ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଘନିଷ୍ଠଙ୍କ ଘରେ ଇଡି ଚଢ଼ାଉ: ଲାଗିଛି ଦୁର୍ନୀତି ଅଭିଯୋଗ

Published By : Bijay Swain | December 27, 2024 9:41 PM

Image courtesy: newsnation

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜାଲରେ ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ)ର ପୂର୍ବତନ ମୁଖ୍ୟ ହୁଲାସ ପାଣ୍ଡେ। ଡିସେମ୍ବର ୨୭ ତାରିଖରେ ହୁଲାସଙ୍କର ସହ ଜଡ଼ିତ ତିନୋଟି ସ୍ଥାନରେ ଇଡି ଚଢାଉ କରିଛି। ପଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। 

ହୁଲାସ ପାଣ୍ଡେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଦଳର ଜଣେ ଟାଣୁଆ ନେତା। ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ଚଢ଼ାଉ ହୋଇଛି। ତେବେ ଏ ନେଇ ଇଡି ବିଶେଷ କିଛି ସୂଚନା ଦେଇ ନାହିଁ। ମିଡିଆ ରିପୋର୍ଟ ଅନୁସାରେ, ଆଜି ସକାଳେ ହୁଲାସଙ୍କର ୩ଟି ଠିକଣାରେ ଚଢ଼ାଉ ହୋଇଥିଲା। ଇଡି ସହିତ ସ୍ଥାନୀୟ ପୁଲିସ ମଧ୍ୟ ସର୍ଚ୍ଚ ଅପରେସନରେ ସହଯୋଗ କରିଥିଲା। 

ଶ୍ରୀ ପାଣ୍ଡେ ଚିରାଗ ପାଶୱାନଙ୍କର ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ)ରୁ ଇସ୍ତଫା ଦେଇ ସାରିଛନ୍ତି। ୨୦୧୨ରେ ହୋଇଥିବା ଏକ ହତ୍ୟାକାଣ୍ଡ ନେଇ ୨୦୨୩ ଡିସେମ୍ବରରେ ସିବିଆଇ ତାଙ୍କ ବିରୋଧରେ ଏକ ଚାର୍ଜଶିଟ୍ ଦାଖଲ କରିଥିଲା। ଏହାପରେ ସେ ଦଳର ପାର୍ଲାମେଣ୍ଟାରି ବୋର୍ଡ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। 

ଖବର ମୁତାବକ, ୧ ଜୁନ, ୨୦୧୨ ମସିହାରେ ବିହାରର ଭୋଜପୁର ଜିଲ୍ଲାରେ ଏକ ଆଞ୍ଚଳିକ ବିଦ୍ରୋହୀ ଦଳ ରଣବୀର ସେନାର ପ୍ରତିଷ୍ଠାତା ବ୍ରହ୍ମେଶ୍ୱର ସିଂ ମୁଖିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାରେ ପାଣ୍ଡେଙ୍କର ଭୂମିକା ରହିଥିବା ସିବିଆଇ ଅଭିଯୋଗ କରିଥିଲା। ବିହାରର ବିଭିନ୍ନ ଜିଲ୍ଲାରେ ଥିବା ଉଚ୍ଚ ଜାତିର କୃଷକମାନଙ୍କ ଉପରୁ ନିଜ ପ୍ରଭାବ ହରେଇବା ଭୟରେ ପାଣ୍ଡେ ବ୍ରହ୍ମେଶ୍ୱରଙ୍କୁ ହତ୍ୟା କରିଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଥିଲା। 

ହେଲେ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଥିଲେ ହୁଲାସ ପାଣ୍ଡେ। ମୋ ଉପରେ ଲାଗିଥିବା ସମସ୍ତ ଆରୋପ ମିଥ୍ୟା ଓ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି କହିଥିଲେ। ତେବ ଚଳିତ ବର୍ଷ ଏପ୍ରିଲ ମାସରେ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ନିର୍ଦ୍ଦୋଶରେ ଖଲାସ କରିବା ସହିତ ସିବିଆଇର ଚାର୍ଜସିଟକୁ ଖାରଜ କରି ଦେଇଛନ୍ତି। 

ହୁଲାସଙ୍କ ରାଜନୈତିକ ଯାତ୍ରା କଥା ଦେଖିଲେ ସେ ପ୍ରଥମେ ନୀତୀଶ କୁମାରଙ୍କ ଜନତା ଦଳରୁ କ୍ୟରିୟର ଆରମ୍ଭ କରିଥିଲେ। ପରେ ଜନତା ଦଳ ଛାଡି ଏଲଜେପିରେ ଯୋଗ ଦେଇଥିଲେ। ଏହାପରେ ଏଲଜେପି ଦୁଇ ଭାଗରେ ଭାଗ ହେବା ପରେ ସେ ଚିରାଗ ପାଶୱାନଙ୍କ ପକ୍ଷରେ ରହିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.