ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ନୃତ୍ୟ, ସଙ୍ଗୀତରେ ସରିଲା ମାଲ୍ୟବନ୍ତ ମହୋତ୍ସବ, ଆରମ୍ଭ ହେଲା ପଲ୍ଲୀଶ୍ରୀ ମେଳା

Published By : Prameya | December 16, 2024 9:07 PM

ମାଲକାନଗିରି, ୧୬।୧୨(ଆ.ପ୍ର) : ନୃତ୍ୟ ସଂଗୀତରେ ରବିବାର ବିଳମ୍ବିତ ରାତିରେ ସରି ଯାଇଛି ମାଲ୍ୟବନ୍ତ ମହୋତ୍ସବର ତୃତୀୟ ସନ୍ଦ୍ୟା । ଆଜି ଠାରୁ ଆରମ୍ଭ ହୋଇଯାଇଛି ପଲ୍ଲୀଶ୍ରୀମେଳା। ରବିବାର ରାତ୍ରରେ ଚଳଚିତ୍ର ଅଭିନେତା ସମ୍ବିତ ଆଚାର୍ଯ୍ୟ, ଚଳଚିତ୍ର ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ସହିତ ଚଳଚିତ୍ର ସଂଗୀତ ଗାୟକ ସ୍ଵୟମ ପାଢୀ,ଶଶାଙ୍କ ଶେଖର ସାହୁ,ସୋହିନୀ ମିଶ୍ର ଙ୍କ ସହ ଭୁବନେଶ୍ବର ସିଗ୍ନେଚର ବ୍ୟାଣ୍ଡ ମେଲୋଡି ମାଲ୍ୟବନ୍ତ ଉତ୍ସବର ତୃତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରଗରମ କରି ଦେଇଥିଲେ । ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକମାନେ ପ୍ରବଳ ଶୀତ କାକରରେ ବସି  ନୃତ୍ୟକୁ ଉପଭୋଗ କରିଥିଲେ।  

ତଣ୍ଡିକି ସେବାଶ୍ରମରେ ଆଦିବାସୀ ଛାତ୍ରଛାତ୍ରୀମାନେ ସୁନ୍ଦର ଭାବେ ବଡଯାତ୍ରା ନୃତ୍ୟ ପରିବେଷଣ କରିଥିଲେ । ରାତ୍ରରେ ଦେଶିଆ ନାଟ ପରିବେଷଣ ହୋଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ମାଲ୍ୟବନ୍ତ ମଣ୍ଡପ ନିକଟରେ ପ୍ରାୟ ୩୦ହଜାର ରୁ ଉର୍ଦ୍ଧ ଦର୍ଶକଙ୍କ ଭିଡ ଜମିଥିଲା । କାର୍ଯ୍ୟକ୍ରମ ଶେଷରେ ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇଥିଲା । 

ଆଜି ଠାରୁ ଆରମ୍ଭ ହୋଇଛି ପଲ୍ଲୀଶ୍ରୀ ମେଳା। ୨୧୩ଟି ବିଭିନ୍ନ ବିଭାଗର ଉନ୍ନୟନମୁଳକ ଷ୍ଟଲ  ଖୋଲାଯିବା ସହିତ ଜିଲ୍ଲା ସ୍ତରୀୟ ଉନ୍ନୟନ ପ୍ରଦର୍ଶନୀ ଓ ଓରମାସରେ ଏସ ଏଚଜି ଷ୍ଟଲ ସାଙ୍ଗକୁ ଦୋକାନ ବଜାର, ମିନାବଜାର, ଭେଳିକି ଭଳି ରଙ୍ଗବେରଙ୍ଗର ତୋରଣ ବେଶ ଚିତିକର୍ଷକ ହୋଇଛି।  ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ସନ୍ଧ୍ୟା କାର୍ଯ୍ୟକ୍ରମେ ଯୁବନାଟ୍ୟକାର ଶ୍ରୀତମ ସାମନ୍ତରାୟଙ୍କ ଦେଶିଆ ନାଇଟ କାର୍ଯ୍ୟକ୍ରମ ସହିତ ସ୍ଥାନୀୟ କଳାକାର ମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ମାଲ୍ୟବନ୍ତ ମଣ୍ଡପ ସହିତ ଜିଲ୍ଲାରେ କଢା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.