ପ୍ରମୂଖ ଖବର
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗାଡ଼ିରୁ ୨୩ ଗୋରୁ ଉଦ୍ଧାର, ଜଣେ ଅଟକ
  • ||

ଅମିତାଭ ବଚ୍ଚନ ଏହି ଫିଲ୍ମ ପାଇଁ ଟଙ୍କାଟିଏ ବି ନେଇ ନଥିଲେ , ବିମାନ ଓ ହୋଟେଲ ଖର୍ଚ୍ଚ ନିଜେ ବହନ କରିଥିଲେ

Published By : Prameya | December 27, 2024 5:25 PM

ମୁମ୍ୱାଇ : ଅମିତାଭ ବଚ୍ଚନ ଫିଲ୍ମ ଦୁନିଆର ଏକ ବଡ଼ ନାଁ। ସେ ୫୦ ବର୍ଷରୁ ଅଧିକ ସମୟ ହେବ ଫିଲ୍ମ ଦୁନିଆରେ ସକ୍ରିୟ ଅଛନ୍ତି। ସେ ଅନେକ ବଡ଼ ବଡ଼ ନାମୀ ଡାଇରେକ୍ଟରଙ୍କ ସହ ଫିଲ୍ମ କରିଛନ୍ତି ଏବଂ ତାଙ୍କ ସହ ନିଜର ଭଲ ସଂପର୍କ ମଧ୍ୟ ରଖିଛନ୍ତି। ନିକଟରେ ଏକ ସାକ୍ଷାତକାର ବେଳେ ଲେଖକ ତଥା ଫିଲ୍ମ ପ୍ରଯୋଜକ ରୁମୀ ଜାଫରୀ ଅମିତାଭ ବଚ୍ଚନଙ୍କ ବଡ଼ ହୃଦୟର ପରିଚୟ ଦେଇଥିଲେ। । ସେ ମନେପକାଇ କହିଥିଲେ, କେମିତି ବିଗ୍‌ ବି କହିଥିଲେ ଯେ, ତାଙ୍କର ଆଗାମୀ ଫିଲ୍ମ ମାଗଣାରେ କରିବେ ଏବଂ ରୁମୀ ଜାଫରୀଙ୍କ ଉପରେ ଅଯଥା ବୋଝ ନଆସିବା ପାଇଁ ତାଙ୍କୁ ପୋଲାଣ୍ଡରେ ନିଜର ହୋଟେଲ ଓ ଚାର୍ଟର୍ଡ ପ୍ଲେନ୍‌ର ଖର୍ଚ୍ଚ ମଧ୍ୟ ନିଜେ ବହନ କରିଥିଲେ।

ରୁମୀ ଜାଫରୀ ଅଶୋକ ପଣ୍ଡିତର ଶୋ’କୁ ଆସି ଥିବା ବେଳେ ଏହି ପୂରା ଘଟଣାକୁ ମନେପକାଇ ଥିଲେ। କଥାବାର୍ତ୍ତା ବେଳେ ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି , ଏହି ଘଟଣା ସେତେବେଳେ ହୋଇଥିଲା , ଯେବେ ୨୦୨୧ରେ ସେ ନିଜର ଫିଲ୍ମ ‘ଚେହରେ’ ତିଆରୁ କରୁ ଥିଲେ। ଏହି ଫିଲ୍ମରେ ଅମିତାଭ ବଚ୍ଚନ ଓ ଇମ୍ରାନ ହାଶମୀ ଲିଡ୍‌ ରୋଲ୍‌ରେ ଥିଲେ। ରୁମୀ କହିଛନ୍ତି କି, ଯେବେ ସେ ବିଗ୍‌ ବି’ଙ୍କୁ ଏହି ଫିଲ୍ମ ପାଇଁ ଫାଇନାଲ କରି ସାରି ଥିଲେ , ସେତେବେଳେ ସେ ଓ ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ ଦୁହେଁ ଅମିତାଭଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଇଥିଲେ।

ରୁମୀ ଜାଫରୀ କହିଛନ୍ତି , ଏହି ସାକ୍ଷାତ ପୂର୍ବରୁ ହିଁ ଆନନ୍ଦ ତାଙ୍କୁ କହି ଦେଇ ଥିଲେ କି ଅମିତାଭଙ୍କ ଫିସ୍‌ ବହୁତ ହାଇ ଏବଂ ସେ ଚାହୁଁ ଥିଲେ କି ରୁମୀ ତାଙ୍କ ସହ (ଅମିତାଭ) ଏ ବିଷ୍ୟରେ କଥା ହୁଅନ୍ତୁ । ଆନନ୍ଦ କହିଛନ୍ତି , ମୁଁ ମାର୍କେଟ୍‌ରେ ପଚାରିଲି କି, ଅମିତ ଜୀ ନିଜର ଗତ ଫିଲ୍ମରେ ଯେବେ ଟଙ୍କା ନେଇଛନ୍ତି , ତାହା ମୋ ପାଇଁ ବହୁତ ବଡ଼ ରକମ। ଯଦି ଆମେ କଥାବାର୍ତ୍ତା ମାଧ୍ୟମରେ ଏହାକୁ କମ୍‌ କରି ପାରିବା ତ ବହୁତ ଭଲ ହେବ। କିନ୍ତୁ ମୋ ସହ ତାଙ୍କର ସଂପର୍କ କିଛି ଏମିତି ହିଁ କି, ସେ ଯାହା ବି କହିବେ , ତ ମୋତେ ଏଥିପାଇଁ ହଁ କରିବାକୁ ହେବ। ଏଥିପାଇଁ ମୁଁ ରୁମୀଙ୍କୁ କଥାବାର୍ତ୍ତା କରିବାକୁ କହିଲି। 

ରୁମୀ ଜାଫରୀ କହିଲେ, ଯେବେ ଆମେ ଅମିତ ଜୀଙ୍କ ଘରେ ପହଞ୍ଚିଲୁ ତ ସେ କହି ଥିଲେ କି, ମୁଁ ଆପଣଙ୍କ ଠାରୁ ଏଠାକୁ କେବଳ ଏହି କଥା କହିବାକୁ ଡାକିଛି ଯେ, ମୁଁ ଏହି ଫିଲ୍ମରେ କିଛି ବି ଚାର୍ଜ କରିବି ନାହିଁ । ମୁଁ ମାଗଣାରେ ଏହି ଫିଲ୍ମ କରିବି। ସେତେବେଳେ ଆମ ଆଖିରେ ଲୁହ ଆସି ଯାଇ ଥିଲା। ଫିଲ୍ମ ନିର୍ଦ୍ଦେଶକ ଏହା ବି କହିଥିଲେ କି, ଫିଲ୍ମର ସୁଟିଂ ପୋଲାଣ୍ଡରେ ହେବାର ଥିଲା ଏବଂ ରୁମୀଙ୍କ ଉପରେ କୌଣସି ବୋଝ ନ ଆସୁ , ଏଥିପାଇଁ ସେ ନିଜର ଚାର୍ଟର୍ଡ ପ୍ଲେନର ଓ ଟ୍ରାଭେଲ ଖର୍ଚ୍ଚ ମଧ୍ୟ ଉଠାଇ ଥିଲେ। ସେ କହିଥିଲେ, ଅମିତ ଜୀ ଚାର୍ଟର୍ଡ ପ୍ଲେନ୍‌ରେ ପୋଲାଣ୍ଡ ଆସି ଥିଲେ ଏବଂ ପରେ ଆନନ୍ଦ ଭାଇ ମୋତେ କହିଥିଲେ କି, ସେ ନିଜର ପ୍ଲେନ୍‌ ଓ ହୋଟେଲର ପେମେଣ୍ଟ ନିଜେ କରିଛନ୍ତି। ସେ ଫିଲ୍ମର ବଜେଟ୍ ଉପରେ ବୋଝ ନପକାଇବାକୁ ଚାହୁଁ ନଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.