ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ହାଇପରୟୁରିସେମିଆର କାରଣ ହେଉଛି ୟୁରିକ ଏସିଡ, ଜାଣନ୍ତୁ କାରଣ

ଶୀଘ୍ର ବଦଳୁଥିବା ଜୀବନଶୈଳୀ ଲୋକଙ୍କୁ ଅନେକ ସମସ୍ୟାର ଶିକାର ବନାଉଛି। ଶରୀରରେ ୟୁରିକ ଏସିଡର ଅଧିକ ମାତ୍ରା ଏହି ସମସ୍ୟାଗୁଡିକର କାରଣ ହେଉଛି। ଏହା ଶରୀରରେ ଥିବା ଏକ ପ୍ରାକୃତିକ ଉତ୍ତମ ପଦାର୍ଥ ଅଟେ। ସାଧାରଣତଃ ୟୁରିକ ଏସିଡ୍ କିଡନୀ ସାହାଯ୍ୟରେ ପରିସ୍ରା ଦ୍ୱାରା ଶରୀରରୁ ବାହାରିଯାଇଥାଏ। ଯେତେବେଳେ କିଡନୀ ଏହାକୁ ଶରୀରରୁ ବାହାର କରିପାରିନଥାଏ, ଶରୀରରେ ଏହାର ମାତ୍ରା ବଢିଯାଇଥାଏ। ଏହି ସ୍ଥିତିକୁ ହାଇପର ୟୁରିସେମନିଆ କୁହାଯାଏ।

ଏହା ବଢିବାର କାରଣ ;

    ଧୀର ମେଟାବୋଲିଜିମ୍

    ଇନ୍ଆକ୍ଟିଭ ଲାଇଫଷ୍ଟାଇଲ

    ଅଧିକ ପ୍ରୋଟିନ ଏବଂ କମ୍ ଫ୍ୟାଟ ଗ୍ରହଣ କରିବା

    ଭୁଲ୍ ସମୟରେ ଶୋଇବା ଓ ଉଠିବା

    କମ୍ ପାଣି ପିଇବା

    କିଡନୀରେ ସମସ୍ୟା

    ରାତିରେ ଅଧିକ ଖାଦ୍ୟ ଖାଇବା

ବଢି ରହୁଥିବା ୟୁରିକ ଏସିଡ କାରଣରୁ ଗାଉଟ,କିଡନୀରେ ଷ୍ଟୋନ ଭଳି ସମସ୍ୟା ଉତ୍ପନ୍ନ ହୋଇପାରେ। ଆପଣ ନିଜ ଜୀବନଶୈଳୀରେ ସାମାନ୍ୟ ପରିବର୍ତ୍ତନ ଆଣି ଏହାକୁ ସନ୍ତୁଳନ କରି ରଖିପାରିବେ। ଏହାକୁ କମ୍ କରିବାକୁ ଏହି ୫ଟି ଉପାୟ ଆପଣାନ୍ତୁ-

ଅଧିକ ଫାଇବର ଯୁକ୍ତ ଖାଦ୍ୟ ଖାଆନ୍ତୁ।

ଅଧିକ ଫାଇବର ଯୁକ୍ତ ଖାଦ୍ୟ ରକ୍ତରେ ଥିବା ୟୁରିକ ଏସିଡକୁ ଟାଣି ନେଇଥାଏ ଏବଂ କିଡନୀ ସାହାଯ୍ୟରେ ବାହାରକୁ କାଢି ଦେଇଥାଏ। ଫଳ, ପନିପରିବା ଏବଂ ଶସ୍ୟଜାତୀୟ ଖାଦ୍ୟରେ ଭରପୁର ଫାଇବର ରହିଥାଏ। 

ପ୍ୟୁରିନ୍ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ-

 ପ୍ୟୁରିନ୍ ନାମକ ପ୍ରୋଟିନକୁ ଭାଙ୍ଗିଲେ ୟୁରିକ ଏସିଡର ନିର୍ମାଣ ହୋଇଥାଏ। ଶରୀରରେ ପ୍ରାକୃତିକ ପ୍ରକ୍ରିୟାରେ ୟୁରିକ ଏସିଡ୍ ଉତ୍ପନ୍ନ ହୋଇଥାଏ କିନ୍ତୁ ରେଡ୍ ମିଟ୍, ଛତୁ, ବେକ୍ଡ ଏବଂ ଫର୍ମେଣ୍ଟେଡ ଖାଦ୍ୟ ପଦାର୍ଥରେ ଏହା ଉପସ୍ଥିତ ରହିଥାଏ। ଏହାଦ୍ୱାରା ଶରୀରକୁ ଅଧିକମାତ୍ରାରେ ୟୁରିକ ଏସିଡ ଯାଇଥାଏ। ଯଦି ଏହା ସେହି ପରିମାରେ ବାହାରକୁ ବାହାରି ନଥାଏ , ତେବେ ହାଇପର ୟୁରିସେମିଆର ସମସ୍ୟା ଉତ୍ପନ୍ନ ହୋଇଥାଏ। 

ଏପଲ ସାଇଡର ଭିନେଗାର;

ଏଥିରେ ଏସିଟିକ ଏସିଡ୍ ରହିଥାଏ। ଯାହା ଶରୀରକୁ ପ୍ରବେଶ କରିବା ମାତ୍ରେ ଆଲ୍କାଲାଇନରେ ପରିଣତ ହୋଇଯାଇଥାଏ। ଏହା ରକ୍ତ ସଂଚାଳନ ଏବଂ ପ୍ୟୁରିଫିକେଶନ କରି ୟୁରିକ ଏସିଡର କ୍ରିଷ୍ଟାଲକୁ ଭାଙ୍ଗି ସେଗୁଡିକୁ ପୁଣିଥରେ ତିଆରି ହେବାରୁ ରୋକିଥାଏ। ଯାହା କାରଣରୁ ଆଣ୍ଠୁଫୁଲା କମିଥାଏ ଏବଂ ବଢିଥିବା  ୟୁରିକ ଏସିଡର ଲକ୍ଷଣ ମଧ୍ୟ କମିଥାଏ। 

ହାଇସୁଗାର ଡାଏଟରୁ ଦୂରେଇ ରୁହନ୍ତୁ;

ହାଇସୁଗାର ଡାଏଟ୍, ଖାସ୍ କରି ଫ୍ରକ୍ଟୋଜ ବ୍ଲଡରେ ୟୁରିକ ଏସିଡକୁ ବଢାଇଥାଏ। ଏହା ଇଂସୁଲିନରୁ ପ୍ରତିରୋଧ ମଧ୍ୟ କରିଥାଏ। ଯାହା କାରଣରୁ ପରିସ୍ରା ଦ୍ୱାରା ବାହାରୁଥିବା ୟୁରିକ ଏସିଡର ମାତ୍ରା କମିଯାଇଥାଏ ଏବଂ ଏହା ଶରୀରରେ ଏକତ୍ରିତ ହେବାକୁ ଲାଗିଥାଏ। ଏପରି ପରିସ୍ଥିତିରେ ବିସ୍କୁଟ, କେକ୍, ବ୍ରେଡ, ଫ୍ରୁଟ ଜୁସ୍ ଭଳି ସୁଗାର ଅଧିକ ଥିବା ଖାଦ୍ୟପଦାର୍ଥ ଠାରୁ ଦୂରେଇ ରୁହନ୍ତୁ। 

ସଜନାସାଗର ପାଉଡର;

ସଜନାସାଗକୁ ସୁଖାଇ ତାର ପାଉଡର କରି ନିଅନ୍ତୁ। ପ୍ରତିଦିନ ବ୍ରେକଫାସ୍ଟ ପୂର୍ବରୁ ଉଷୁମ ପାଣିରେ ଏହାର ସେବନ କରନ୍ତୁ। ଏଥିରେ ଥିବା ଏଲ୍କଲାଇଡ ଏବଂ ଫ୍ଲେବୋନାଇଡ ୟୁରିକ ଏସିଡକୁ ପ୍ରସ୍ତୁତ ହେବାରୁ ଅଟକାଇଥାଏ ଏବଂ କଷ୍ଟ ନିବାରକ ଭଳି କାମ କରିଥାଏ। ଏହା  ହାଇପରୟୁରିସେମିଆ ଠାରୁ ମଧ୍ୟ ମୁକ୍ତ କରିଥାଏ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.