ପ୍ରମୂଖ ଖବର
  • କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ
  • ||
  • ରାଇକିଆ ଅଞ୍ଚଳରେ ହାତୀ ଉପଦ୍ରବ, ନଷ୍ଟ କରିଦେଲେ ଧାନଗଦା ଏବଂ ବଗିଚା
  • ||
  • ଭୂଆସୁଣୀ ଲ୍ୟାମ୍ପ୍ସରେ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କଲେ ବାଙ୍ଗିରିପୋଷି ବିଧାୟିକା ସଂଞ୍ଜଳୀ ମୁର୍ମୁ
  • ||
  • ଭୁବନେଶ୍ୱର : ମନମୋହନ ସିଂହଙ୍କ ଦେହାନ୍ତ ପାଇଁ ପଥୋତ୍ସବ ବାତିଲ୍‌, ବିଏମ୍‌ସି ବୈଠକରେ ନୀରବ ପ୍ରାର୍ଥନା
  • ||
  • ଉଦଳା : ଚଢ଼ାଉ ବେଳେ କପ୍ତିପଦା ଥାନା ଆଇଆଇସିଙ୍କୁ ଆକ୍ରମଣ ଘଟଣା, ୪ ମହିଳା ଗିରଫ
  • ||
  • ଉଦଳା : ୪ ମନ୍ଦିରରୁ ସିରିଜ ଚୋରି, ଠାକୁରଙ୍କ ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବ୍ରହ୍ମପୁର : ସଟ୍‌ ସର୍କିଟରୁ ଇଭି ଗାଡି ଶୋ’ରୁମ୍‌ରେ ଅଗ୍ନିକାଣ୍ଡ, କ୍ଷୟକ୍ଷତି ବିକ୍ଷୟରେ ମିଳିନି ସୂଚନା
  • ||
  • ଗଜପତି : ସପୁରି ଚାଷୀଙ୍କ ପାଇଁ ଖୁସି ଖବର, ଆସନ୍ତା ବର୍ଷ ଦୁବାଇ ଯିବ ଗଜପତି ସପୁରି
  • ||
  • କଳାହାଣ୍ଡି : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଚଢାଉ: ଧରାପଡିଲେ ଗ୍ରାମରକ୍ଷୀ, ଖସିଗଲେ ଏଏସ୍‌ଆଇ
  • ||
  • ସାଲେପୁର : ୨୦ ଲିଟରରୁ ଉର୍ଦ୍ଧ୍ୱ ଚୋରା ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • କଣାସ : ପାଣିରେ ବୁଡ଼ିଛି ଶହ ଶହ ଏକର ଚିନା ବାଦାମ ଚାଷ, ସରକାରୀ କ୍ଷତିପୂରଣ ହିଁ ଚାଷୀର ଶେଷ ଭରଷା
  • ||
  • ଛତ୍ରପୁର : ନଷ୍ଟ ହୋଇଗଲା ସୁନାର ଫସଲ, ଗଜା ଧାନକୁ ଅମଳ କରିଲା ଚାଷୀ
  • ||

କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ସ୍ଥଗିତ

Published By : Harapriya Sethi | December 27, 2024 2:21 PM

ଭୁବନେଶ୍ୱର, ୨୭/୧୨: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ସ୍ଥଗିତ ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଇଁ ଶାହଙ୍କ ଗସ୍ତ ସ୍ଥଗିତ ହୋଇଥିବା ଜଣାପଡ଼ିଛି । ଶନିବାର ଭୁବନେଶ୍ବର ଆସିଥାନ୍ତେ ଅମିତ ଶାହ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଶାହ । 

ସୂଚନା ମୁତାବକ, ଡିମେମ୍ୱର ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଗସ୍ତରେ ଆସିଥାନ୍ତେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୨୯ ତାରିଖ ସକାଳେ ଭୁବନେଶ୍ଵରରେ ରହି ଦିଲ୍ଲୀ ରାଷ୍ଟ୍ରୀୟ ବିଜେପି କାର୍ଯ୍ୟାଳୟରେ ହେବାକୁ ଥିବା ବୈଠକରେ ସାମିଲ ହୋଇଥାନ୍ତେ । ଭିସି ମାଧ୍ୟମରେ ଅମିତ ଶାହ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସେହି ବୈଠକରେ ସବୁ ରାଜ୍ୟର ସଭାପତି, ସଙ୍ଗଠନ ମହାମନ୍ତ୍ରୀ, ପ୍ରଭାରୀ, ସହ-ପ୍ରଭାରୀ ଓ ରାଷ୍ଟ୍ରୀୟ ପଦାଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଥିଲା । ଏହାପରେ ୨୯ ତାରିଖ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଥିଲା । ଏହି ଗସ୍ତ ବେଳେ ସମ୍ବଲପୁର ଗସ୍ତ ନଥିଲା ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର କହିଥିଲେ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.