ମାଲକାନଗିରି, ୧୮/୧୨: ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡି ଆରମ୍ଭ ହେବାର ପ୍ରଥମ ଦିନରେ ହିଁ ମଣ୍ଡିରେ ପଡିଲା ତାଲା । ମଣ୍ଡିରେ ତାଲା ପକାଇଲେ ଇନ୍ଦ୍ରାବତୀ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ ବାଟପଲ୍ଲୀ ଗ୍ରାମରେ ଥିବା ଧାନମଣ୍ଡିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ଇନ୍ଦ୍ରାବତୀ ଗ୍ରୁପ୍ର ମହିଳାମାନେ ପ୍ରଥମେ ବାଟପାଲି ଧାନ ମଣ୍ଡି ପାଇଁ ଆବେଦନ କରିଥିଲେ । ହେଲେ ଇନ୍ଦ୍ରାବତୀ ଗ୍ରୁପକୁ ଏହି ଧାନ ମଣ୍ଡି ଦିଆ ଯାଇ ନାହିଁ । ଉକ୍ତ ଧାନ ମଣ୍ଡିକୁ ଅନ୍ୟ ମହିଳା ମାନେ ପରିଚାଳନା କରୁଛନ୍ତି । ଯେ ପର୍ଯ୍ୟନ୍ତ ଇନ୍ଦ୍ରାବତୀ ଗ୍ରୁପକୁ ଏହି ଧାନ ମଣ୍ଡି ଦିଆ ନଯିବ, ସେ ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି ଇନ୍ଦ୍ରାବତୀ ଏସଏଚଜି ଗ୍ରୁପ୍ର ମହିଳା ମାନେ କହିଛନ୍ତି ।
ଏନ୍ୟପଟେ ଧାନ ମଣ୍ଡିରେ ତାଲା ପଡ଼ିବା କାରଣରୁ ମଣ୍ଡି ବାହାରେ ଚାଷୀମାନେ ଜଗି ରହିଥିବା ବେଳେ ଟ୍ରାକ୍ଟର ଉପରେ ପଡ଼ି ରହିଛି ଚାଷୀଙ୍କ ଶହ ଶହ ବସ୍ତା ଧାନ । ବର୍ତ୍ତମାନ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।