ଭୁବନେଶ୍ୱର,୨୭/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଏଥିପାଇଁ ଭୁବନେଶ୍ୱରରେ ବାତିଲ୍ ହେଲା ପଥୋତ୍ସବ । ଡିସେମ୍ୱର ୨୯ ତାରିଖରେ ହେବାକୁ ଥିବା ପଥୋତ୍ସବକୁ ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ବାତିଲ୍ କରି ଦିଆଯାଇଛି । ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଦିଲ୍ଲୀ ଏମ୍ସ ହସ୍ପିଟାଲରେ ଗୁରୁବାର ରାତିରେ ଦେହାନ୍ତ ହୋଇଛି । ୯୨ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ପାଇଁ କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଥିବା ବେଳେ ବିଏମ୍ସି କର୍ପୋରେସନ ବୈଠକରେ ନୀରବ ପ୍ରାର୍ଥନା କରାଯାଇଛି । ଏହା ସହ ୨୯ ତାରିଖରେ ହେବାକୁ ଥିବା ପଥୋତ୍ସବକୁ ମଧ୍ୟ ବାତିଲ୍ କରି ଦିଆଯାଇଛି ।