ମୁମ୍ବାଇ,୨୭/୧୨ : ଡକ୍ଟର ମନ ମୋହନ ସିଂହ । ମେଧାବୀ ଛାତ୍ର, ବିଚକ୍ଷଣ ଅର୍ଥଶାସ୍ତ୍ର, ସଂସ୍କାର ସୁତ୍ରଧର ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ହୋଇଛି । ଦୂରଦର୍ଶୀ ନେତା ଭାବେ ଭାରତର ଅର୍ଥନୀତି ପ୍ରତି ତାଙ୍କ ଅବଦାନ ପାଇଁ ସେ ସର୍ବଦା ମନେ ରହିବ । ନୀଳ ପଗଡିର ମଣିଷ ମନମୋହନଙ୍କ ବିୟୋଗରେ ଦେଶ ସ୍ତବ୍ଧ ହୋଇଛି । ବଲିଉଡ ସେଲିବ୍ରିଟି ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ବଲିଉଡ ଫିଲ୍ମ 'ଦ ଅକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟରରେ ମନମୋହନଙ୍କ ଚରିତ୍ରରେ ଅଭିନୟ କରିଥିବା ଅନୁପମ୍ ଖେର ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୋସିଆଲ ମିଡିଆ ଏକ୍ସରେ ଭିଡିଓ ଜାରି କରି ଅନୁପମ୍ ଖେର କହିଛନ୍ତି,' ରାଜନୈତିକ କାରଣ ପାଇଁ ପ୍ରଥମେ ମୁଁ ତାଙ୍କ ରଚିତ୍ରରେ ଅଭିନୟ କରିବାକୁ ମନା କରିଥିଲି । ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟରରେ ମନମୋହନଙ୍କ ଚରିତ୍ରରେ ଅଭିନୟ କରିଥିଲି । ସେ ଜଣେ ଭଲ ମଣିଷ ଥିଲେ । ଭଦ୍ର, ବିଦ୍ବାନୀ, ଦକ୍ଷ ଓ ନମ୍ର ବ୍ୟକ୍ତତ୍ବ ଥିଲେ । ଦ ଅକ୍ସଡେଣ୍ଟାଲ ପିଏମ ଫିଲ୍ମରେ ଏହା ଦେଖିବାକୁ ମିଳିଛି । ପ୍ରଥମେ ଏହି ପ୍ରୋଜକ୍ଟ ପାଇଁ ମନା କରିଥିଲି ମାତ୍ର ପରେ ମନମୋହନଙ୍କ ଚରିତ୍ରରେ ଅଭିନୟ କରିଥିଲି । ମୋ ଜୀବନରେ ଯେଉଁ କେତୋଟି ଫିଲ୍ମରେ ଭଲ ଅଭିନୟ କରିଛି ସେଥିରୁ 'ଦ ଅକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର ଗୋଟିଏ । ଏହି ଫିଲ୍ମ ନେଇ ମୁଁ ତାଙ୍କ ସହ ଅଧିକ ସମୟ ବିତାଇଥିଲି । ତାଙ୍କୁ ଷ୍ଟଡି କରିଥିଲି । ଦେଶ ଜଣେ ସଚ୍ଚୋଟ ମଣିଷ ଓ ମହାନ ନେତାଙ୍କୁ ହରାଇଛି । ମହାନ ଆତ୍ମାର ସଦଗତି କାମନା କରୁଛି ।
Deeply saddened to know about the demise of former #PrimeMinister of India #DrManmohanSingh! Having studied him for more than a year for the movie #TheAccidentalPrimeMinister, it felt that I actually spent that much time with him. He was inherently a good man. Personally… pic.twitter.com/y6ekLH5owr
— Anupam Kher (@AnupamPKher) December 27, 2024
୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ମନମୋହନ ସିଂହ । ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଥିବା ମନମୋହନ ସିଂହ ୨୦୦୪ ଓ ୨୦୧୪ ଯାଏ ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ । ତାଙ୍କ ବିୟୋଗରେ ୭ ଦିନିଆ ଶୋକ ପାଳୁଛି ଦେଶ । ସରକାରୀ କାର୍ଯ୍ୟାଳୟରେ ଅର୍ଦ୍ଧନିମିତ ହୋଇ ରହିଛି ଜାତୀୟ ପତାକା । ଆସନ୍ତାକାଲି (ଶନିବାର) ରାଷ୍ଟ୍ରୀୟ ପର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ବିଜୟ ଗୁଟେ ନିର୍ଦ୍ଦେଶିତ 'ଦ ଅକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର ୨୦୧୯ରେ ରିଲିଜ ହୋଇଥିଲା ।