ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

ଜଗତସିଂହପୁର ଜିଲ୍ଲାରେ ୩୩% ଧାନ ନଷ୍ଟ, ତରବରିଆ ରିପୋର୍ଟ ଦେଲା ଜିଲ୍ଲା କୃଷି ବିଭାଗ

Published By : Prameya | December 27, 2024 1:43 PM

ଜଗତସିଂହପୁର,୨୭/୧୨ : ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଜଗତସିଂହପୁର ଜିଲ୍ଲାରେ ଧାନ ସହ ପନିପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ତେବେ ଫସଲହାନିର କ୍ଷୟକ୍ଷତି ଆକଳନ କରିବାରେ ପ୍ରଶାସନିକ ସ୍ତରରେ ବିଳମ୍ୱ କରାଯାଇଛି। ତୁହାକୁ ତୁହା ବୈଠକ ସତ୍ତ୍ଵେ ପ୍ରକୃତ କ୍ଷତି ସଂପର୍କିତ ତଥ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିବାକୁ ବିଭାଗୀୟ ଅଧିକାରୀମାନେ କୁନ୍ଥକୁନ୍ଥ ହେଉଛନ୍ତି । ପ୍ରଥମ ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ ହୋଇନଥିଲା । ଦ୍ୱିତୀୟ ପର୍ଯ୍ୟାୟ ବର୍ଷାରେ କ୍ଷୟକ୍ଷତି ହୋଇଥିବା ନେଇ ଆକଳନ କରାଯାଉଛି । ଏବେଯାଏ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସଫେଇ ଦିଆଯାଇଛି ।   

ଆଶ୍ଚର୍ଯ୍ୟର ବିଷୟ, ପ୍ରଥମ ବର୍ଷାରେ ପନିପରିବାକୁ କ୍ଷତି ପହଞ୍ଚି ନଥିଲା । ଦ୍ୱିତୀୟ ବର୍ଷାରେ କ୍ଷତି ହୋଇଥିବାର ଖବର ଆସୁଥିବାରୁ ଏ ଦିଗରେ କ୍ଷେତ୍ର ପରିଦର୍ଶନ ସହ କ୍ଷୟକ୍ଷତିର ଆକଳନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଅନୀଲ ସେଠୀ । ଅପରପକ୍ଷେ କିନ୍ତୁ ଜିଲ୍ଲାରେ ୩୩ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଥିବାର ଏକ ରିପୋର୍ଟ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଆଗକୁ ଯଦି ପୁଣି ବର୍ଷା ହୁଏ ତେବେ କ୍ଷତି ହାର ବଢ଼ିବ ବୋଲି ସରକାରଙ୍କୁ ଅବଗତ କରାଯାଇଛି ।  ଜିଲ୍ଲାରେ ପ୍ରାୟ ୮୦ ହଜାର ହେକ୍ଟରରୁ ଅଧିକ ଜମିରେ ଧାନ ଚାଷ ହୋଇଛି । ସେହିପରି ପାଖାପାଖି ୨ ହଜାର ହେକ୍ଟର ଜମିରେ ପନିପରିବା ଚାଷ କରାଯାଇଛି । ୨୧ ତାରିଖ ଲଗାଣ ବର୍ଷାରୁ ଉଭୟ ପନିପରିବା ଓ ଧାନ ଫସଲ ପ୍ରଭାବିତ ହୋଇଥିଲା । ୨୧ ତାରିଖରେ ଜିଲ୍ଲାରେ ୪୫୪.୨ ମିଲି ମିଟର ବର୍ଷା ରେକର୍ଡ ହୋଇଥିଲା । ତା'ପରଦିନ ମଧ୍ୟ ଜିଲ୍ଲାରେ ୧୫୭.୮ ମିମି ବର୍ଷା ହୋଇଥିଲା । ଏହି ଦୁଇ ଦିନର ଝିପିଝିପି ବର୍ଷାରେ ଧାନ ବିଲ ପଚପଚ ହୋଇ ଉଠିଥିଲା । ଧାନ ଜମିରେ ଗୋଟେ ପ୍ରକାର ବନ୍ୟା ପାଣିର ଭ୍ରମ ସୃଷ୍ଟି ହୋଇଥିଲା । ଏଣେ ବହୁ ଚାଷୀ ଧାନ ଅମଳ ନିମନ୍ତେ ଗଛକୁ କାଟି ବିଲରେ ହିଁ କଚଡ଼ା ପକାଇ ଦେଇଥିଲେ । ହେଲେ ପାଣିର ଲହଡ଼ା ଭିତରେ କଚଡ଼ା ପଡ଼ିଥିବା ଧାନରୁ ଗଜା ବାହାରି ଆସିଥିଲା । ଜିଲ୍ଲାର ସମସ୍ତ ବ୍ଲକର ଅଧିକାଂଶ ଅଞ୍ଚଳରେ ଧାନ ଫସଲ ପ୍ରଭାବିତ ହୋଇଥିଲେ ସୁଦ୍ଧା ଉକ୍ତ ବର୍ଷାରେ ଧାନ ଫସଲ କ୍ଷତି ଶୂନ ଥିବାର ରିପୋର୍ଟ କୃଷି ବିଭାଗ ପକ୍ଷରୁ କରାଯାଇଥିବା ଚର୍ଚ୍ଚାର ପରିଧିକୁ ଆସିଛି ।   

ଜିଲ୍ଲାରେ ହଜାର ହଜାର ଭାଗଚାଷୀ ପ୍ରଭାବିତ ହୋଇଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ପ୍ରକୃତ ମାଲିକଙ୍କ ଠାରୁ ଭାଗରେ ଜମି ଆଣି ବହୁ ଚାଷୀ ନିଜ ଅର୍ଥ ଏବଂ ଋଣ କରି ଧାନ ଚାଷ କରିଛନ୍ତି । କିନ୍ତୁ ବର୍ଷା ବିତ୍ପାତରୁ ଅମଳ ପୂର୍ବରୁ ଧାନ ନଷ୍ଟ ହୋଇଥିବାରୁ ଭାଗଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ସରକାର ଏଥିପ୍ରତି ଯତ୍ନଶୀଳ ରହିଛନ୍ତି ଏବଂ ଭାଗଚାଷୀଙ୍କ ଫସଲ କ୍ଷତିର ଭରଣା ନିଶ୍ଚିତ ହେବ ବୋଲି ବିଧାୟକ ଶ୍ରୀ ଦାସ ପ୍ରତିଶ୍ରୁତି ରଖିବା ସହ ସ୍ୱତନ୍ତ୍ର ଭାବେ ଏକ ଫର୍ମ ବଣ୍ଟନ ହେବ ବୋଲି କହିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.