ପ୍ରମୂଖ ଖବର
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ବର୍ଷା ବଦଳାଇ ଦେଲା ବିବାହର ଟ୍ରେଣ୍ଡ : ଘୋଡ଼ା, କାର୍ ନୁହେଁ ବରଂ ବୁଲଡୋଜରରେ ବାହାରିଲା ବରଯାତ୍ରୀ

ନୂଆଦିଲ୍ଲୀ, ୧୦/୭ : ବାରମ୍ବାର ବର୍ଷାକୁ ଦେଖି ବିବାହର ଟ୍ରେଣ୍ଡ କିଛି ବଦଳି ଯାଇଛି । ଯାହାର ପ୍ରଭାବ ନିକଟରେ ଏକ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୟୁପିରେ ବୁଲଡୋଜର ଭିନ୍ନ ଏକ କ୍ରେଜ ରହିଛି।  କିନ୍ତୁ ବିବାହରେ ଏହାର ବ୍ୟବହାରର ହୁଏତ କେହି ଭାବି ବି ନ ଥିବେ । ଏବେ ପର୍ଯ୍ୟନ୍ତ ଆପଣମାନେ ବରକୁ ମହଙ୍ଗା ଗାଡ଼ି, ଘୋଡ଼ା କିମ୍ବା ରଥରେ ଚଢି ବରଯାତ୍ରୀ ନେଇ ଆସୁଥିବା ଦେଖିଥିବେ । କିନ୍ତୁ ଏବେ ବୁଲଡୋଜର ନୂଆ ରାଜ୍ୟ ସିମ୍ବଲ ହୋଇଯାଇଛି । ନିକଟରେ ଉତ୍ତରପ୍ରଦେଶର ଗୋରଖପୁରର ଏକ ଭିଡ଼ିଓ ସାମ୍ନାକୁ ଆସୁଛି । ଯେଉଁଥିରେ ବୁଲଡୋଜରରେ ଚଢିଥିବା ନଜର ଆସୁଛନ୍ତି ।

ଏବେ ସୋସିଆଲ ମିଡ଼ିଆରେ ଏହି ଭିନ୍ନ ବରଯାତ୍ରୀର ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।  ଭିଡ଼ିଓରେ ଦେଖାଯାଉଛି କି କିଭଳି ବିଦାୟୀ ପରେ କନ୍ୟା ବର ସହ ବୁଲଡୋଜରରେ ବସି ଶ୍ବଶୁର ଘର ଯାଉଛନ୍ତି । ଏବେ ଏହି ଭିନ୍ନ ବିବାହ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ଯେଉଁ ସମୟରେ ଏହି ଭିନ୍ନ ବରଯାତ୍ରୀ ରାସ୍ତା ଉପରେ ଯାଉଥିଲେ ସେହି ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ଲୋକଙ୍କ ଭିଡ଼ ଜମିଥିବା ଦେଖାଯାଇଥିଲା । ଖାଲି ଏତିକି ନୁହେଁ ଏହା ମଧ୍ୟରେ ଲୋକେ ବରଯାତ୍ରୀ ଉପରେ ଫୁଲ ବି ପକାଇ ସ୍ବାଗତ କରିଥିଲେ । 

ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର ରାତିରେ । ଗୋରଖପୁରର ଖଜନୀ ତହସିଲର ଉନଓ୍ବ ନିବାସୀ ମୋହିନ ବର୍ମାଙ୍କ ପୁଅ କୃଷ୍ଣ ବର୍ମାଙ୍କ ବାହାଘର ଥିଲା । ଯାହାକୁ ଦେଖିବାକୁ ରାସ୍ତାର ଦୁଇ ପାର୍ଶ୍ବରେ ଲୋକଙ୍କ ମେଳା ଲାଗିଥିଲା । କୁହାଯାଉଛି କି ଗୋରଖପୁରର ରଜନୀ ତହସିଲ ଅଞ୍ଚଳର ନଗର ପଞ୍ଚାୟତ ଉନଓ୍ବଲରେ ରହୁଥିବା ମୋହିତ ବର୍ମା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫ୍ୟାନ୍ ଅଟନ୍ତି ।  ତିଳକ ସମୟରେ ଶ୍ବଶୁରଘର ତରଫରୁ କରାଯାଇଥିବା ଏକ ମଜାକ ଭରା କମେଣ୍ଟ ପରେ ସେ ଏଭଳି ବରଯାତ୍ରୀ ବାହାର କରିବା ସମୟରେ ଭାବି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.