ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ରାଜ୍ୟସ୍ତରୀୟ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ବାର୍ଷିକ ସମ୍ମିଳନୀ : ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ବପୂର୍ଣ୍ଣ

Published By : Prameya | December 29, 2024 10:53 PM

ମାଲକାନଗିରି,୨୯/୧୨(ଆପ୍ର ) :  ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ବପୂର୍ଣ । ନ୍ୟାୟ ମାଗୁଥିବା ଏବଂ ନ୍ୟାୟ ପ୍ରଦାନକାରୀଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରନ୍ତି । ତେଣୁ ଆଇନଜୀବୀଙ୍କ ଦକ୍ଷତା ଉପରେ ଆମର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥା ନିର୍ଭରଶୀଳ ବୋଲି ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର କରି ଆୟୋଜିତ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀ ରେ  ଉପସ୍ଥିତ ଅତିଥି ମାନେ କହିଛନ୍ତି। ଏହା ବ୍ୟତିତ ଓକିଲ ମାନଙ୍କୁ ସ୍ୱାସ୍ଥ୍ୟ ବୀମା, ପିଲାଙ୍କ ପାଠପଡା, ପେନସନ ଭଲି ଅନେକ ଦାବି ଏହି ସମ୍ମିଳନୀ ଉପସ୍ଥାପନ କରା ଯାଇଥିଲା।

ମାଲକାନଗିରି ଜିଲ୍ଲା ସଦର ମହକୁମା ଦଣ୍ଡକାରଣ୍ୟ ମୈଦାନ ଠାରେ ଦୁଇଦିନିଆ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସନର ୫୩ତମ ବାର୍ଷିକ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ର ବରିଷ୍ଠ ଜଷ୍ଟିସ ଶିବ ଶଙ୍କର ମିଶ୍ର ମୂଖ୍ୟ ଵକ୍ତା ଭାବେ ସୁପ୍ରିମକୋର୍ଟ ର ଅବସରପ୍ରାପ୍ତ ବରିଷ୍ଠ ଜଷ୍ଟିସ  ଭି ଗୋପାଲ ଗୌଡ଼ା ଯୋଗ ଦେଇ ପ୍ରଥମ ଦିନର ଅଧିବେଶନକୁ ଉଦଘାଟନ କରିଥିଲେ। ଏହି ଅବସରରେ ହାଇକୋର୍ଟ ର ବରିଷ୍ଟ ଆଇନ ଜୀବୀ ଓ ଓଡ଼ିଶା ବାର କାଉନସିଲ ସଦସ୍ୟ ବିଭୂପ୍ରସାଦ ତ୍ରିପାଠୀ, ବାର କାଉନସିଲ ସଦସ୍ୟ ପି ରମେଶ କୁମାର ପାତ୍ର,ହାଇକୋର୍ଟ ବାର ଆସୋସିଏସନ ସଭାପତି ବି.କେ ଦାଶ,ବାର କାଉନସିଲ ଉପସଭାପତି ଆର କେ. ମହାନ୍ତି, ଓଡିଶା ବାରକାଉନ ସିଲ ଚେୟାରମ୍ୟାନ ଏସ ଏମ ଦ୍ବିବେଦୀ ଯୋଗ ଦେଇ ରାଜ୍ୟ ର ସମସ୍ତ ଆଇନଜୀବୀ ଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କ ସୁରକ୍ଷା, ପେନସନ, ସ୍ୱାସ୍ଥ୍ୟ ବୀମା ଓ ଅନ୍ୟାନ ଦାବି ପ୍ରତି ଗୁରୁତ୍ୱ ଦେଇଥିଲେ। 

ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ରାଜ୍ୟ ଅଧ୍ୟକ୍ଷ ବରିଷ୍ଠ ଆଇନଜୀଵୀ ଜ୍ଞାନ ରଞ୍ଜନ ମହାନ୍ତି ଓ ଆଇନଜୀବୀ ଏନ ଏନ ଶତପଥି ପ୍ରାରମ୍ଭିକ ସୂଚନା ଓ ଅତିଥି ମାନଙ୍କ ପରିଚୟ ଦେଇଥିଲେ। ମାଲକାନଗିରି ଜିଲ୍ଲା ଲୟର୍ସ ଆସୋସିଏସନର ସଭାପତି ନୃସିଂହ ଚରଣ ମହାନ୍ତି ସମ୍ମିଳନୀ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ସଂଘର ଏକ ସ୍ମରଣୀକାକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ସଂଜିତ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଧିବେଶନରେ ରାଜ୍ୟ ର ୩୦ଟି ଜିଲ୍ଲା ର ପ୍ରାୟ ୧୩୦୦ ରୁ ଉର୍ଦ୍ଧ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି  ଉଦଯାପନୀ ସଭାରେ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଓ ବରିଷ୍ଟ ଆଇନଜ୍ଞ ସହିତ ଅନ୍ୟାନ ଅତିଥି ମାନେ ଉପସ୍ଥିତ ରହିବାର କାର୍ଯ୍ୟ କ୍ରମ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.