ପ୍ରମୂଖ ଖବର
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ଶେଷକୃତ୍ୟ ସମ୍ପନ୍ନ

ମାଲକାନଗିରି,୪/୭(ଆପ୍ର ) : ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଢୀଙ୍କ ଗତକାଲି ଭୁବନେଶ୍ୱର ସ୍ଥିତ ଏମସ୍ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ  ହୋଇଥିଲା। 

ଆଜି ପୂର୍ବାହ୍ନରେ ତାଙ୍କ ମର ଶରୀରକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଅଣା ଯାଇଥିଲ।। ଭାଜପା ଜିଲ୍ଲା କାର୍ଯ୍ୟାଳୟରେ ତାଙ୍କ ଶେଷ ଦର୍ଶନ ନିମନ୍ତେ ମର ଶରୀରକୁ ରଖା ଯାଇଥିଲା। ଭାଜପା ନେତା ଓ କର୍ମୀ ମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମାଲକାନଗିରି ଜିଲ୍ଲାପାଳ  ସଚିନ ପାୱାର  ମଧ୍ୟ ଶେଷ ଦର୍ଶନ କରି ପୁଷ୍ପଗୁଛ ଦେଇଛି ଶ୍ରଦ୍ଧାଞ୍ଜଳୀ ଦେଇଥିଲୋ ପରେ ମର ଶରୀରକୁ ତାଙ୍କ ନିଜ ଗ୍ରାମ ପଡିଆ ବ୍ଲକ ବାପନପାଲ୍ଲୀ ପଂଚାୟତ ରୋଡାନପାଲି (କୁନାନପାଲ୍ଲୀ )ନିଆ ଯାଇଥିଲ।। ସେଠାରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ପୂର୍ବତନ ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ସମେତ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି , ଡମ୍ବରୁ ଶିଶା, ପୂର୍ଣଚନ୍ଦ୍ର ବାକା, ମାନସ ମାଡକାମି, ଆଡ଼ମା ରାବା,ଭାଜପା ଜିଲ୍ଲା ସଭାପତି ନିମାଇଁ ପାଲ, ଅଶୋକ ପରିଡା, ମାଣିକ ଲାଲ ଚକ୍ରବର୍ତ୍ତୀ, କଂଗ୍ରେସ ଦଳର ମାଲା ମାଢି, ଗୋବିନ୍ଦ ପାତ୍ର,ପ୍ରମୁଖ ଭାଜପା ନେତା ଓ କର୍ମୀ ଏବଂ ସବୁ ରାଜନୈତିକ ଦଳର ନେତା ଓ କର୍ମୀ ବିଶିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲୋ। ସେଠାରେ ଗାର୍ଡ ଅଫ ଅନର ଦିଆଯାଇ  ସମ୍ମାନ ସହ ଶୋକା କୂଳ ପରିବେଶ ମଧ୍ୟରେ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ କରା ଯାଇଥିଲ।। 

ଶ୍ରୀ ମାଢି ପୂର୍ବରୁ ରୁ ଶିକ୍ଷକତା କରୁଥିବା ବେଳେ ୨୦୦୯ ମସିହାରେ ଶିକ୍ଷକତା ଛାଡି ରାଜନୀତିରେ ଯୋଗ ଦେଇଥିଲୋ ଭାଜପା  ପକ୍ଷରୁ ୨୦୦୯ ଓ ୨୦୧୪ରେ ନିର୍ବାଚନ ଲଢି ପରାସ୍ତ ହୋଇଥିବା ବେଳେ ୨୦୧୯ ନିର୍ବା ଚନରେ ବିଜୟ ଲାଭ କରି ସେ ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଥିଲୋ ତାଙ୍କ ମୃତ୍ୟୁରେ ଜିଲ୍ଲା ଭାଜପାକୁ ଏକ ଅପୂରଣୀୟ କ୍ଷତି ବୋଲି ଭାଜପା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତିା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.