ପ୍ରମୂଖ ଖବର
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

୧୭ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଆଦିବାସୀ ସମାଜ ମହାସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି

ମାଲକାନଗିରି,୩/୧୦ :  ଜମି ଜଳ ଜଙ୍ଗଲ ବଞ୍ଚିବାର ଅଧିକାର ଦାବି ନେଇ ଦୀର୍ଘ ୧୭ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଆଦିବାସୀ ସମାଜ ମହାସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଶତାଧିକ ଆଦିବାସୀ । ଜିଲ୍ଲା ଆଦିବାସୀ ସମାଜ ମହାସଂଘ, ସରପଞ୍ଚ ସଂଘ ଓ ଆଦିବାସୀ ନେତାଙ୍କ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣ ଧାରଣା ଆଜି ୧୭ଦିନରେ ପହଁଚିଛି ।

ବିଭିନ୍ନ ଦାବି ନେଇ ମାଲକାନଗିରି ଜିଲ୍ଲା ଆଦିବାସୀ ସମାଜ ମହାସଂଘର ସଭାପତି ବନ୍ଧୁ ମୁଦୁଲିଙ୍କ ନେତୃତ୍ୱରେ ବୁଦୁରା କର୍ତ୍ତମୀ, ଦେବେନ୍ଦ୍ର ଖିଲ, ଲଛମନ ମାଡକାମି, ଲଳିତ ନାରାୟଣ ମାଡକାମି, ଈଶ୍ୱର ମାଡକାମି ପ୍ରମୁଖ ଆଦିବାସୀ ନେତା ଓ ଆଦିବାସୀ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସରପଞ୍ଚ ସଂଘ ଓ ଆଦିବାସୀ ନେତାମାନେ ଗତ ୧୬ତାରିଖ ଠାରୁ ଗଣ ଧାରଣା ଦେଇଛନ୍ତି । ସେମାନଙ୍କ ଦାବି ଗୁଡିକ ମଧ୍ୟରେ ମୁଖ୍ୟତଃ ଓଡ଼ିଶା ସରକାରଙ୍କ ବସୁନ୍ଧରା ଯୋଜନାକୁ ସ୍ଥଗିତ ରଖାଯାଇ, ପେଶା ଆଇନ-୧୯୯୬କୁ ଲାଗୁ କରି ବସୁନ୍ଧରା ଯୋଜନାକୁ କାର୍ଯ୍ୟକାରୀ କରାଯାଉ। 

ମାଲକାନଗିରି ଜିଲ୍ଲାରେ ଥିବା ସିମାନ୍ତ ବାସୀ ପ୍ରଭାବିତ ନ ହେବା ପାଇଁ ପୋଲାଭରମ ପ୍ରକଳ୍ପର ସୀମିତତା ଯଥା ଶିଘ୍ର ନିର୍ଦ୍ଧାରଣ କରାଯାଉ। ଚିତ୍ରକୋଣ୍ଡା ଜଳ ଭଣ୍ଡାର ନିର୍ମାଣ ଦ୍ବାରା ବିସ୍ତାପିତ ହୋଇଥିବା ଆଦିବାସୀଙ୍କୁ ଚିହ୍ନଟ କରି ଯଥା ଶିଘ୍ର ଥଇଥାନର ବ୍ୟବସ୍ଥା କରଯାଉ। ଜଙ୍ଗଲ ଅଧିକାର ଆଇନ-୨୦୦୬ ଅନୁଯାୟୀ ମାଲକାନଗରି ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବ୍ୟକ୍ତିଗତ ପଟ୍ଟା ଓ ପ୍ରତ୍ୟକ ଗ୍ରାମର ଗୋଷ୍ଠୀଗତ ପଟ୍ଟା ପ୍ରଦାନ କରାଯାଉ, ରାଜ୍ୟ ଭିତିକ ନିଯୁକ୍ତି ବନ୍ଦ କରି ଜିଲ୍ଲା ଭିତିକ ନିଯୁକ୍ତି ଦିଆଯାଉ,ଦାବୀରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଶାଳ ଗଣ ଧାରଣା ଚାଲୁ ରଖାଜିବ ବୋଲି ଆଦିବାସୀ ମହାସଂଘ ସମାଜ ପକ୍ଷରୁ ସୂଚନା ଦିଆଯାଇଛି। ସହ ସହ ଆଦିବାସୀ ଲୋକେ ଏହି ଧାରଣାରେ ଯୋଗଦେଇ ନାରା ବାଜି କରୁଥିବା ଦେଖିବାକୁ ମିଳିଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.