ପ୍ରମୂଖ ଖବର
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ବିଜେଡିର ଜିଲ୍ଲାସ୍ତରୀୟ ଜନସମ୍ପର୍କ ପଦଯାତ୍ରା

ମାଲକାନଗିରି, ୩/୧୦(ଆପ୍ର) :ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ  ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ମାଲକାନଗିରି ବସଷ୍ଟାଣ୍ଡ ଠାରୁ ଶୋଭା ଯାତ୍ରା ବାହାରି  ମାଲକାନଗିରି ଷ୍ଟାଡିୟମ୍  ନିକଟସ୍ଥ ସଂସ୍କୃତି ଭବନ ପର୍ଯ୍ୟନ୍ତ ଯାଇ ସେଠାରେ ଏକ ସଭା ର ଆୟୋଜନ କରାଯାଇଥିଲା ।  ଉକ୍ତ ଜନ ସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଭାବରେ   ରାଜ୍ୟ ବିଜୁ ଜନତା ଦଳର ପୂର୍ବତ୍ତନ ମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତା ଦଳ ର କୋର୍ କମ୍ମିଟି ତଥା ସମନ୍ଵୟ କମିଟି ର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର  ଯୋଗ ଦେଇଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ,  ଭୃଗୁ ବକ୍ସି ପାତ୍ର ଏବଂ ପୂର୍ବତନ ସାଂସଦ  ପ୍ରଦୀପ ମାଝୀ , ପୂର୍ବତନ ସାଂସଦ  ରମେଶ ଚନ୍ଦ୍ର ମାଝୀ ଓ ପ୍ରିୟ ବ୍ରତ ମାଝୀ ଯୋଗ ଦେଇଥିଲେ ।

ବିଜୁ ଜନତା ଦଳ ସରକାର ସମୟରେ ଗ୍ରାମାଞ୍ଚଳ ଓ ପୌରାଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ସଫଳ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକମାନଙ୍କୁ ଅବଗତ  କରାଇଥିଲେ। ବିଜୁ ଜନତା ଦଳର ୨୪ ବର୍ଷର ସରକାରରେ ଓଡ଼ିଶା ବିକାଶର ନୂଆ ଶିଖର ଛୁଇଁଛି। ସବୁ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଆସିଛି। ସେବା ଓ ସ୍ୱାଭିମାନ ଆମର ମନ୍ତ୍ର, ଆଉ ବିକାଶ ହେଉଛି ଆମର ପରିଚୟ। ଆମେ ସବୁବେଳେ ସୁଖ ଦୁଃଖରେ ଲୋକଙ୍କ ସାଥିରେ ରହି ଆସିଛୁ। ଏଥିପାଇଁ ବିଜୁ ଜନତା ଦଳ ଏବେ ଏକ ସାମାଜିକ ଆନ୍ଦୋଳନ ସାଜିଛି  ବୋଲି କହିଥିଲେ।

ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବର୍ତ୍ତମାନ ର ସରକାରଙ୍କ ବିମୁଖତା, ଦରଦାମ ନିୟନ୍ତ୍ରଣରେ ବିଫଳତା ଓ ମିଛ ପ୍ରତିଶ୍ରୁତି ଦେଇ ବିଜେପି ଶାସନକୁ ଆସିଛି ବୋଲି କହିଥିଲେ। କୁଆଡ଼େ ଗଲା ୩୦୦ ୟୁନିଟ୍ ମାଗଣା ବିଜୁଳି, ୩୦୦୦ ଟଙ୍କା ଭତ୍ତା ଓ ମା'ମାନଙ୍କୁ ୫୦,୦୦୦ ଟଙ୍କା? ବିଜେପିର ମିଛ ଏବେ ଧରା ପଡ଼ିଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ। ଏବେ ସରକାର ସେ ଯୋଜନାର ନାମ ବଦଳାଇ ଦେଲେ। ଆପଣ ନାଁ ବଦଳାଇ ପାରନ୍ତି, ରଙ୍ଗ ବଦଳାଇ ପାରନ୍ତି। ହେଲେ ଇତିହାସକୁ ବଦଳାଇ ପାରିବେ ନାହିଁ ବୋଲି ନେତାମାନେ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.