ପ୍ରମୂଖ ଖବର
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ପିକ ଆପ ଭ୍ୟାନ ସହିତ ଏକ ଟନ କଇଁଛ ଜବତ, ୨ ଗିରଫ

ମାଲକାନଗିରି,୩୦।୯ : ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଜୀବନ୍ତ କଇଁଛ ଚୋରା ଚାଲାଣ ହେଉଥିବା ବେଳେ  ବନ ବିଭାଗ ଚଢାଇ କରି ଗାଡି ସହ ଏକ ଟନ କଇଁଛ ଜବତ କରିଛି। ଏଥିସହ  ଦୁଇଜଣଙ୍କୁ ବନବିଭାଗ ଅଧିକାରୀ ଗିରଫ କରିଛନ୍ତି। ଗିରଫ ବ୍ୟକ୍ତିମାନେ ହେଲେ କାଲିମେଳା ଅଞ୍ଚଳର ଏମପିଭି-୯୬ର ପ୍ରସନଞ୍ଜିତ ଘରାମୀ ଓ ସନ୍ଦୀପ ବାପାରୀ।

ଏକ ପିକଅପ  ଭ୍ୟାନ(ନଂ ଏପି ୩୯ ଏନଏସ୧୫୬୬) ରେ ଆନ୍ଧ୍ରପ୍ରଦେଶର ନରସିଂପାଟଣାରୁ କାଲିମେଳାକୁ କଇଁଛ ଚୋରା ଚାଲାଣ ହେଉଥିଲା। ଖବର ପାଇଁ  ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକଙ୍କ ନେତୃତ୍ୱ ରେ ବନପାଳ ନିରଞ୍ଜନ ସରକାର, ହରି ହନ୍ତାଳ, ସରୋଜ କୁମାର ଘଡ଼େଇ, ବନରକ୍ଷୀ ରାଜୁ ମାଡକାମି, ସଂସାଙ୍କ କୁମାର ଦାଶ, ରାମ ଚନ୍ଦ୍ର ମାଝୀ ପ୍ରମୁଖ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ରାଜୁଲକୋଣ୍ଡାଠାରେ ଜଗିଥିଲେ ।  ପିକଅପ ଭ୍ୟାନ ଆସିବା ପରେ ବନବିଭାଗ କର୍ମଚାରୀମାନେ ଅଟକାଇ ଗାଡି ସହିତ କଇଁଛ ଜବତ କରିଥିଲେ। ୪୮୯ ଟି କଇଁଛ ଏହି ଗାଡ଼ିରେ ଚାଲାଣ କରାଯାଉଥିଲା। ଜବତ ପରେ କଇଁଛ ଓଜନ କରିବାରୁ ୯୩୫ କେଜି ହୋଇଥଲା। ଏତେ ଗୁଡିଏ କଇଁଛ କାହିଁକି ଚୋରା ଚାଲାଣ କରାଯାଉଥିଲା ଏବଂ ଏହି ରାକେଟରେ ଅନ୍ୟ କାହାର ସମ୍ପୃକ୍ତ ଅଛି କି ନାହିଁ ସେ ସମ୍ପର୍କରେ  ଚିତ୍ରକୋଣ୍ଡା ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ବୋଲି ରେଞ୍ଜର ଶ୍ରୀ ନାୟକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.