ମାଲକାନଗିରି,୧୮/୧୨(ଆପ୍ର ) : ମଙ୍ଗଳବାର ଉଦଯାପିତ ହୋଇଯାଇଛି ପଲ୍ଲୀଶ୍ରୀ ମେଳା । ମାଲ୍ୟବନ୍ତ ମହୋତ୍ସବର ୫ମ ସନ୍ଧ୍ୟାରେ ସମ୍ବଲପୁରୀ ନାଇଟର କଳାକାରଙ୍କ ଗୀତ ନାଚର ଆସର ଜମିଥିଲା। ଉମାକାନ୍ତ ବାରିକ, ଜୟଶ୍ରୀ ଷଡ଼ଙ୍ଗୀ, ନନ୍ଦିନୀ କୁମ୍ଭାର ଓ ସନ୍ଧ୍ୟା ପାଟଯୋଶୀ ଙ୍କ ନାଚ ଗୀତ ରେ ପ୍ରବଳ ଶୀତ ରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଝୁମି ଥିଲେ ଓ ନାଚିଥିଲେ ଦର୍ଶକ ଓ ପ୍ରଶାସନିକ ଅଧିକାରୀ । ମାଲ୍ୟବନ୍ତ ପଡିଆରେ ହଜାର ହଜାର ଦର୍ଶକ ମୋବାଇଲ ଫ୍ଲାସ ଲାଇଟ ଲଗାଇ ସ୍ୱାଗତ ଜଣାଇବା ସହିତ ନାଚିଥିଲେ।
ପଲ୍ଲୀଶ୍ରୀ ମେଳାରେ ଲୋକେ ଘରୋଇ ସାମଗ୍ରୀ କିଣିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ । ଏହା ବ୍ୟତିତ ସ୍ଥାନୀୟ କଳାକାର ଓ ତଣ୍ଡିକି ,ବୁଟିଗୁଡା ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଚିତାକର୍ଷକ ନୃତ୍ୟ ଦେଖି ଦର୍ଶକ ଖୁସି ହୋଇଥିଲେ। ଏଥିସହ ସ୍ଥାନୀୟ ଆଦିବାସୀ ଅଞ୍ଚଳର ମଧ୍ୟ ବହୁ ଲୁକ୍କାୟିତ ପ୍ରତିଭା ମଞ୍ଚରେ ଦେଖିବାକୁ ମିଳିଥିଲା ।
ମଙ୍ଗଳବାର ବିଳମ୍ବିତ ରାତ୍ର ରେ ପଲ୍ଲିଶ୍ରୀ ମେଳା ରେ ସାଂସ୍କୃତିକ ଉଦଯାପନୀ ଉତ୍ସବ ରେ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ସଂସଦ ପ୍ରତିନିଧି ସଂଜୟ ସରକାର ଅତିଥିଭାବେ ଯୋଗଦେଇ କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ,ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ,ଜିଲ୍ଲାପରିଷଦ ଉନ୍ନୟନ ଓ ମୁଖ୍ୟନିର୍ବାହି ଅଧିକାରୀ ନରେଶ ଚନ୍ଦ୍ର ସବର, ଜିଲ୍ଲା ସଂସ୍କୃତି ଅଧିକାରୀ ସଂନ୍ତ୍ରାସ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ମଞ୍ଚ ପରିଚାଳନା କରିଥିଲେ।