ନୂଆଦିଲ୍ଲୀ,୮/୧ : ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ମାର୍ଟିନ ଗପ୍ଟିଲ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବାର ଘୋଷଣା କରିଛନ୍ତି । ସେ ୧୪ବର୍ଷର ଲମ୍ବା କ୍ୟାରିୟରରେ କିଓ୍ବି ଟିମକୁ କେତେକ ମ୍ୟାଚରେ ବିଜୟୀ କରିଥିଲେ ଏବଂ ନିଜ ଦମଦାର୍ ବ୍ୟାଟିଂରେ କେତେକ ରେକର୍ଡ଼ ଭାଙ୍ଗିଥିଲେ । ସେ ନ୍ୟୁଜିଲାଣ୍ଡ ଲାଗି ଓ୍ବାନଡେ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିବା ମାମଲାରେ ତୃତୀୟ ନମ୍ବରରେ ଥିଲେ । ସେ ହୋଇପାରେ ଅନ୍ତର୍ଜାତୀୟ କ୍ରିକେଟରୁ ରିଟାୟରମେଣ୍ଟ ନେଉଛନ୍ତି କିନ୍ତୁ ଫ୍ରାଞ୍ଚାଇଜ କ୍ରିକେଟ୍ ଖେଳିବା ଜାରି ରଖିବେ ।
ମାର୍ଟିନ ଗପ୍ଟିଲ ନିଜ ସନ୍ନ୍ୟାସ ଉପରେ କହିଛନ୍ତି କି ଏକ ଛୋଟ ପିଲା ଭାବେ ନ୍ୟୁଜିଲାଣ୍ଡ ଲାଗି ଖେଳିବା ସବୁବେଳେ ସ୍ବପ୍ନ ଥିଲା ଏବଂ ମୁଁ ନିଜ ଦେଶ ଲାଗି ୩୬୭ମ୍ୟାଚ୍ ଖେଳି ଭାଗ୍ୟଶାଳୀ ଏବଂ ଗୌରାବନ୍ବିତ ମନେ କରୁଛି । ମୁଁ ଟିମ୍ ସହ ଥିବା ଅନୁଭୂତିକୁ ସବୁବେଳେ ବଜାୟ ରଖିବି । ମୁଁ ନିଜ ଟିମ୍ ସହ ଏବଂ କୋଚିଂ ଷ୍ଟାଫଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି । ବିଶେଷ ରୂପରେ ମାର୍କ ଓଡେନେଲଙ୍କୁ। ଯିଏ ଅଣ୍ଡର ୧୯ସ୍ତରରେ ମୋତେ ଟ୍ରେନିଂ ଦେଇଥିଲେ ଏବଂ ମୋ କ୍ୟାରିୟରରେ ବାରମ୍ବାର ସପୋର୍ଟ କରି ଆସୁଛନ୍ତି ।