ଅଧିକ ଟଙ୍କା ଦେବା ପାଇଁ କରୁଥିଲେ ବାଧ୍ୟ, ୪ ଭଣ୍ଡ ବାବା ଅଟକ

Published By : Harapriya Sethi | December 28, 2024 11:55 AM

ଭୁବନେଶ୍ବର,୨୮/୧୨: ସକାଳୁ ଘର ଘର ବୁଲି ଅଧିକ ଟଙ୍କା ଦେବା ପାଇଁ ବାଧ୍ୟ କରୁଥିଲେ ଭଣ୍ଡ ବାବା । ସ୍ଥାନୀୟଲୋକଙ୍କ ଅଭିଯୋଗ ପରେ ୪ ଜଣ ଭଣ୍ଡ ବାବାଙ୍କୁ ଉଠାଇ ଆଣିଲା ପୋଲିସ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ସନ୍ଦେହ ଜନକ ଅବସ୍ଥାରେ କିଛି ବାବା ମାନେ ବୁଲି ଭିକ୍ଷା ବୃତ୍ତି କରୁଥିବା ବେଳେ ଶନିବାର ମାଡ଼ି ବସିଛନ୍ତି ସାଧାରଣ ଲୋକେ । କିଛି ଲୋକଙ୍କୁ ଅଧିକ ଟଙ୍କା ଦେବା ପାଇଁ ବାଧ୍ୟ କରୁଥିବା ନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ୪ ଜଣ ବାବାଙ୍କୁ ଥାନାକୁ ଉଠାଇ ଆଣିଛି ମୈତ୍ରୀ ବିହାର ଥାନା ପୋଲିସ । ତେବେ ପ୍ରାରମ୍ଭିକ ତଦନ୍ତରୁ ଏମାନେ ରାଜସ୍ଥାନରୁ ଆସିଥିବା ଜଣାପଡ଼ିଥିବା ବେଳେ ଏମାନଙ୍କ କ୍ରିମିନାଲ ବ୍ୟାକ୍ ଗ୍ରାଉଣ୍ଡ ଚେକ୍ କରୁଛି ପୋଲିସ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.