ମାଲକାନଗିରି, ୧୯/୧୨ : ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡା ଶୁକ୍ରବାର ମାଲକାନଗିରି ଜିଲ୍ଲା ଗସ୍ତ କରି ବଣ୍ଡାଘାଟି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ମାଲକାନଗିରି ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ସମସ୍ତ ପ୍ରକାର ପ୍ରସ୍ତୁତି ସାରିଛି । ଉପ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳ ୧୦ଟା ୩୦ମିନିଟରେ ସ୍ୱତନ୍ତ୍ର ହେଲିକପ୍ଟରେ ଯୋଗେ ଯାଇ ଖଇରପୁଟ ବ୍ଲକ ବଣ୍ଡା ଘାଟିରେ ପହଞ୍ଚିବେ । ସେଠାରେ ସୁଭଦ୍ରା ଯୋଜନା, ପର୍ଯ୍ୟଟନରେ ବିକାଶ ସହ ମିଶନ ଶକ୍ତି ଓ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟର ସମୀକ୍ଷା କିରିବେ ।
ପରେ ମାଲକାନଗିରି ଏମଭି୩ ବିଏସଏଫ କ୍ୟାମ୍ପରେ ଓହ୍ଲାଇବେ । ଅପରାହ୍ନରେ ଜିଲ୍ଲା ପରିଷଦ ସଭାଗୃହରେ ମହିଳା ଶିଶୁ କଲ୍ୟାଣ, ସୁଭଦ୍ରା ଯୋଜନା, ମିଶନ ଶକ୍ତି ଓ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ନେଇ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ କରି ସ୍ଥାନୀୟ ସର୍କିଟ ହାଉସଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।