ନୂଆଦିଲ୍ଲୀ,୮/୧ : ଚାମ୍ପିୟନ୍ସ ଟ୍ରଫି ପାଖେଇ ଆସୁଛି । ଏହାସହ ଏହି କଥାର ବି ଅପେକ୍ଷା କି ଟିମ୍ ଇଣ୍ଡିଆର କେଉଁ ଧୁରଧଁର ହେବେ ଯିଏ ଏହି ବଡ଼ ଆଇସିସି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ନଜର ଆସିବେ । ଆଇସିସି ପ୍ରଥମରୁ ୧୨ଜାନୁଆରୀ ତାରିଖ ନିଧାର୍ଯ୍ୟ କରିଛି । ସେତେବେଳ ପର୍ଯ୍ୟନ୍ତ ସବୁ ଟିମକୁ ନିଜ ସ୍କ୍ବାର୍ଡ଼ର ଘୋଷଣା କରିବାକୁ ହେବ । ଭାରତର ଚୟନ କମିଟି ଯେତେବେଳେ ଟିମକୁ ଚୟନ ଲାଗି ବସିବେ ତେବେ ତାଙ୍କୁ ବହୁ ଧର୍ଯ୍ୟର ସହ କରିବାକୁ ପଡ଼ିବ । ଏହି କାମ ବିଶେଷ ସହଜ ହେବ ନାହିଁ । ବିଶେଷ କରି ଭାରତ ଲାଗି ୩ଜଣ ଖେଳାଳୀ ଏଭଳି ଅଛନ୍ତି ଯାହାଙ୍କୁ ନେଇ ସସପେନ୍ସ ଜାରି ରହିଛି ଏବଂ ସେଥିରୁ କେଉଁମାନେ ଟିମରେ ନିଜର ସ୍ଥାନ ପକ୍କା କରିପାରିବେ ଏଥିରୁ ପର୍ଦା ଉଠିବା ବାକି ରହିଛି ।
୨୦୨୩ରେ ଭାରତରେ ଖେଳାଯାଇଥିବା ଓ୍ବାନଡେ ବିଶ୍ବକପ୍ ପରେ ଟିମ୍ ଇଣ୍ଡିଆ ଅଧିକ ଓ୍ବାନଡେ ମୁକାବିଲା ଖେଳିନାହିଁ । ଯାହା ଖେଳିଛି ବି ସେଥିରେ ପ୍ରଦର୍ଶନ କିଛି ଖାସ୍ ନାହିଁ । ଗତ ବର୍ଷ ତଥା ୨୦୨୪ରେ ଭାରତ ୩ଓ୍ବାନଡେ ମ୍ୟାଚ ଖେଳିଛି ଏବଂ ଗୋଟିଏ ମ୍ୟାଚ ବି ଜିତି ନାହିଁ । ମାତ୍ର ଏହା ପୂର୍ବରୁ ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କୁ ନେଇ ବି ପ୍ରଶ୍ନ ଉଠୁଥିଲା । କିନ୍ତୁ ଏବେ ନିଶ୍ଚିତ ଯେ ଏହି ଦୁଇ ଖେଳାଳୀ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଖେଳୁଥିବା ନଜର ଆସିବେ । କିନ୍ତୁ ଏବେ ପିଟିଆଇ ସୂତ୍ରରୁ ଖବର ଆସୁଛି କି , ଏଥିରେ କୁହାଯାଇଛି କି କେଏଲ ରାହୁଲ, ମହମ୍ମଦ ଶାମୀ ଏବଂ ରବିନ୍ଦ୍ର ଜାଡେଜାଙ୍କ ଲାଗି ଟିମରେ ସ୍ଥାନ ପକ୍କା ନାହିଁ । ବିଶେଷ କଥା ଏହା କି ଏହି ୩ଖେଳାଳୀ ଓ୍ବାନଡେ ବିଶ୍ବକପ ଟିମରେ ସାମିଲ ଥିଲେ ।