ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପାଣିରେ ଭିଜେଇ ଖାଆନ୍ତୁ ଅଖରୋଟ, ମିଳିବ ଏହି ସବୁ ଫାଇଦା

ଆଜିକାଲି ଅନେକ ଲୋକ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ବିଭିନ୍ନ ଫଳ,ଶସ୍ୟ ଜାତୀୟ ଖାଦ୍ୟ ଖାଇଥାନ୍ତି । କେବଳ ଏତିକି ନୁହେଁ ଡ୍ରାଏ ଫ୍ରୁଟ୍ସ ମଧ୍ୟ ଅନେକ ଲୋକ ଖାଇଥାନ୍ତି । ଯାହା ଆମ ସ୍ୱାସ୍ଥ୍ୟ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ବିବେଚନା କରାଯାଏ । ତେବେ ସେଥି ମଧ୍ୟରୁ ଅଖରୋଟ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଅଖରୋଟରେ ପୋଷକ ତତ୍ତ୍ୱ ଭରପୁର ରହିଛି। ଯାହାଦ୍ୱାରା ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏ । ଏଭଳି ସମୟରେ ଅନେକ ଲୋକ ଏହାକୁ ସିଧାସଳଖ ଖାଇଥାନ୍ତି । କିନ୍ତୁ, ବିଶେଷଜ୍ଞମାନେ କହିଛନ୍ତି ଯେ ଖାଇବା ପୂର୍ବରୁ ସେମାନଙ୍କୁ ଭିଜାଇ ରଖିବା ଜରୁରୀ । କାହିଁକି ଏହାକୁ ଭିଜାଇ ଖାଇବା ଦରକାର ଏବଂ ଏଥିରେ କେଉଁ ପ୍ରକାରର ପୋଷକ ତତ୍ତ୍ୱ ଅଛି ଆସନ୍ତୁ ଜାଣିବା


ଅଖରୋଟରେ ଫାଇବର, ଭିଟାମିନ୍ E,ଫୋଲେଟ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଭରପୂର ରହିଛି । ବିଶେଷଜ୍ଞମାନେ କହିଛନ୍ତି ଯେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏବଂ ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ମସ୍ତିଷ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆସେ ବୋଲି କୁହାଯାଏ । ଏଥିସହ ଅଖରୋଟରେ ଓମେଗା-3 ଫ୍ୟାଟି ଏସିଡ୍ ସହ ମନୋଅନସୁଚୁରେଟେଡ୍ ଏବଂ ପଲିଅନସୁଚୁରେଟେଡ୍ ଫ୍ୟାଟ୍ ରହିଛି । ଯାହା ହାର୍ଟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷଜ୍ଞମାନେ କହିଛନ୍ତି ଯେ ଅଖରୋଟକୁ ଭିଜାଇ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ବିଶେଷଜ୍ଞମାନେ କହିଛନ୍ତି ଯେ ଅଖରୋଟକୁ ଭିଜାଇବା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ଭିଜାଇବା ଦ୍ୱାରା ଏହି ପୋଷକ ତତ୍ତ୍ୱକୁ ଅବଶୋଷଣ କରିଥାଏ । ଫଳରେ ଏହା ହଜମ ପ୍ରକ୍ରିୟାରେ ସୁଧାର ଆଣିଥାଏ ଏବଂ ପେଟ ଗ୍ୟାସ ହୋଇ ନଥାଏ ।


ତିକ୍ତତା ହ୍ରାସ କରେ: ଅଖରୋଟକୁ ଭିଜାଇବାର ଆଉ ଏକ ଲାଭ ହେଉଛି ଏହା ତିକ୍ତତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏଥିସହ ଯେଉଁମାନେ ଅଖରୋଟ ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ସହାୟକ ହୋଇଥାଏ ବୋଲି କୁହାଯାଏ ।

ନରମ ହୋଇଥାଏ: ଅଖରୋଟକୁ ଭିଜାଇବା ଦ୍ୱାରା ସେମାନଙ୍କୁ ନରମ ଏବଂ ଚୋବାଇବା ସହଜ ହୋଇଥାଏ । ହଜମ ମଧ୍ୟ ସହଜ ହୋଇଯାଏ । ବିଶେଷଜ୍ଞମାନେ ମତ ଦିଅନ୍ତି ଯେ ଦାନ୍ତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ବି ସହାୟକ ହୋଇଥାଏ ।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.