ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

‘ ମୁଁ ଆଇଏସଆଇର ଏଜେଣ୍ଟ ନୁହେଁ ...’ , ସୀମା ହାଇଦର ଏହି ସବୁ ପ୍ରଶ୍ନରେ ଦେଲେ ଆଶ୍ଚର୍ଯ୍ୟକର ଜବାବ

ନୂଆଦିଲ୍ଲୀ – ମୋବାଇଲରେ ପବଜୀ ଗେମ୍‌ ଖେଳି ପ୍ରେମ କରି ବସିଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର । ବେଆଇନ ଉପାୟରେ ସୀମା ପାର ହୋଇ ପ୍ରେମିକ ସଚିନଙ୍କୁ ଭେଟିବାକୁ ୟୁପିରେ ପହଞ୍ଚି ଥିଲେ। ଏବେ ତାଙ୍କର ପ୍ରେମ କାହାଣୀ ଭାରତରୁ ନେଇ ପାକିସ୍ତାନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି। ହେଲେ କିଛି ଲୋକ ତାଙ୍କର ପ୍ରେମ କାହାଣୀ ଉପରେ ପ୍ରଶ୍ନ ଉଠାଉଛନ୍ତି ଏବଂ ତାଙ୍କୁ ପାକିସ୍ତାନୀ ଗୁପ୍ତଚର କହୁଛନ୍ତି। ଏହି ସ୍ଥିତିରେ ସୀମା ହାଇଦର ଆଜତକ ସହ ସାକ୍ଷାତକାରରେ ତାଙ୍କ ଉପରେ ଲାଗିଥିବା ଅନେକ ଅଭିଯୋଗର ଜବାବ ଦେଇଛନ୍ତି।

୪ ଦେଶ, ୨ ପାସପୋର୍ଟ: କାହିଁକି ସନ୍ଦେହ ଘେରରେ ସୀମା

ସେ କଣ ଆଇଏସଆଇ ଗୁପ୍ତଚର କି ?

ସୀମା ହାଇଦରଙ୍କୁ ପଚରା ଯାଇଥିଲା କି ସେ କଣ ଆଇଏସଆଇର ଗୁପ୍ତଚର ? ଏହାକୁ ନେଇ ସୀମା ଜବାବ ଦେଇ କହିଥିଲେ , ମୁଁ ଆଇଏସଆଇର ଏଜେଣ୍ଟ ନୁହେଁ , ଏଜେନ୍ସି ଅନେକ ଦିନ ଯାଏ ମୋତେ ପଚରାପଚରି କରିଥିଲା , ଏବେବି ପଚରାପଚରି କରୁଛି , ମୁଁ ନାର୍କୋ ଟେଷ୍ଟ କରେଇବାକୁ ମଧ୍ୟ ପ୍ରସ୍ତୁତ। ସେ କହିଛନ୍ତି କି ନିଜର ସତ୍ୟତା ସାବ୍ୟସ୍ତ କରିବାକୁ ମୁଁ ନିଜ ପିଲାଙ୍କର ଡିଏନଏ ଟେଷ୍ଟ କରେଇବାକୁ ବି ରାଜି ।

ମୋତେ ଭାରତରେ ରହିବାକୁ ଅନୁମତି ଦିଆଯାଉ …

ସୀମାଙ୍କୁ ଆଜତକର ୨ୟ ପ୍ରଶ୍ନରେ ଏହା ପଚରା ଯାଇଥିଲା କି ତାଙ୍କୁ ହିନ୍ଦୁ ସଂସ୍କୃତିର ଟ୍ରେନିଂ ଦେଇ ପାକିସ୍ତାନରୁ ଏଠାକୁ ପଠାଯାଇଛି କି ? ଏହା ଉପରେ ସୀମା ହାଇଦର କହିଛନ୍ତି କି ଏମିତି କିଛି ବି ନୁହେଁ , ଏବେ ମୁଁ ଦେଖୁଛି କି ମୋ କାରଣରୁ ହିନ୍ଦୁ ଝିଅଙ୍କୁ ମୁସଲିମ କରାଯାଉଛି । ପାକିସ୍ତାନରେ ଏହା କୌଣସି ନୂଆ କଥା ନୁହେଁ , ପାକିସ୍ତାନରେ ପ୍ରତିଦିନ ହିନ୍ଦୁଝିଅଙ୍କୁ ଜବରଦସ୍ତ ମୁସଲିମ୍‌ କରାଯାଏ , ବାସ୍‌ ଏବେ କେବଳ ଏହାର ଖବର ଦେଖାଯାଉଛି।

ଇନଷ୍ଟାରେ ୯ ଥର ବଦଳାଇଛନ୍ତି ପରିଚୟ, କାହିଁକି ...

ଅନ୍ୟପଟେ ଯେବେ ସୀମାଙ୍କୁ ପଚରାଗଲା କି ସେ କଣ ପାକିସ୍ତାନ ପୁଣି ଫେରିବେ ? ଏହା ଉପରେ ସୀମା ହାଇଦର କହିଛନ୍ତି , ଯଦି ମୁଁ ପାକିସ୍ତାନ ଯିବି ତ ମୋତେ ମାରି ଦିଆଯିବ । ସୀମା ନିଜକୁ ସଚିନଙ୍କ ପ୍ରେମିକ କହି ମୋର ଗିରଫର ପୂର୍ବରୁ ମୋତେ ୩ଦିନ ପର୍ଯ୍ୟନ୍ତ ଅଲଗା ଅଲଗା ଏଜେନ୍ସି ପଚରାପଚରା କରିଥିଲା । ବହୁତ ବ୍ୟକ୍ତି ପଚରାପଚରି କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.