ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ଖୋଲା ଆକାଶ ତଳେ ପଡିଛି ଧାନ, ବର୍ଷା ଦେଖି ଚାଷୀ ଛାନିଆ

Published By : Prameya | December 19, 2024 7:06 PM

ମାଲକାନଗିରି,୧୯/୧୨ :  ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଆଜି ଦିନ ତମାମ ମାଲକାନଗିରି ଜିଲ୍ଲାରେ ପାଗ କୋହଲା ରହିଛି। ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ଏବେ ବି ଜିଲ୍ଲା ରେ ଅନେକ ଖାଲୁଆ ଜମିରେ କଟା ହୋଇପଡି ରହିଥିବା ଧାନ ବର୍ଷା ପାଣିରେ ଭିଜିବାର ସମ୍ବାବନା ରହିଛି, ଖଳା ଓ ମଣ୍ଡି ରେ ପଡ଼ିଥିବା ଧାନ ଓଦା  ହେବାର ଆଶଙ୍କା ଥିବାରୁ ଭିଜା ଧାନ କିପରି ମଣ୍ଡି ରେ ବିକ୍ରୀ କରିବେ ସେ ନେଇ ଚାଷୀ ମାନେ ଚିନ୍ତାରେ ପଡିଯାଇଛନ୍ତି।କାରଣ  ବର୍ଷାରେ ଧାନ ଭିଜିବା ଦ୍ୱାରା ଧାନର ଆଦ୍ରତା ବଢ଼ିଯିବ।  ଏଫଏକ୍ୟୁ ଧାନ  ନ ହେବାରୁ ମଣ୍ଡିରେ ବିକ୍ରୀ କରିବା କଷ୍ଟକର ହୋଇ ପଡିବା ଭୟ ଘାରିଛି ଚାଷୀ ମାନଙ୍କୁ।

ସରକାର ଧାନ କିଣାରେ ସ୍ଵଚ୍ଛତା ରକ୍ଷା କରିବାକୁ ଅନେକ ନିୟମ କରିଛନ୍ତି ।  କିନ୍ତୁ ଚାଷୀଙ୍କ ପାଇଁ ଏହି ନିୟମ ବର୍ତ୍ତମାନ ସମସ୍ୟା ସୃଷ୍ଟି କରିଛି। କେତେ ଦିନ ଧରି ଧାନକୁ ଖଳାରେ ଶୁଖାଇବୁ, ବର୍ଷା ଦାଉ ସାଜିଛି,ଧାନ ଚୋରି ସହ ଗାଈଗୋରୁ ପଶିବାର ସମ୍ଭାବନା ରହିଛି।  । ସରକାର କରିଥିବା ନିୟମକୁ ଦେଖିଲେ ଗୋଟିଏ ଦିନରେ ମାତ୍ର ୨ରୁ ୩ଜଣ ଚାଷୀ ଧାନ ବିକ୍ରି କରିପାରିବେ ।  ମାଲକାନଗିରି ଜିଲ୍ଲା ରେ ଅଧିକାଂଶ ସମୟ ରେ ଲିଙ୍କ୍ ଫେଲ୍ ସମ୍ଭାବନା ରହୁଥିବାରୁ ମଣ୍ଡି କୁ ଗଲେ ସୁଦ୍ଧା ଧାନ ବିକ୍ରି ହୋଇପାରି ନାହିଁ। ମେଘୁଆ ପାଗ ଦେଖି ଚାଷୀ ପ୍ରମାଦ ଗଣିବା ଆରମ୍ଭ କରିଦେଇଛନ୍ତି। ଏମିତି ସ୍ଥିତିରେ ପୁରୁଣା ନିୟମ ଅନୁସାରେ ଧାନ ଉଠାଇବା ପାଇଁ ଚାଷୀ ଦାବି କରିଛନ୍ତି I  

ବର୍ଷା ସମ୍ଭାବନାକୁ ଆଖି ଆଗରେ ରଖି ମଣ୍ଡି ଗୁଡିକରେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଚାଷୀଙ୍କ ଧାନ ଘୋଡାଇ ରଖିବା ପାଇଁ ତାର୍ପଲିନ ଓ ପାଲ ବ୍ୟବସ୍ଥା କରାଯାଇଛି।ଜିଲ୍ଲା ରେ ୧୬ତାରିଖ ଠାରୁ ମଣ୍ଡି ଆରମ୍ଭ ହୋଇଛି। ଜିଲ୍ଲା ରେ ୨୭ ମିଲର ଯୋଗାଣ ବିଭାଗ ସହ ଚୁକ୍ତି କରି ମଣ୍ଡିରୁ ଧାନ ଉଠାଇବା ଆରମ୍ଭ କରିଦେଇଛନ୍ତି, ଇତି ମଧ୍ୟରେ ୭୭୧୨କୁଇଣ୍ଟାଲ ଧାନ ମଣ୍ଡି ରେ ଚାଷୀ ଙ୍କ ଠାରୁ କ୍ରୟ କରାଯାଇଛି। ୧୭୦୦କୁଇଣ୍ଟାଲ ଧାନ ମଣ୍ଡିରୁ ମିଲର ମାନେ ଉଠାଇସାରି ଥିବା ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଏମ.ଏମ.ପଟନାୟକ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.