ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଆଜିଠୁ ଦକ୍ଷିଣ ଆଫ୍ରିକାର ଟି-୨୦ ଲିଗ୍ ଆରମ୍ଭ, ଦିନେଶ କାର୍ତ୍ତିକ ଆସିବେ ନଜର

Published By : Prameya | January 9, 2025 8:18 PM

ନୂଆଦିଲ୍ଲୀ, ୯/୧ : ଆଜିଠାରୁ ସାଉଥ ଆଫ୍ରିକା ଟି-୨୦ ଲିଗ୍ ଆରମ୍ଭ ହୋଇଛି । ଏହି ଲିଗରେ ସାଉଥ ଆଫ୍ରିକା ସମେତ ବିଶ୍ବର ବଡ଼ ବଡ଼ କ୍ରିକେଟର ନଜର ଆସିବେ । ସେହିଭଳି ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ବି ରହିବେ । ପ୍ରକାଶ ଯେ, ପ୍ରଥମ ଥର ହେବ ଯାହାକି ଜଣେ ଭାରତୀୟ କ୍ରିକେଟର କୌଣସି ବିଦେଶୀ ଲିଗରେ ଖେଳିବେ । 

ଏହି ଲିଗର ଆରମ୍ଭ ୨୦୨୨-୨୩ରେ ହୋଇଥିଲା। ଏହା ସାଉଥ ଆଫ୍ରିକା ଟି-୨୦ଲିଗର ତୃତୀୟ ସିଜନ ହେବ । ଉଭୟ ଥର ସନରାଇଜର୍ସ ଇଷ୍ଟର୍ନ କ୍ୟାପ ଟାଇଟେଲ ନିଜ ନାଁରେ କରିନେଇଛି । ଏହି ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚ୍ ପରେ ୪ଫେବୃଆରୀରେ ପ୍ରଥମ କ୍ବାଲିଫାୟର , ୫ଫେବୃଆରୀରେ ଏଲିମିନେଟର ଏବଂ ୬ଫେବୃଆରୀରେ ଦ୍ବିତୀୟ କ୍ବାଲିଫାୟର ଖେଳାଯିବ । ଯାହାକି ଜୋହାନ୍ସବର୍ଗର ଓ୍ବାଡରର୍ସ କ୍ରିକେଟ ଷ୍ଟାଡିୟମରେ ୮ଫେବୃଆରୀରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ସେହିଭଳି ଏହି ସିଜନରେ ପ୍ରାୟ ୩୪ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟନୁସାରେ ଅଧିକ ସମୟ ଏହି ମ୍ୟାଚ୍ ପ୍ରାୟ ରାତି ୯ଟା ସମୟରେ ଆରମ୍ଭ ହେବ । ଏହାସହ ମ୍ୟାଚ୍ ସନ୍ଧ୍ୟା ୪ଟା ସମୟ ଏବଂ ୭ଟା ସମୟରେ ଖେଳାଯିବ । 

ଭାରତୀୟ ଫ୍ୟାନ୍ସ ସାଉଥ ଆଫ୍ରିକା ଟି-୨୦ ଲିଗ୍ ମ୍ୟାଚ୍ ଷ୍ଟାର ସ୍ପୋର୍ଟ୍ସରେ ଲାଇଭ୍ ଦେଖିପାରିବେ । ଏହା ବ୍ୟତୀତ ଡିଜ୍ନୀ ପ୍ଲସ ହଟଷ୍ଟାର ଆପରେ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ଆନନ୍ଦ ନେଇପାରିବେ । SA20  ର ତୃତୀୟ ସିଜନର ପ୍ରାଇଜ ମନି ଅଫିସିଆଲ ପ୍ରକାଶ କରାଯାଇନାହିଁ । କିନ୍ତୁ ମିଡ଼ିଆ ରିପୋର୍ଟ୍ସ ଅନୁସାରେ ଏହି ସିଜନର ବିଜୟୀ ଟିମକୁ ୧୪.୨୦କୋଟି ଟଙ୍କାର ପ୍ରାଇଜ ମନି ଦିଆଯିବ । ଯାହାକି ରନର ଅପ୍ ବ୍ୟତୀତ ନମ୍ବର-୩ରେ ରହିଥିବା ଟିମ୍ ଉପରେ ବି ଟଙ୍କାର ବର୍ଷା ହେବ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.