ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବାଲିମେଳା ଜଳଭଣ୍ଡାର ଉଛୁଳି ସ୍ୱାଭିମାନ ଅଞ୍ଚଳରେ ପଶିଲା ପାଣି

Published By : Prameya | October 1, 2024 9:22 PM

ମାଲକାନଗିରି/ଚିତ୍ରକୋଣ୍ଡା, ୧/୧୦(ଆପ୍ର ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଦ୍ୱାରା ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳ ଭଣ୍ଡାର ଜଳ ସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି।  ଜଳ ଭଣ୍ଡାର ର ଉଛୁଳା ଜଳ ସ୍ୱାଭିମାନ ଅଞ୍ଚଳର ଅନେକ ଗ୍ରାମରେ ପ୍ରବେଶ କରି ରାସ୍ତାଘାଟ ପାଣି ସୁଅ ଚାଲିବା ସହିତ ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଛି। 

 ବିଶେଷ କରି ସ୍ୱାଭିମାନ ଅଞ୍ଚଳର ମୁଦୁଲିଗୁଡା, ଖଜୁରୀଗୁଡା, ନାରୀଙ୍ଗୀ ଝୋଲା ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି। ରି ନକା ମାମୁଡ଼ି ପଞ୍ଚାୟତ ରେ ପ୍ରାୟ କିଛି ଗାଁରେ ପାଣି ପଶି ଯାଇଛି।ଲୋକଙ୍କୁ ଚାଷ ଜମି ବୁଡ଼ିବା ସହ  ଘର ମଧ୍ୟ କ୍ଷୟ କ୍ଷତି ହୋଇଛି।ଲୋକଙ୍କ ର ଜୀବନ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହେଇଛି। ଖବର ପାଇ  ଭରା ଜଳ ଭଣ୍ଡାର ଉଛୁଳା ପାଣି ରେ ଡଙ୍ଗା ଯୋଗେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଓ ଚିତ୍ରକୋଣ୍ଡା ବ୍ଲକ ତହସିଲ କର୍ମଚାରି ମାନେ  ପହଁଞ୍ଚି ପ୍ରସ୍ଥିତି ଅନୁଧ୍ୟାନ କରିଛନ୍ତି। ପାଣିଘେରରେ ରହିଥିବା କିଛି ଗ୍ରାମବାସୀଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ସୁରକ୍ଷିତ ଉଚ୍ଚସ୍ଥାନକୁ ଅଣାଯାଇଛି।

 ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ଲଗାଣ ବର୍ଷା ଯୋଗୁଁ ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୧୫୧୪ ଫୁଟରେ ପହଞ୍ଚିଛି। ଜଳଭଣ୍ଡାର ଜଳସ୍ତର ବଢିବା ଫଳରେ ସ୍ବାଭିମାନ ଅଞ୍ଚଳର କିଛି ତଳିଆ ଅଞ୍ଚଳ ବୁଡି ଯାଇ ବିଭିନ୍ନ ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଜାନବାଇ ଠାରେ ଥିବା ଗୁରୁପ୍ରିୟା ସେତୁ ନିକଟକୁ ମଧ୍ୟ ପାଣି ଲାଗିଯାଇ ବୁଡ଼ିବାର ଆଶଙ୍କା ରହିଛି।  ସେତୁର ଗାର୍ଡରରୁ ମାତ୍ର ଦୁଇରୁ ତିନି ଫୁଟ ତଳେ ଜଳସ୍ତର ରହିଛି। ଆଗକୁ ଜିଲ୍ଲାରେ ଲଗାଣ ବର୍ଷା ହେଲେ ଏହି ଜଳ ସ୍ତର ବୃଦ୍ଧି ପାଇ ସ୍ୱାଭିମାନ ଅଞ୍ଚଳର ଅନେକ ତଳିଆ ଗ୍ରାମ ବୁଡିଯିବା ସହିତ ଗୁରୁପ୍ରିୟା ସେତୁ ମଧ୍ୟ ବୁଡିବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.