ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଗରମ ବଢାଇପାରେ ମାଇଗ୍ରେନ୍‌ ଆଟାକ୍‌, ଜାଣନ୍ତୁ ଏଥିରୁ ରକ୍ଷା ପାଇବାର ଉପାୟ

ଭୁବନେଶ୍ୱର ୩୧/୦୫: ମାଇଗ୍ରେନ୍‌ ଏକ ସାଧାରଣ ନ୍ୟୁରୋଲୋଜି ଜନିତ ସମସ୍ୟା । ଏହି ସମୟରେ ମାତ୍ରାଧିକ ମୁଣ୍ଡବିନ୍ଧା ହୋଇଥାଏ । ଏହି ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖିବାକୁ ମିଳିଥାଏ । ମାଇଗ୍ରେନ୍‌ ହେବା ସମୟରେ ମୁଣ୍ଡବିନ୍ଧା ପ୍ରାୟ ୪ ଘଣ୍ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ । ଏହାବ୍ୟତୀତ ରୋଗୀକୁ ବାନ୍ତି ମଧ୍ୟ ହୋଇପାରେ । ସେହିପରି ଅଧିକ ଶବ୍ଦ ଓ ଆଲୋକ ରୋଗୀକୁ ବିଚଳିତ କରିପାରେ । ସର୍ଭେ ରିପୋର୍ଟ ଅନୁସାରେ ମାଇଗ୍ରେନ୍‌ ହେଉଛି ବିଶ୍ୱର ତୃତୀୟ ସର୍ବାଧିକ ସ୍ୱାସ୍ଥ୍ୟ ସମସ୍ୟା । ମାଇଗ୍ରେନ୍‌ ସମସ୍ୟାକୁ ବଢାଇଥାଏ ନିଦର ଅଭାବ, ଖାଇବାରେ ଅବହେଳା, ଅଧିକ ୱାର୍କଆଉଟ୍‌, ଅଧିକ ଭାବନାତ୍ମକ ଚିନ୍ତା, ଅଧିକ ଆଲୋକ, ଅଧିକ ଶବ୍ଦ, ହର୍‌ମୋନ୍‌ ପରିବର୍ତ୍ତନ, ଋତୁସ୍ରାବ ଓ ଶରୀରରେ ଜଳାଭାବ ଆଦି ଅନ୍ୟତମ । ସେହିପରି କିଛି ଖାଦ୍ୟର ବାସ୍ନା ମଧ୍ୟ ମାଇଗ୍ରେନ୍‌କୁ ବଢାଇଥାଏ ଯେପରିକି କ୍ୟାଫିନ୍‌, ଚକୋଲେଟ୍‌, ଚିଜ୍‌, ଆଚାର ଓ ପ୍ରୋସେସ୍‌ଡ ମାଂସ । ଏହାବ୍ୟତୀତ ଋତୁ ପରିବର୍ତ୍ତନ, ଅଧିକ ଗରମ, ଅଧିକ ଖରା ସାଙ୍ଗକୁ ଗରମରେ ମଧ୍ୟ ମାଇଗ୍ରେନ୍‌ ଆଟାକ୍‌ ଆସିପାରେ । 

ମାଇଗ୍ରେନ୍‌ରୁ ରକ୍ଷା ପାଇବାର ଉପାୟ:

-ଘରୁ ବାହାରକୁ ଯିବା ସମୟରେ ସାଙ୍ଗରେ ପାଣି ବୋତଲ ନିଶ୍ଚୟ ନିଅନ୍ତୁ । ଦିନକୁ ୨ରୁ ୩ ଲିଟର ପାଣି ପିଇବା ଆବଶ୍ୟକ ।

- କଫି, ରେଡ୍‌ ୱାଇନ୍‌, ଚକୋଲେଟ୍‌ ଓ ଚିଜ୍‌ ପରିବର୍ତ୍ତେ ଆମ୍ବ, ତରଭୁଜ୍‌, କାକୁଡି ଓ ସବୁଜ ପତ୍ରଯୁକ୍ତ ପରିବା ଓ ଶାଗ ମଧ୍ୟ ସାମିଲ୍‌ କରନ୍ତୁ । 

-ସିଧାସଳଖ ଖରାରୁ ମୁଣ୍ଡକୁ ରକ୍ଷା କରିବା ପାଇଁ ହ୍ୟାଟ୍ସ ଓ ଟୋପି ବ୍ୟବହାର କରନ୍ତୁ । ଏହା ମାଇଗ୍ରେନ୍‌ ଆଟାକ୍‌ରୁ ରକ୍ଷା କରିଥାଏ । 

-ଯେତେବେଳେ ସନ୍‌ସ୍କ୍ରିନ୍‌ ଲୋସନ୍‌ ଚୟନ କରୁଛନ୍ତି, ସେତେବେଳେ ବାସ୍ନାଯୁକ୍ତ ଉତ୍ପାଦଠାରୁ ଦୂରେଇ ରୁହନ୍ତୁ । 

-ଏସିର ତାପମାତ୍ରା ୨୫ରୁ ୨୭ ମଧ୍ୟରେ ରଖନ୍ତୁ, ଯାହା ମଣିଷର ଶରୀର ପାଇଁ ଉପଯୁକ୍ତ ତାପମାତ୍ରା । 

-ନିର୍ଦ୍ଦିଷ୍ଟ ସମୟରେ ଖାଇବା ସହ ଶୋଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଛୁଟିରେ ଥିଲେ ମଧ୍ୟ ଏଥିରେ ଅବହେଳା କରନ୍ତୁ ନାହିଁ । 

-ମାତ୍ରାଧିକ ଖରାଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ । ଖରାଠାରୁ ଦୂରେଇ ରହି ବ୍ୟାୟାମ କରନ୍ତୁ । 

-ଚିନ୍ତା ନ କରି ନିଜ କାମକୁ ସହଜ କରିବାକୁ ଚେଷ୍ଟା କରନ୍ତୁ । ସମୟର ନିୟନ୍ତ୍ରଣ କରିବା ଶିଖନ୍ତୁ । ଅଫିସ୍‌ରେ ଥିଲେ ସବୁ କାମର ବୋଝ ନିଜେ ନିଅନ୍ତୁ ନାହିଁ । ବରଂ କାମକୁ ଟିମ୍‌ରେ ବାଣ୍ଟି ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.