ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ତମାଖୁ ସେବନଠାରୁ ଦୂରେଇ ରୁହନ୍ତୁ, ପ୍ରତିବର୍ଷ ନେଉଛି ୮୦ଲକ୍ଷରୁ ଅଧିକ ଜୀବନ

ଆଜିର ଏହି ବିଶୃଙ୍ଖଳିତ ଜୀବନରେ ଭାରତରେ ତମାଖୁର ସେବନ ଅତି ସାଧାରଣ କଥା । ହେଲେ ଏହାର ତମାଖୁ ସେବନଦ୍ୱାରା ପାଟି, ଫୁସ୍ଫୁସ୍ ଏବଂ କିଡନୀ ଆଦିରେ କର୍କଟ ରୋଗର ଆଶଙ୍କା ବଢିଥାଏ। ତମାଖୁ ସେବନ ଦ୍ୱାରା ସ୍ୱାସ୍ଥ୍ୟପ୍ରତି ମାଡି ଆସୁଥିବା ବିପଦ ପାଇଁ ସମସ୍ତଙ୍କୁ ଜାଗୃତ ରହିବା ଆବଶ୍ୟକ ରହିଛି ।  ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ତମାଖୁ ସେବନ କାରଣରୁ ହିଁ ହେଉଛି। ତମାଖୁରେ ରହୁଥିବା ନିକୋଟିନ୍ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ ଏବଂ ଏହା କର୍କଟ ରୋଗର କାରଣ ମଧ୍ୟ ସାଜିଥାଏ। ଏଥିରେ ଥିବା କାର୍ଶିନୋଜନିକ ତତ୍ତ୍ୱ ଆପଣଙ୍କ ଶରୀରରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଆପଣ ଏହାକୁ ଚୋବାଇ ଖାଆନ୍ତୁ ଅଥବା ଧୁମ୍ରପାନ ଜରିଆରେ ଗ୍ରହଣ କରନ୍ତୁ,ଉଭୟ ଆପଣଙ୍କ ଶରୀର ପାଇଁ ହାନିକାରକ। ତମାଖୁ ସେବନ କରୁଥିବା ଅଧିକାଂଶ ଲୋକଙ୍କର ପାଟି ସଂପୂର୍ଣ ଭାବରେ ଖୋଲିପାରେନାହିଁ। ପାଟିର ଉଭୟ ପାର୍ଶ୍ୱରେ ଧଳା ଗାର ହୋଇଥାଏ, ଯାହା କର୍କଟ ରୋଗର ସଙ୍କେତ ଅଟେ। ଏକ ସୀମିତ ସମୟ ମଧ୍ୟରେ ଯଦି ଏହାର ଚିକିତ୍ସା କରାନଯାଏ, ତେବେ ଏହା ଅତ୍ୟନ୍ତ ଗମ୍ଭୀର ରୂପ ନେଇପାରେ। 

ତମାଖୁର ସେବନ ମୁଖ୍ୟତଃ ଦୁଇଟି ଉପାୟରେ କରାଯାଇଥାଏ। ଧୁମ୍ରପାନ- ଏଥିରେ ଏପରି ଜିନିଷ ରହିଥାଏ, ଯାହାକୁ ଜଳାଇ ତାହାର ସେବନ କରାଯାଇଥାଏ। ଏପରି କରିବା ଦ୍ୱାରା ଧୁଆଁ ଉତ୍ପର୍ନ ହୋଇଥାଏ। ଧୁମ୍ରପାନରେ ମୁଖ୍ୟତଃ ସିଗାରେଟ୍ ବ୍ୟବହାର କରାଯାଇଥାଏ । ସେହିପରି ଦ୍ୱିତୀୟ ମାଧ୍ୟମରେ ଏପରି ଉତ୍ପାଦ ରହିଥାଏ, ଯାହାକୁ ଚୋବାଇ କରି ଖାଇବାକୁ ପଡେ। ଏଥିରେ ନିକୋଟିନ୍, ଆର୍ଶେନିକ୍, ଲେଡ ବା ଫାର୍ମେଲଡିହାଇଡ ଭଳି କ୍ଷତିକାରକ ରସାୟନିକ ପଦାର୍ଥ ରହିଥାଏ। ଏଥିରେ ଧୁମ୍ରପାନ ଅପେକ୍ଷା କମ୍ ହାନିକାରକ ପଦାର୍ଥ ରହିଥାଏ କିନ୍ତୁ ଉଭୟ ହିଁ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। 

ଡାକ୍ତର ଦିନେଶ ପେନ୍ଧାରକର ସର୍ବୋଦୟ କେନ୍ସର୍ ସଂସ୍ଥାନର ନିର୍ଦେଶକଙ୍କର ମତାନୁଯାୟୀ, ତମାଖୁ ଆମ ଶରୀରର ପ୍ରତ୍ୟେକ ଅଙ୍ଗ ପାଇଁ ବହୁତ ହାନିକାରକ ଅଟେ। ଯେତେବେଳେ ତମାଖୁକୁ ସିଗାରେଟ ବା ଚୋବାଇ ଗ୍ରହଣ କରାଯାଇଥାଏ , ସେଥିରେ ଥିବା ନିକୋଟିନ ଏବଂ ମୋନୋକ୍ସାଇଡ୍ ଭଳି ହଜାର ହଜାର ରସାୟନିକ ପଦାର୍ଥ ଶରୀରକୁ ଯାଇଥାଏ। ନିକୋଟିନ ରକ୍ତ କଣିକାକୁ ସଂକୋଚିତ କରି, ରକ୍ତଚାପ ବଢାଇଥାଏ। ଏହାଦ୍ୱାରା ହାର୍ଟ ଷ୍ଟ୍ରୋକ୍ର ବିପଦ ବଢିଥାଏ। ଏହାଛଡା ତମାଖୁ ଧୁଆଁରେ ଥିବା କେରିନୋଜେନ ଫୁସ୍ଫୁସର ଟିସୁଗୁଡିକୁ କ୍ଷତି ପହଞ୍ଚାଇଥାଏ, ଯାହାଦ୍ୱାରା ଫୁସ୍ଫୁସରେ କର୍କଟ ରୋଗ ହୋଇଥାଏ। ଏହା ତମାଖୁ ଦ୍ୱାରା ହେଉଥିବା ସବୁଠାରୁ ସାଧାରଣ ରୋଗ ଅଟେ। ଏହା ପାଟି, ଗଳା, ପେଟ, ମୁତ୍ରାଶୟ ଏବଂ ଗର୍ଭାଶୟ ଇତ୍ୟାଦିରେ କର୍କଟ ରୋଗର କାରଣ ସାଜିଥାଏ। ଶ୍ୱାସକ୍ରିୟାକୁ ମଧ୍ୟ ଦୁର୍ବଳ କରିଥାଏ ଯାହାଦ୍ୱାରା କ୍ରୋନିକ ଆବଷ୍ଟ୍ରାକ୍ଟିଭ୍ ପୁଲ୍ମୋନରୀ ରୋଗ , କ୍ରୋନିକ ବ୍ରୋଙ୍କାଇଟିସ୍ ଏବଂ ଏମ୍ଫିସୀମା ଭଳି ରୋଗ ହେବାର ସମ୍ଭାବନା ବଢିଯାଇଥାଏ। କେବଳ ଏତିକିନୁହେଁ ତମାଖୁର ସେବନ ଦ୍ୱାରା, ରୋଗ ପ୍ରତିରୋଧକ ଶକ୍ତି କମିଥାଏ, ଯାହାଫଳରେ ଆମେ ସହଜରେ ନାନାଦି ରୋଗର ଶିକାର ହୋଇଥାଉ। 


ବଢିଥାଏ ଏହିସବୁ ରୋଗର ବିପଦ;

୧.ପାଟି, ଗଳା, ଫୁସ୍ଫୁସ୍, କଣ୍ଠନଳୀ, ମୁତ୍ରାଶୟ,କିଡ୍ନି ଏବଂ ପାନ୍କ୍ରିୟାଜ୍ରେ କର୍କଟ

୨. ତମାଖୁ ସେବନ ଦ୍ୱାରା ହୋଇଥାଏ ବ୍ରୋଙ୍କାଇଟିସ୍ ବା ଇମ୍ଫିସିଆ ଭଳି ଶ୍ୱାସଜନିତ ରୋଗ

୩. ଇରେକ୍ସନ୍ର ସମସ୍ୟା ବଢିଥାଏ

୪. ହାର୍ଟଷ୍ଟ୍ରୋକ୍ର ବିପଦ ବଢିଥାଏ

୫. ମାଢିର ରଙ୍ଗ ବଦଳିଥାଏ ଏବଂ ଦାନ୍ତ ଧିରେଧିରେ ଢିଲା ହୋଇଥାଏ

୬. ପାଟିରୁ ବହୁତ ଦୁର୍ଗନ୍ଧ ଆସିଥାଏ

୭. ପାଟିରେ ଧଳା ରଙ୍ଗର ଫଳିଯାଏ ଯାହା ଗାଲ, ମେଢି, ଓଠ ଏବଂ ଜିଭରେ କର୍କଟର କାରଣ ହୋଇଥାଏ

୮. ଗର୍ଭାବସ୍ଥା ସମୟରେ ତମାଖୁର ସେବନ ଶିଶୁକୁ ସମୟ ପୂର୍ବରୁ ଜନ୍ମ କରାଇଥାଏ,ଯାହାଦ୍ୱାରା ଶିଶୁର ସମ୍ପୂର୍ଣ ବିକାଶ ହୋଇନଥାଏ ଏବଂ ଏହା ପ୍ରାଣପ୍ରତି ମଧ୍ୟ ହାନିକାରକ

୯. ନିକୋଟିନ୍ ରକ୍ତଚାପକୁ ବଢାଇଥାଏ,ହୃଦସ୍ପନ୍ଦନକୁ ଅନିୟମିତ କରିଥାଏ


ତେବେ ତମାଖୁ ଦ୍ୱାରା ହେଉଥିବା କ୍ଷତିକୁ ରୋକିବା ପାଇଁ ଏହାର ବ୍ୟବହାର ଏବଂ ଉତ୍ପାଦନ ଉଭୟ ଉପରେ ରୋକ୍ ଲଗାଇ ନିୟମଗୁଡିକୁ କଡା କରିବାର ଆବଶ୍ୟକତା ରହିଛି। ଖାସ କରି ନାବାଳକମାନଙ୍କୁ ଏଥିରୁ ନିବୃତ କରି ରଖିବା ଆବଶ୍ୟକ। ଏଥିପାଇଁ ସାର୍ବଜନିକ ଜାଗରଣ ଅଭିଯାନର ଆବଶ୍ୟକତା ରହିଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.