ପ୍ରମୂଖ ଖବର
  • କାମାକ୍ଷାନଗର : ସ୍ତ୍ରୀ ସମ୍ମୁଖରେ ସ୍ୱାମୀକୁ ପଥରରେ ଛେଚି ହତ୍ୟା, ୩ ଅଭିଯୁକ୍ତ ଫେରାର
  • ||
  • ଗଞ୍ଜାମ ଏସପି ଭାବେ ଦାୟିତ୍ୱ ନେଲେ ଶୁଭେନ୍ଦୁ ପାତ୍ର, ଅପରାଧ ନିୟନ୍ତ୍ରଣ ଏବଂ ଅପରାଧୀ ଦମନ ରହିବ ଲକ୍ଷ
  • ||
  • ବଦଳିଲେ ଭଦ୍ରକ ଏସପି; କାର୍ଯ୍ୟଭାର ଗ୍ରହଣ କଲେ ସନ୍ଦୀପ ସମ୍ପଦ, ନୂତନ ଏସପିଙ୍କୁ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ସ୍ୱାଗତ
  • ||
  • ଟ୍ୱିନ୍‌ସିଟି ଅତିରିକ୍ତ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ଉମାଶଙ୍କର ଦାସ
  • ||
  • ଭୋଗରାଇ : ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ପଡିଲା ତାଲା, ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ
  • ||
  • ବାଲିଗୁଡା : ଦୁର୍ଗାପାଙ୍ଗାରେ ମହାମାରୀ ରୂପ ନେଉଛି ଝାଡାବାନ୍ତି; ୬ ମୃତ,୧୫ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
  • ||
  • ହିନ୍ଦୋଳ : ପୋଖରୀରେ ବୁଡି ମହିଳା ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଭୁବନ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ହତ୍ୟା କରି କୂଅରେ ପକାଇଲା ସ୍ୱାମୀ
  • ||
  • ସାଲେପୁର : ଅନଲାଇନ୍ ଗେମ୍ ଖେଳିବା ପଡ଼ିଲା ମହଙ୍ଗା, ଲକ୍ଷାଧିକ ଟଙ୍କା ହାରି ଜୀବନ ହାରିଲେ ଯୁବକ
  • ||
  • ନୟାଗଡ : ବନ୍ଧୁକ ଦେଖାଇ କେନ୍ଦୁପତ୍ର ଫଡି ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ସହ ଟଙ୍କା ଏବଂ ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଜଳେଶ୍ବର : ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ସୂନା ଗହଣା ଏବଂ ନଗଦ ଟଙ୍କା ଲୁଟ୍‌, ଜଣେ ଅଟକ
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ ଅରବିନ୍ଦ କେଜରିୱାଲ, ଆପ୍‌ ମୁଖ୍ୟାଳୟ ନିକଟରେ ଚୂଡ଼ାନ୍ତ ହୋଇଛି ଘର
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା, ଆଜି ୫ ପୁଲିସ ଅଧିକାରୀଙ୍କ ପଲିଗ୍ରାଫ୍‌ ପରୀକ୍ଷା
  • ||
  • କାମାକ୍ଷାନଗର : ଶୌଚ ହେବାକୁ ଯାଇଥିବାବେଳେ ଧକ୍କା ଦେଲା ଟ୍ରେନ୍, କଟିଗଲା ଯୁବକଙ୍କ ବାମ ଗୋଡ଼
  • ||
  • ବାଲେଶ୍ୱର : ରାଇସ୍‌ ମିଲ୍‌ ମାଲିକଙ୍କ ଦବଙ୍ଗଗିରି, ଖବର ସଂଗ୍ରହ ବେଳେ ସାମ୍ୱାଦିକଙ୍କୁ ଆକ୍ରମଣ
  • ||
  • UAEରେ ବାଜିବ ମହିଳା ଟି-ଟ୍ୱେଣ୍ଟି ୨୦୨୪ ବିଶ୍ୱକପ୍ ବିଗୁଲ, ୧୦ ଦଳ, ୨୩ ମ୍ୟାଚ୍‌, ୨ ଭେନ୍ୟୁରେ ଖେଳାଯିବ
  • ||
  • ଦକ୍ଷିଣ ପୂର୍ବ ବାଂଲାଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟ, ୪ରେ ସୁଦ୍ଧା ଲଘୁଚାପ: ଆଇଏମ୍‌ଡି ଡିଜି
  • ||

ରେଳଲାଇନ୍‌ ଦେଖିପାରିଲେନି ଜିଲ୍ଲାବାସୀ; ୩୦୦ ଗାଁକୁ ରାସ୍ତା, ୫୦୦ ଅଞ୍ଚଳକୁ ନାହିଁ ବିଜୁଳି ଆଲୁଅ

ମାଲକାନଗିରି, ୨।୧୦: ଜିଲ୍ଲା ପ୍ରତିଷ୍ଠାକୁ ୩୨ବର୍ଷ ପୂରିଲା । ଏବେ ବି ନାହିଁ ନାହିଁରେ ଚାଲିଛି ମାଲକାନଗିରି । ବହୁ ଗାଁକୁ ବିଜୁଳି, ସବୁଦିନିଆ ରାସ୍ତା, ପାନୀୟଜଳ ଅପହଞ୍ଚ ହୋଇରହିଛି । ଲୋକେ ପାହଡଜଙ୍ଗଲ ଘେରରେ ଅବହେଳିତ ହୋଇ ରହିଛନ୍ତି । ଜିଲ୍ଲାବାସୀଙ୍କ ପାଇଁ ରେଳ ସୁବିଧା ହୋଇପାରିନି । ଅବଶ୍ୟ କିଛିମାତ୍ରାରେ ଉନ୍ନତି ଘଟିଛି । ବିଚ୍ଛିନ୍ନାଞ୍ଚଳରେ ଗୁରୁପ୍ରିୟା ସେତୁ ହେବା ପରେ ସେହି ଅଞ୍ଚଳରେ ବିକାଶର ଧାରା ଆଗେଇଛି । ବିଏସଏଫ କ୍ୟାମ୍ପ ହେବା ପରେ ମାଓଗଡ଼ ଧ୍ୱଂସ ହେବା ସହ ରାସ୍ତାଘାଟ ନିର୍ମାଣ ହୋଇପାରିଛି । ତଥାପି ଅନେକ ପ୍ରସଙ୍ଗ ଏବେ ବି ପୂର୍ବବତ ରହିଛି । ଜିଲ୍ଲାବାସୀଙ୍କ ମୁଣ୍ଡପିଛା ଆୟ ବର୍ଷକୁ ୬୯ ହଜାର ରହିଥିବା ସର୍ଭେ ରିପୋର୍ଟ ତଥ୍ୟରୁ ଜଣାପଡ଼ିଛି । ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା ପ୍ରକାରେ, ଏଠାରେ ସ୍ୱାସ୍ଥ୍ୟ ସେବା ଏବେ ବି ଅପହଞ୍ଚ । ଆବଶ୍ୟକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନଥିବାରୁ ଲୋକେ ଗୁଣିଆ ଦିଶାରି ଉପରେ ନିର୍ଭର କରୁଛନ୍ତି । ମାଓ ସମସ୍ୟା ଦୂର ହେବା ପରେ ଏହି ଜିଲ୍ଲା ଗଞ୍ଜେଇ ଚୋରା ଚାଲାଣ କରିଡର ପାଲଟିଛି । 

ଗତ ସରକାର ଜିଲ୍ଲାରେ ରେଳଲାଇନ୍‌ ହେବ ବୋଲି ଘୋଷଣା କରିବା ପରେ କେନ୍ଦ୍ର ବଜେଟରେ ବିଲ୍‌ ପାସ ହୋଇ ସର୍ଭେ ସରିଛି । ହେଲେ ତାହା ପୁଣିଥରେ ଦିବାସ୍ୱପ୍ନ ପାଲଟିଯାଇଛି । ଭୋଟ ପ୍ରଚାର ସମୟରେ ତରବରିଆ ଭାବେ ଏରୋଡ୍ରମ କରାଯାଇଥିଲା । ଏତେ ନିମ୍ନମାନର କରାଗଲା ଯେ, ବର୍ଷାରେ ଏହାର ପାଚେରୀ ଭୁଶୁଡି ପଡ଼ିଲା । ନିର୍ବାଚନ ସରିଗଲା ପରେ ବନ୍ଦହୋଇ ଏବେ ଗୋରୁଗାଈଙ୍କ ବାସସ୍ଥଳି ପାଲଟିଛି । ଜିଲ୍ଲାର ୩୦୦ରୁ ଅଧିକ ଗାଁକୁ ରାସ୍ତା ନାହିଁ କି ପୋଲ ନାହିଁ । ରୋଗୀଙ୍କ ପାଇଁ ଖଟିଆ ଭରସା ପାଲଟିଛି । ନଦୀଗୁଡ଼ିକରେ ଯାତାୟତ ପାଇଁ ଲୋକେ ବାଉଁଶରେ ପୋଲ ତିଆରି କରି ଯାଆସ କରୁଛନ୍ତି । ବାଲିମେଳା ଠାରେ ବୃହତ୍ତ ଜଳଭଣ୍ଡାର ଥିଲେ ମଧ୍ୟ ନିକଟବର୍ତ୍ତୀ ୬ଟି ପଞ୍ଚାୟତବାସୀଙ୍କ ପାଇଁ ପାନୀୟଜଳ ଓ ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇ ରହିଛି । ୧୯୬୪-୬୬ରେ ତିଆରି ହୋଇଥିବା ଚିତ୍ରକୋଣ୍ଡା ବାଲିମେଳା ଡ୍ୟାମ୍‌ର ବିସ୍ଥାପିତ ଲୋକ ଏବେ ବି ଜଳବନ୍ଦୀ ଜୀବନ ବିତାଉଛନ୍ତି । 

ଗାଜଲମାମୁଡ଼ି ପଞ୍ଚାୟତର ତୁମୁଳିମାମୁଡ଼ି, ରାଲେଗଡ଼ା ପଞ୍ଚାୟତର ଦାଗୁଡ଼ୁପାଲି, ଶୁଆପାଲି ଗାଁକୁ ରାସ୍ତା କି ବିଜୁଳି ନାହିଁ । ଚିତ୍ରକୋଣ୍ଡା ବ୍ଲକର ଅନେକ ଦୁର୍ଗମ ଗ୍ରାମବାସୀ ବିପଦପୂର୍ଣ୍ଣ ଭାବେ ଦେଶୀ ଡଙ୍ଗାରେ ଯିବାଆସିବା କରୁଛନ୍ତି । ମୋଟର ବୋଟ କିମ୍ବା ଲଞ୍ଚ ସେବା ମିଳିପାରୁନି । ଯେଉଁ କିଛିଟା ଚାଲିଛି ସୁରକ୍ଷା ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଜଳଯାତ୍ରା ବେଳେ ଦୁର୍ଘଟଣା ଘଟି ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । ଜିଲ୍ଲାର ଅଧିକାଂଶ ଗାଁରେ ପାନୀୟଜ ସମସ୍ୟା ଉତ୍କଟ । ଚୁଆ, ଝରଣା ଓ ନାଳର ଅପରିଷ୍କାର ଜଳକୁ ଲୋକେ ସଂଗ୍ରହ କରି ନାନା ରୋଗରେ ପୀଡିତ ହେଉଛନ୍ତି । ୫ଶହରୁ ଅଧିକ ଗାଁରେ ବିଦ୍ୟୁତ ବ୍ୟବସ୍ଥା ନଥିବାରୁ ଲୋକେ ଅନ୍ଧାରରେ ରାତି ବିତାଉଛନ୍ତି । ଅନେକ ପିଲା ରାତିରେ ପାଠ ପଢିପାରୁ ନାହାନ୍ତି । ଡ୍ରପ୍‌ ଆଉଟ୍‌ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ଏଠାରେ ବହୁତ ଅଧିକ । ଏସବୁ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.