର ସୁଯୋଗ ମିଳିବ।
କାନ୍ଦିବା, ଚିଲେଇବାରରେ ଘାବରେଇ ଯାଇ ହଁ କୁହନ୍ତୁ ନାହିଁ – ପିଲା କାନ୍ଦୁଛି, ଚିଲାଉଛି ଏବଂ ପ୍ରତି କଥାରେ ଆପଣଙ୍କ ପାଖରେ ଜିଦି କରି କାନ୍ଦୁଛି ତ ତାର ଏହି ହରକତରୁ ରକ୍ଷା ପାଇବାକୁ ହଁ କହି ଦିଅନ୍ତୁ ନାହିଁ। ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଏହି ବୟସରେ ବୁଝିଯିବା ପରେ ପିଲା ବଡ଼ ହୋଇ ଜଣେ ଏକ୍ସପର୍ଟ ହୋଇଯିବ। ଚେଷ୍ଟା ଜାରି ରଖିବାକୁ ହେବ।
ଦଣ୍ଡ ନଦେଇ କହିବା ଶିଖାନ୍ତୁ- ପିଲାଙ୍କ ପ୍ରତି ଭୁଲ୍ରେ ଦଣ୍ଡ ଦିଅନ୍ତୁ ନାହିଁ। ବରଂ ତାକୁ କହିବାର ସୁଯୋଗ ଦିଅନ୍ତୁ। ଏଥିରୁ ପିଲାଙ୍କ କମ୍ୟୁନିକେଶନ ସ୍କିଲ୍ ଭଲ ହେବ ଏବଂ ସେ ନିଜକୁ ଭଲ ଉପାୟରେ ଏକ୍ସପ୍ରେସ୍ କରି ପାରିବେ। ଯେମିତି କି ପିଲା ଯଦି କୌଣସି କଥାରେ ଅନୁମତି ମାଗୁଛି ତ ତାକୁ କୁହନ୍ତୁ କି ନିଜ କଥାରେ ମାଆଙ୍କୁ ମନାଉ। ଏଥିରେ ପିଲାଟି ଅଧିକ ଉପାୟରେ ନିଜକୁ ଦର୍ଶାଇବା ଶିଖିବ।