ପ୍ରମୂଖ ଖବର
  • ମୁନିଗୁଡ଼ା : ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ବାଲିପାଟଣା : କେନାଲକୁ ଖସିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ସହ କର୍ମଚାରୀ ଆହତ
  • ||
  • ଭୁବନେଶ୍ୱର : ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ
  • ||
  • ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ପୁରୀ ଜଗିବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ଟିଟିଲାଗଡ଼ : ରେଳ ଧାରଣାରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସାଲେପୁର : ଲଗାଣ ବର୍ଷା ଚାଷୀଙ୍କୁ ଦେଇଗଲା ଚିନ୍ତା, ପରିବା ଚାଷ ନଷ୍ଚ
  • ||
  • କଳାହାଣ୍ଡି : ଟ୍ରକ୍‌ ସହ ଧକ୍କା ହେଲା ଟ୍ରକ୍‌, ଡ୍ରାଇଭର ଓ ହେଲ୍ପର ଜୀବନ୍ତ ଦଗ୍ଧ
  • ||
  • ବାଲେଶ୍ୱର : ଗୋରୁ ବୋଝେଇ କଣ୍ଟେନର ଜବତ: ୮ ଗୋରୁ ଉଦ୍ଧାର, ଦୁଇ ଅଟକ
  • ||

ଫେମସ ରସିଆନ ଚାଏବାଲି ବନ୍ଦ କରିଲେ ଦୋକାନ; କହିଲେ ପୋଷାକକୁ ନେଇ ଆକ୍ଷେପ କରୁଛନ୍ତି ସ୍ଥାନୀୟ ଲୋକ...!

Published By : Bijay Swain | December 27, 2024 11:36 PM

Image Courtesy: gntnews

ନୂଆଦିଲ୍ଲୀ: କୋଲକାତାରେ ଘଟିଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣାରେ ସ୍ଥାନୀୟ ଲୋକଙ୍କ ଚାପ ଯୋଗୁଁ ଇନଷ୍ଟାଗ୍ରାମ ଇନଫ୍ଲୁଏନସର ପପିଆ ଘୋଷାଲଙ୍କୁ ନିଜ ବେପାର ଛାଡ଼ିବାକୁ ପଡ଼ିଛି। କୋଲକତାରେ 'ଋଷିଆନ ଚାଏୱାଲି' ନାମରେ ଜଣାଶୁଣା ଥିଲେ ପପିଆ। କୋଲକାତାର ହାଓଡା ସଦର ସବ-ଡିଭିଜନର ଆଣ୍ଡୁଲରେ ଏକ ଦୋକାନ ଚଳାଉଥିବା ଘୋଷାଲ ନିକଟରେ ନିଜ ଦୋକାନ ବନ୍ଦ କରିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ନୈତିକତା ଏବଂ ଲିଙ୍ଗଗତ ଭେଦଭାବର ସମ୍ମୁଖୀନ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଚାରି ମାସ ପୂର୍ବେ ଘୋଷାଲ ଚାକିରି ଛାଡି ଅଙ୍କୁରହାଟିର ଜାତୀୟ ରାଜପଥ ୧୬ ନିକଟରେ ଏକ ଚା ଦୋକାନ ଖୋଲିଥିଲେ।   ତାଙ୍କର ସ୍ୱପ୍ନ ଥିଲା ନିଜର ବ୍ୟବସାୟ ଚଳାଇବା। କିନ୍ତୁ ତାଙ୍କର ବ୍ୟବସାୟ ପ୍ରସିଦ୍ଧିଲାଭ କରିବାପରେ ଲୋକମାନେ ତାଙ୍କୁ ହଇରାଣ କରିବାକୁ ଲାଗିଲେ ଏବଂ ଶେଷରେ ସେ ତାଙ୍କ ଦୋକାନ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଘୋଷାଲ ଦାବି କରିଛନ୍ତି ଯେ ତାଙ୍କୁ ନେଇ ଗାଁରେ ଅନେକ ପୋଷ୍ଟର ଲଗାଯାଇଥିଲା। ଯେଉଁଥିରେ ଲେଖାଥିଲା ଯେ ତାଙ୍କୁ ତାଙ୍କୁ ଦୋକାନ ବନ୍ଦ କରିବାକୁ ପଡିବ ନଚେତ ତାଙ୍କ ଅବସ୍ଥା ଭୟାନକ ହେବ। 

ସ୍ଥାନୀୟ ଲୋକ କହିଛନ୍ତି ଯେ ସେ ଗାଁର ପରିବେଶକୁ ନଷ୍ଟ କରୁଛନ୍ତି ଏବଂ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଅପଲୋଡ କରୁଥିବା ଭିଡିଓ ଗାଁରେ 'ସାମାଜିକ ବିରୋଧୀ' ପରିବେଶ ସୃଷ୍ଟି କରୁଛି।

ଘୋଷାଲ କୁହନ୍ତି, "ସ୍ଥାନୀୟ ଯୁବକମାନେ ଚଳାଉଥିବା କ୍ଲବଗୁଡ଼ିକ ମୋତେ ଟଙ୍କା ମାଗିଥିଲେ। ମୁଁ ଡରରେ ପ୍ରଥମେ ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲି। କିନ୍ତୁ ପରେ ଅନେକ ଜଣଙ୍କୁ ଅନୁରୋଧ କରିବା ପରେ ମଧ୍ୟ ମୋତେ କେହି ଏନେଇ ସାହାଯ୍ୟ କରିନଥିଲେ। ଏପରିକି ସ୍ଥାନୀୟ ପ୍ରଶାସନ ମୋତେ ସାହାଯ୍ୟ କରିବାକୁ କୈଣସି ପଦକ୍ଷେପ ନେଇ ନଥିଲେ। ବାସ ମୁଁ ମୋର ଦୋକାନ ଖୋଲିବାକୁ ଚାହୁଁଥିଲି। ମୋର ସୈନ୍ଦର୍ଯ୍ୟତା କିମ୍ବା ମୋର ପୋଷାକ ପାଇଁ ମୋର ଚରିତ୍ରର ବିଚାର କରିବା ଉଚିତ୍ ନୁହେଁ। "

କ୍ଲବ ସଦସ୍ୟ ଅଭିଯୋଗ କରିଛନ୍ତି ଯେ ଘୋଷାଲ ନିଜେ ଦୋକାନ ଚଳାଉ ନାହାଁନ୍ତି।  ବରଂ ସେ ଅନ୍ୟମାନଙ୍କ ସାହାଯ୍ୟ ନେଉଥିଲେ। ତାଙ୍କ ପୋଷାକପତ୍ର ମଧ୍ୟ ଆମ ଗାଁ ପରିବେଶ ପାଇଁ ଉପୟୁକ୍ତ ନଥିଲା। ଘୋଷାଲ ଏନେଇ ତାଙ୍କୁ ନେଇ ଡୋମଜୁର ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ତେବେ ଥାନାଧିକାରି ଏହି ଅଭିଯୋଗକୁ ଅସ୍ୱିକାର କରିଛନ୍ତି। ଏନେଇ ଥାନାଧିକାରି କହିଛନ୍ତି ସେମାନେ ସିଧାସଳଖ ଏହି ମାମଲାରେ ହସ୍ତକ୍ଷେପ କରିପାରିବେ ନାହିଁ। କାରଣ ଏହି ଦୋକାନ ଜାତୀୟ ରାଜପଥରେ ସରକାରୀ ଜମି ଉପରେ ନିର୍ମିତ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.