ମାଲକାନଗିରି /ମାଥିଲି, ୨/୧(ଆ ପ୍ର) ; ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ଅନ୍ତର୍ଗତ ନାୟକଗୁଡା ଠାରେ ଥିବା ଧାନ ମଣ୍ଡିରେ ଅବ୍ୟବସ୍ଥା ଓ ଧାନର ବିକ୍ରୟ ପରିମାଣ ବୃଦ୍ଧି ଦାବିରେ ଶତାଧିକ ଚାଷୀ ନାୟକଗୁଡା ଛକ ଠାରେ ଧାନ ବସ୍ତା ରଖି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି । ଫଳରେ ମାଲକାନଗିରି ଜୟପୁର ଜାତୀୟ ରାଜପଥର ଉଭୟ ପାର୍ଶ୍ଵ ରେ ଶତାଧିକ ଯାନବାହାନ ଅଟକି ରହି ଯୋଗାଯୋଗ ବନ୍ଦ ରହିଥିଲା`
ଚାଷୀମାନଙ୍କ ମୁଖ୍ୟ ଦାବି ଥିଲା ମଣ୍ଡିରେ ଦିନକୁ ହଜାରେ କୁଇଣ୍ଟାଲ ଧାନ କ୍ରୟ କରିବା ବଦଳରେ ଦୁଇ ହଜାର କୁଇଣ୍ଟାଲ ଧାନ କ୍ରୟ କରି ଟାର୍ଗେଟ ବଢ଼ା ଯାଉ, ମଣ୍ଡିରେ ଚାଷୀ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉ, ଅଳ୍ପ ଟାର୍ଗେଟ ଥିବାରୁ ମଣ୍ଡିରେ ଧାନ ବିକ୍ରି କରିପାରୁନଥିବାରୁ ଚାଷୀଙ୍କ ମଧ୍ୟରେ ଏପରି ଅସନ୍ତୋଷ ଦେଖିବାକୁ ମିଳିଛି। ଏସମ୍ପର୍କ ରେ ଖବର ପାଇ ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ ଏମ ଏମ ପଟ୍ଟନାୟକ, ଏଡିପିଓ ସଚ୍ଚିନ ପଟେଲ ପ୍ରମୁଖ ଅଧିକାରୀ ପହଁଚି ଚାଷୀଙ୍କୁ ବୁଝାସୁଝା କରି ଚାଷୀ ଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ରାସ୍ତାରୋଗ ପ୍ରତ୍ୟାହାର କରିଥିଲେ ଚଷୀ। ରାସ୍ତା ଅବରୋଧ ଉଠିବା ପରେ ସ୍ୱାଭାବିକ ଭାବେ ଯାନବାହାନ ଚଳ ପ୍ରଚଳ କରିଥିଲା।