ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ସବୁଜ ଜହର ବଳୟରେ ମାଲକାନଗିରି

Published By : Prameya | December 26, 2024 9:31 PM

ମାଲକାନଗିରି /ମାଥିଲି,୨୬/୧୨ : ସବୁଜଜହର ବଳୟରେ ମାଲକାନଗିରି ଜିଲ୍ଲା ରହିଥିବାବେଳେ ପୁଲିସ ଓ ଅବକାରୀ ବିଭାଗ ସବୁଜ ଜହର ମୁକ୍ତ କରିବା ପାଇଁ ଜଙ୍ଗଲରେ ଗଞ୍ଜେଇ ଗଛ କାଟିବା ଆରମ୍ଭ କରିଥିବାବେଳେ ସହର ବଜାର ମଝିରେ ଥିବା ଗଞ୍ଜେଇ ଗଛ ପ୍ରତି କାହାର ନଜର ପଡୁନାହିଁ ।

ସବୁଜ ଜହର ବା ଗଞ୍ଜେଇ ଗଛ ଏବେ ବଜାରର ମଝିରେ ଦେଖିବାକୁ ମିଳିଛି ।  ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ସଦର ମହକୁମାର ୩୨୬ଜାତୀୟ ରାଜପଥ ନିକଟରେ ଥିବା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ। ସଦର ମହକୁମାଠାରେ ଥିବା ଅବକାରୀ ବିଭାଗ ଓ ପୋଲିସ କର୍ମଚାରୀମାନେ ଏହା ଜାଣିଛନ୍ତି କି ନାହିଁ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଏହି ଗଞ୍ଜେଇ ଗଛ ଦେଖି ମାଥିଲି ଅଞ୍ଚଳବାସୀ ଚକିତ ହୋଇପଡ଼ିଛନ୍ତି । ସର୍ବ ସାଧରଣ ସ୍ଥାନରେ ବୃହତ ଗଞ୍ଜେଇ ଗଛ ଟିଏ ରହି ସେଥିରେ ଗଞ୍ଜେଇ କଲି ଫଳିବା ଆରମ୍ଭ କଲାଣି, ସେହି ରାସ୍ତା ଦେଇ ପ୍ରତିଦିନ ପୋଲିସ ଓ ଅବକାରୀ ଅଧିକାରୀ କର୍ମଚାରୀ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନ ପଡିବା ଘଟଣା ସମସ୍ତଙ୍କୁ ଚକିତ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.