ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଧାନ ମଣ୍ଡି ଓ ଅତ୍ୟାଧୁନିକ ଧାନର ମାନ ନିରୂପଣ ମେସିନ ଉଦ୍‌ଘାଟିତ

Published By : Harapriya Sethi | December 16, 2024 2:21 PM

ମାଲକାନଗିରି,୧୬/୧୨: ସୋମବାର ମାଲକାନଗିରି ଜିଲ୍ଲାରେ ଖରିଫ ଚାଷର ଧାନମଣ୍ଡି ଓ ଅତ୍ୟାଧୁନିକ ଧାନର ମାନ ନିରୁପଣ, ଧାନ କ୍ଲିନର ମେସିନ କୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଦନ ସିଂ ଦେଓ ଉଦଘାଟନ କରିଛନ୍ତି । କଥାଦେଇ କଥା ରଖିଲେ ବିଜେପି ସରକା । ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୩୦୦ଟଙ୍କା ଉପରେ ଅତିରିକ୍ତ ବୋନସ ୮୦୦ଟଙ୍କା ଇନପୁଟ ସହାୟତା ସହ ସର୍ବମୋଟ ମୋଟ ୩୧୦୦ଟଙ୍କା ଚାଷି ପାଇବେ। ଚଳିତ ବର୍ଷ ଚାଷୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଛି । ଧାନ ମଣ୍ଡିରେ ଚାଷିଙ୍କ ଧାନ କଟନି ଛଟନି ହେବ ନାହିଁ । ଚଳିତ ବର୍ଷ ଧାନର ଆର୍ଦ୍ରତା ୧୭% ପ୍ରତିଶତ ପର୍ଯ୍ୟନ୍ତ ରହିବ । ଅଧିକ ହେଲେ ଚାଷୀଙ୍କୁ ଧାନ ସୁଖାଇ ମଣ୍ଡିକୁ ଆଣିବାକୁ ପରାମର୍ଶ ଦେଇ ସେମାନଙ୍କ ଧାନ କ୍ରୟ କରା ଯିବାର ବ୍ୟବସ୍ଥା ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ ।

ସୋମବାର ସକାଳେ ସ୍ଥାନୀୟ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖରିଫ ଚାଷ ଧାନ ମଣ୍ଡି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ଆନୁଷ୍ଠାନିକ ଭାବେ ଧାନ ମଣ୍ଡି ଉଦଘାଟନ କରିବା ସହିତ ନିଜେ ଚାଷୀଙ୍କ ଧାନ ଡିଜିଟାଲ ମେସିନରେ ଓଜନ କରିଥିଲେ । ଏହା ସହ ଧାନର ମାନ ନିର୍ଦ୍ଧାରଣ ରିପୋର୍ଟ ଚାଷୀଙ୍କୁ ପ୍ରଦାନ କରି ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ । 

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଏସପି ବିବେକା ନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଯୋଗଦେଇ ଜିଲ୍ଲାରେ ସୁଚାରୁ ଭାବେ ଧାନ ମଣ୍ଡି ପରିଚାଳନା ସହିତ ଚାଷୀ ଯେପରି ଅସୁବିଧାର ସମ୍ମୁଖିନ ନହେବେ, ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ପରିଚାଳନା କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଏମ.ଏମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହିତ ଧାନମଣ୍ଡି ବୁଲି ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ସଂପାଦକ ଦେବୀ ପ୍ରସାଦ ତ୍ରିପାଠୀ, ଲ୍ୟାମ୍ପସ ପରିଚାଳକ, ମିଲର ଓ ଶତାଧିକ ଚାଷୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାରେ ସୁଚାରୁ ଭାବେ ଚାଷୀମାନଙ୍କ ଠାରୁ ଧାନକ୍ରୟ କରି ଠିକ ସମୟରେ ଉପଯୁକ୍ତ ମୂଲ୍ୟ ଦେବା ସହିତ ଚାଷୀମାନେ ଯେପରି ବାରମ୍ବାର ମଣ୍ଡିକୁ ଆସି ହଇରାଣ ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାପାଇଁ ମଞ୍ଚାସିନ ଅତିଥିମାନେ କହିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୯ଲକ୍ଷ ୨୩ହଜାର ୮୫୦ କୁଇଣ୍ଟାଲ ଧାନ କ୍ରୟହେବା ପାଇଁ ଟାର୍ଗେଟ ରହିଛି ।

ମାଲକାନଗିରି ଜିଲ୍ଲାରେ ଇତି ମଧ୍ୟରେ ୮ଟି ଲ୍ୟାମ୍ପସରେ ୩୬ହଜାର ୮୦୮ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି । ମାଲକାନଗିରି ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଟି ଯାକ ବ୍ଳକରେ ମୋଟ ୭୦ଟି ମଣ୍ଡିଖୋଲା ଯାଇଛି। ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀଙ୍କ ସୁବିଧା ପାଇଁ ସମସ୍ତ ମଣ୍ଡିରେ ପାନୀୟ ଜଳ, ଶୌଚାଳୟ ସହିତ ଆନୁସଂଗିକ ବ୍ୟବସ୍ଥା କରାଯାଇଛି। ମାଲକାନଗିରି ଜିଲ୍ଲାରୁ ଚୋରା ବେପାରୀ ମାନେ ଚାଷୀଙ୍କ ଠାରୁ କମ ମୂଲ୍ୟରେ ଧାନ କ୍ରୟ କରି ଯେପରି ବାହର ରାଜ୍ୟକୁ ଚାଲାଣ ନ‌କରନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ସଜାଗ ରହିବା ପାଇଁ ସମସ୍ତ ଧାନ ମଣ୍ଡିରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଆନ୍ଧ୍ର-ଛତିଶଗଡ଼ ସୀମାନ୍ତ ଅଞ୍ଚଳ ଗୁଡିକରେ ୭ଟି ଚେକପୋଷ୍ଟ ଖୋଲା ଯାଇ ସିସିଟିଭି ଲଗାଯାଇ ସାତଟି ଭ୍ରାମ୍ୟମାଣ ଯାଞ୍ଚ ଗାଡିର ବ୍ୟବସ୍ଥା ହୋଇଛି ବୋଲି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ସୂଚନା ଦେଇଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.