ଢେଙ୍କାନାଳ,୧୨।୭ : ଢେଙ୍କାନାଳରେ ମଦ ମୃତ୍ୟୁ ଅଭିଯୋଗ । ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବମ୍ପା ଗ୍ରାମରେ ବିଷାକ୍ତ ଦେଶୀ ମଦ ପିଇ ଶନିବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ କଟକରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ହେଲେ ବମ୍ପା ଗ୍ରାମର ମନ୍ମଥ ସାମଲ ଓ ପ୍ରଫୁଲ ସମାଲ । ଗୁରୁତରମାନେ ହେଲେ ସୁଶାନ୍ତ ମାଝୀ,ରାହସ ମାଝୀ ।
ଶୁକ୍ରବାର ଅପରାହ୍ନରେ ସେମାନେ ଦେଶୀ ମଦ ପିଇ ଥିଲେ । ତେବେ ପିଇବା ପରେ ଛାତି ବିନ୍ଧିବା ସହିତ ଅଣନିଶ୍ବାସୀ ହୋଇ ବାନ୍ତି ହୋଇଥିଲା ବୋଲି ଚିକିତ୍ସିତ ହେଉଥିବା ସୁଶାନ୍ତ ମାଝୀ କହିଛନ୍ତି। ତେବେ ବମ୍ପା ଗ୍ରାମରେ ଚଳିତ ସପ୍ତାହରେ ଏହି ଦୁଇଜଣଙ୍କୁ ମିଶାଇ ୭ଜଣଙ୍କର ଏହି ଦେଶୀ ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକମାନେ ହେଲେ ସୁରେଶ ପାତ୍ର, ଦୟାନିଧି ସେଠି, ଗୌରା ମାଝୀ, ଡ୍ରାଇଭର ଭୋଇ ଓ ସୁରେଶ ପାତ୍ର । ସମସ୍ତଙ୍କ ବୟସ ୪୫ରୁ ୫୫ମଧ୍ୟରେ ହେବ ବୋଲି ଜଣାପଡିଛି ।