ଭୁବନେଶ୍ୱର, ୨୭/୧୨ : ରାଜ୍ୟ ସରକାର ନୂତନ ଲ’ କମିଶନ ଗଠନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ଲ’ କମିଶନର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏ ନେଇ ଶୁକ୍ରବାର ଆଇନ ବିଭାଗ ବିଜ୍ଞପ୍ତି ପକ୍ଷରୁ ପ୍ରକାଶ ପାଇଛି ।
ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ, ଜଷ୍ଟିସ୍ ବିଶ୍ୱନାଥ ରଥ ଲ’ କମିଶନର ଅଧ୍ୟକ୍ଷ ରହିବେ । ଆଡଭୋକେଟ୍ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରଙ୍କ ଆଇନ ବିଭାଗର ପ୍ରମୁଖ ସଚିବ କମିଶନର ଏକ୍ସ ଅଫିସିଓ ସଦସ୍ୟ ରହିବେ । ସେହିପରି ବରିଷ୍ଠ ଆଇଡୋକେଟ୍ ସୂର୍ଯ୍ୟ ପ୍ରକାଶ ମିଶ୍ର ଏବଂ ବରିଷ୍ଠ ଆଇଡୋକେଟ୍ ସୌର ଚନ୍ଦ୍ର ମହାପାତ୍ର କମିଶନର ସଦସ୍ୟ ରହିବେ ।