ପ୍ରମୂଖ ଖବର
  • ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଏଆରଆଇ
  • ||
  • ଜନତା ମଇଦାନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୭ ପ୍ରବାସୀଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବେ
  • ||
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍‌ଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ମନୋଜ ତିୱାରୀ

Published By : Tapas Panda | January 9, 2025 8:44 PM

ନୂଆଦିଲ୍ଲୀ: ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତର ଶୋଚନୀୟ ପରାଜୟ ପରେ ଖୁବ ସମାଲୋଚିତ ହୋଇଛନ୍ତି ଗମ୍ଭୀର । କୋଚିଂ କ୍ୟାରିୟର ଆରମ୍ଭରୁ ବିବାଦରେ ରହିଆସିଥିବା ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ ଟିମ୍, ଅଷ୍ଟ୍ରେଲିଆ ସମେତ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଠାରୁ ମଧ୍ୟ ସିରିଜ ପରାଜିତ ହୋଇଛି । ଏହାରି ମଧ୍ୟରେ ଗୌତମ ଗମ୍ଭୀରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ । ଗମ୍ଭୀରଙ୍କୁ  ଛଳ ପ୍ରକୃତିର ବ୍ୟକ୍ତି ବୋଲି କହିଛନ୍ତି ତିୱାରୀ । ସେ କହିଛନ୍ତି, ଗମ୍ଭୀରଙ୍କ ପାଖରୁ ଯେଉଁ ଆଶା କରାଯାଉଥିଲା ସେଥିପାଇଁ ସେ ଯୋଗ୍ୟ ନୁହଁନ୍ତି । 

ମନୋଜ ତିୱାରୀ  ସ୍ଥାନୀୟ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଗୌତମ ଗମ୍ଭୀର ଜଣେ କପଟୀ ମଣିଷ । ସେ ଯାହା କୁହନ୍ତି, ତାହା କରନ୍ତି ନାହିଁ । ଅଧିନାୟକ (ରୋହିତ) ମୁମ୍ୱାଇରୁ, ଅଭିଷେକ ନାୟର ବି ମୁମ୍ୱାଇରୁ ଆସନ୍ତି । ରୋହିତଙ୍କୁ ଆଗକୁ ଯିବାକୁ ଦିଆଗଲା । ଏଠି କେହି ବି ଜଲଜ ସକ୍ସେନା ପାଇଁ ମୁହଁ ଖୋଲୁ ନାହାନ୍ତି । ସେ ଭଲ ପ୍ରଦର୍ଶନ କରୁଛି କିନ୍ତୁ ଚୁପ୍ ରୁହେ ।' ମନୋଜ ତିୱାରୀ  ବୋଲିଂ କୋଚ୍ ଭାବେ ମୋର୍ଣ୍ଣେ ମୋର୍କଲ ଏବଂ ବ୍ୟାଟିଂ କୋଚ୍ ଭାବେ ଅଭିଷେକ ନାୟରଙ୍କ ଚୟନକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ସେ କହିଛନ୍ତି, 'ବୋଲିଂ କୋଚଙ୍କ ଆବଶ୍ୟକତା କଣ ? ମୋର୍ଣ୍ଣେ ମୋର୍କଲ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ବୋଲିଂ କୋଚ୍ ଥିଲେ । ଅଭିଷେକ ନାୟର କୋଲକାତା ନାଇଟ୍ ଟାଇଡର୍ସରେ ଗମ୍ଭୀରଙ୍କ ସହ ଥିଲେ । ସେ ଯାହା ନିର୍ଦ୍ଦେଶ ଦେବେ ଦୁହେଁ ଏହାକୁ ବିରୋଧ କରିପାରିବେ ନାହିଁ ବୋଲି ଭାରତୀୟ ଟିମର ମୁଖ୍ୟ କୋଚ୍ ଜାଣନ୍ତି ।'

ମନୋଜ ତିୱାରୀ କହିଛନ୍ତି, 'ସେମାନେ ଏକାସାଙ୍ଗରେ କିପରି କାମ କରିବେ ? ରୋହିତ୍ ୱାର୍ଲଡ୍ କପ୍ ଜିତିଥିବା କ୍ୟାପ୍ଟେନ । ଅନ୍ୟପଟେ ଗମ୍ଭୀର କ୍ୟାପ୍ଟେନ ଏବଂ ମେଣ୍ଟର ଭାବେ କୋଲକାତାକୁ ଟ୍ରଫି ଜିତାଇଛନ୍ତି । ଗମ୍ଭୀର ଏକାକୀ କେକେଆରକୁ ଟ୍ରଫି ଜିତାଇ ନାହାନ୍ତି । ଆମେ ସମସ୍ତେ ଏକ ହୋଇ ଭଲ ଖେଳିଥିଲୁ । ଜ୍ୟାକ୍ କ୍ୟାଲିସ, ସୁନୀଲ ନାରାୟାଣ ଏବଂ ମୁଁ, ସମସ୍ତେ ଏଥିରେ ଯୋଗଦାନ ଦେଇଛୁ । କିନ୍ତୁ କ୍ରେଡିଟ୍ କିଏ ନେଲା ? ଏଠି ଏପରି ମାହୋଲ ଏବଂ ପିଆର ଅଛି ଯିଏ ତାଙ୍କୁ ସବୁ ଶ୍ରେୟ ଦେବା ପାଇଁ କାମ କରୁଛି ।' ସେପଟେ ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଛନ୍ତି କେକେଆର ପୂର୍ବତନ ଅଧିନାୟକ ନୀତୀଶ ରାଣା  । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, 'ସମାଲୋଚନା ସତ ଉପରେ ଆଧାରିତ ହେବା ଦରକାର । ମୁଁ ଯେତେ ଜଣଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ ଗୌତମ ଭାଇ ଜଣେ ନିସ୍ୱାର୍ଥପର ଖେଳାଳି । ସେ ସବୁବେଳେ ଦାୟିତ୍ୱକୁ ନିଜ କାନ୍ଧକୁ ନିଅନ୍ତି । ଭଲ ପ୍ରଦର୍ଶନ କୌଣସି ପିଆର୍ ଆବଶ୍ୟକତା କରେ ନାହିଁ । ଟ୍ରଫିଗୁଡ଼ିକ ତାଙ୍କ ପ୍ରଦର୍ଶନର କଥା କହୁଛି ।'

  • Indian cricket team
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.