ମାଲକାନଗିରି/ଚିତ୍ରକୋଣ୍ଡା, ୩୦।୧୨ (ଆପ୍ର):ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଚିତ୍ରକୋଣ୍ଡା ବ୍ଲକର ଚିତ୍ରଗିରି ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ, ଏଡିଏମ, ସିଡ଼ିଓ ,ପି ଏ ଆଇଟିଡିଏ, ସିଡ଼ିଏମଓ,ଚିତ୍ରକୋଣ୍ଡା ବିଡ଼ିଓ ପ୍ରୀତା କୁମାର,ତହସିଲଦାର ନଟବର ଗରଡ଼ା ଏବଂ ସମସ୍ତ ଜିଲା ସ୍ତରୀୟ ମୁଖ୍ୟ ଅଧିକାରୀ ଉପସ୍ଥିତ ଥିଲେ l ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳର ସମୁଦାୟ ୫୨ ଗୋଟି ଅଭିଯୋଗର ଶୁଣାଣି କରିଥିଲେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ l
ମୁଖ୍ୟତଃ ଅଭିଯୋଗ ଗୁଡ଼ିକ ହେଲା ପାନୀୟ ଜଳ ସମସ୍ୟା, ସମସ୍ତ ରାସ୍ତାର ଦୁରାବସ୍ଥା, ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ନୂତନ ଆବାସ ଯୋଗାଇଦେବା, ବିଜୁଳି ସମସ୍ୟା, ନୂତନ ବ୍ରିଜ ନିର୍ମାଣ, ପଶୁ ସମ୍ପଦ, କୃଷି ସମସ୍ୟା,ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ବିଷୟରେ ଲୋକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହା ସହ ଧାନ ମଣ୍ଡିରେ ଧାନ ପଡ଼ି ରହିଥିବା ଓ ଉଠାଯାଇ ନଥିବା ଅଭିଯୋଗ ଜଣାଇଥିଲେ ଦୋରାଗୁଡା ବାସିନ୍ଦା । ଅଦିନିଆ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ଭୟ ରହିଥିବା ଅଭିଯୋଗ କରିଥିଲେ।