ମାଲକାନଗିରି, ୩/୧୦ : ହସ ଖୁସିରେ ସ୍କୁଲକୁ ଯାଉଥିବା ପିଲାର ପାଠ ପଢାରେ ଡୋରି ବନ୍ଧା ହୋଇଯାଇଛି । କଅଁଳ ବୟସରେ ମାଡି ବସିଲା ରୋଗ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନ ପାରି ଗୋଟିଏ ଘର କୋଣରେ ଶୋଇ ରହିଛି ନିଷ୍ପାପ ଛୋଟ ବାଳକ । ଏପରି ଘଟଣା ଦେଖିବାକୁ ମଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ୧୧୯କଲୋନିରେ I କଲୋନି ଅଙ୍ଗନୱାର୍ଡ ନିକଟରେ ଭଙ୍ଗାକୁଡିଆ ଘରେ ରହୁଛନ୍ତି ବିଧବା ମହିଳା ମାଳତୀ ନାୟକ । ତାଙ୍କ ସ୍ଵାମୀ ସତ୍ୟ ନାୟକ ରୋଗରେ ପଡି ଗତ ୫ ବର୍ଷତଳେ ଆରପାରିକୁ ଚାଲିଗଲେ । ଛାଡି ଦେଇଗଲେ ୫ଟି ସନ୍ତାନ । ଏକା କି ସଂଘର୍ଷ କରି ପର ଘରେ କୁଲି ମଜୁରି ଲାଗି ୩ଝିଅ ଓ ଦୁଇ ପୁଅ ୫ଟି ପିଲାଙ୍କୁ ସ୍କୁଲରେ ପା ପଢାଇ ବଡ ମଣିଷ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ ମା । ହେଲେ ତାଙ୍କ ସ୍ୱପ୍ନ ସତ୍ୟ ହେବା ପୂର୍ବରୁ ବେଢି ଉପରେ କୋରଡା ମାଡ ପରି ଦଇବ ଦଣ୍ଡ ଦେଲା ।
ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଅଭିଶେକ ନାୟକ ଗତ ଦେଢ ମାସ ହେଲା ଅଚିହ୍ନା ରୋଗରେ ପୀଡିତ ହୋଇ ରୋଗ ଶଯ୍ୟାରେ ଶୋଇ ରହିଛି। ତାର ଗୋଡ ହାତ ସବୁ ସରୁ ହୋଇ ଯାଉଛି । ଦେହ ଦୁର୍ବଳ ହୋଇ ଚଲାବୁଲା କି ବସା ଉଠା କରି ପାରୁ ନ ଥିବାରୁ ତାର ପାଠପଢାରେ ଡୋରି ବନ୍ଧା ହୋଇ ଯାଇଛି । ପର ଘରେ ମୂଲ ମଜୁରୀ ଲାଗି ପେଟକୁ ଦାନା ଯୋଗାଡ଼ କରି ପୁଅର ସେବା କରୁଛନ୍ତି ବିଧବା ମା । ଗତ ୫ବର୍ଷ ତଳେ ସ୍ୱାମୀ ପରପାରିକୁ ଚାଲିଗଲେ । ସେ ଦୁଖଃକୁ ଛାତି ତଳେ ଚାପି ରଖି ପିଲାମାନଙ୍କୁ ମଣିଷ କରିବା ପାଇଁ ସଂଘର୍ଷ ଜାରି ରଖିଥିବାବେଳେ ଦଇବ ଦାଉ ସାଜିଲା ହସଖୁସିର ସଂସାରରେ ଦୁଃଖର ପାହଡ ଲଦି ହୋଇଗଲା । ଅଭିଶେକକୁ କି ବେମାର ହେଲା କେଜାଣି ତାକୁ ଯେତେ ପ୍ରକାର ଔଷଧ ଦେଲେ ବି ଭଲ ହେଲା ନାହିଁ । ଘରେ ଯାହା ଟଙ୍କା ପଇସା ଥିଲା ସବୁ ତାର ଚିକିତ୍ସାରେ ଚାଲିଗଲା । ଗରିବି ପରିବାର ଅଧିକ ଚିକିତ୍ସା ପାଇଁ ବାହରକୁ ନେଇ ପାରୁନାହାଁନ୍ତି। କିଛି ବଦାନ୍ୟ ବ୍ୟକ୍ତିଙ୍କ ଉଦମ୍ୟରେ ମାଲକାନଗରି ଜିଲ୍ଲା ହସପିଟାଲକୁ ପୁଅକୁ ଚିକିତ୍ସା ନିମନ୍ତେ ନେଇଥିଲେ । ହେଲେ ସେଠାରୁ ଡାକ୍ତରମାନେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିଦେଲେ । ଟଙ୍କା ପଇସା ଯୋଗଡ କରି କୋରାପୁଟକୁ ପୁଅକୁ ନେଲେ । ସେଠାରେ କିଛିଦିନ ରହିବା ପରେ ଉଚ୍ଚତର ଚିକିତ୍ସା ନିମନ୍ତେ ଡାକ୍ତରମାନେ ବ୍ରହ୍ମପୁର ହସପିଟାଲକୁ ରେଫର କରିଦେଇଛନ୍ତି ।
ଘରକୁ ୫ଟି ପିଲା ସେ ଏକା କି ବିଧବା ମହିଳା ପାଖରେ ଟଙ୍କା ନାହିଁ କେମିତି ବଡଡାକ୍ତରଖାନାକୁ ପୁଅକୁ ନେଇ ଚିକିତ୍ସା କରିବେ । ସେ ଚିନ୍ତା ଘାରିଛି କ’ଣ କରିବେ କିଛି ଭାବି ପାରିଲେ ନାହିଁ । କର୍ମକୁ ଆଦରି ଗତ ଦେଢ ମାସ ହେଲା ସେମିତି ବିଛିଣାରେ ପଡି ଜୀବନ ମରଣ ସହିତ ବଚିଂବା ପାଇଁ ସଂଘର୍ଷ କରୁଛି ନିରିହ ୧୦ବର୍ଷର ବାଳକ ଅଭିଶେକ । ଗରିବ ଆସଦାୟଙ୍କୁ ସବୁ ପ୍ରକାର ସହାୟତା ଓ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । କିଏ ବି ଭୋକରେ ରହିବେ ନାହିଁ କି ଚିକିତ୍ସା ଅଭାବରୁ ରୋଗରେ ପଡିବେ ନାହିଁ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପୁଟୁଥିବା ବେଳେ ମାଲକାନଗରି ଜିଲ୍ଲା ସଦର ମହକୁମାଠାରେ ଅସହାୟ ଗିରବ ମାଳତୀ ପରିବାରଙ୍କୁ ନା କେଉଁ ସରକାର ନା କେଉଁ ସ୍ୱେଚ୍ଛାସେବି ଅନୁଷ୍ଠାନ ସାହାଯ୍ୟ କରୁଛି । ଏହି ଅସହାୟ ଗରିବ ପରିବାରକୁ ସରାକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ସହିତ ରୋଗଗସ୍ତ ଅଭିଶେକର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ କଲୋନୀବାସୀ ଦାବି କରିଛନ୍ତି।