ନୂଆଦିଲ୍ଲୀ,୧୦/୦୧ : ଭାରତୀୟ କ୍ରିକେଟର ୟୁଝବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ପତ୍ନୀ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦକୁ ନେଇ ଜୋରସୋର ଚର୍ଚ୍ଚା ହେଉଛି । ଖବର କେତେ ସତ କେତେ ମିଛ ଏହାକୁ ନେଇ ସସପେନ୍ସ ରହିଛି । ଛାଡପତ୍ର ଚର୍ଚ୍ଚା ଭିତରେ ଧନଶ୍ରୀଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ୟୁଜବେନ୍ଦ୍ର ଚହଳ । ନିଜେ ଚହଲ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ କିଛି କଥା ସ୍ପଷ୍ଟ କରିଛନ୍ତି । ଡିଭୋର୍ସକୁ ନେଇ ସ୍ପଷ୍ଟ କରି ନଥିଲେ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ନା ମଧ୍ୟ କରି ନାହାନ୍ତି ।
Instagram story of Yuzvendra Chahal. pic.twitter.com/ZtCGg9jHmM
— Johns. (@CricCrazyJohns) January 9, 2025
ସେଲିବ୍ରିଟି ଯୋଡିଙ୍କ ଡିଭୋର୍ସକୁ ନେଇ ଏବେ ଚର୍ଚ୍ଚା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଡିଭୋର୍ସ ପରେ ଏବେ କିଛି ଦିନ ହେବ ଭାରତୀୟ ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀଙ୍କ ମଧ୍ୟରେ ବିବାହ ବିଚ୍ଛେଦକୁ ଖୁବ ଚର୍ଚ୍ଚା ହେଉଛି । ଏହାରି ଭିତରେ ଡିଭୋର୍ସ ଖବରକୁ ନେଇ ମୁହଁ ଖୋଲିଛନ୍ତି ୟୁଜବେନ୍ଦ୍ର ଚହଲ । ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ସହିତ ସେ କହିଛନ୍ତି, ଫ୍ୟାନ୍ସଙ୍କ ସମର୍ଥନ ବିନା କ୍ୟାରିୟରରେ ଏତେ ବାଟ ଆସି ପାରିନଥାନ୍ତି । ମୋ ପାଖରେ ଆହୁରି ଅନେକ ଓଭର ବୋଲିଂ କରିବାକୁ ବାକି ରହିଛି । ଜଣେ କ୍ରୀଡାବିତ ଭାବେ ମୁଁ ସର୍ବଦା ଗର୍ବିତ । ଏହା ସହିତ ମୁଁ ଜଣେ ପୁଅ, ଭାଇ ଓ ବନ୍ଧୁ । ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ନିମନ୍ତେ ସମସ୍ତେ ଆଗ୍ରହୀ ଏହାକୁ ମୁଁ ସମ୍ମାନ ଜଣାଉଛି । ନିକଟରେ କିଛି ସୋସିଆଲ ମିଡିଆ ପୋଷ୍ଟ ଆସିଛି । ଏହା ମଧ୍ୟରୁ କିଛି ସତ କିଛି ମିଛ ହୋଇପାରେ ।
ସେ ଆହୁରି କହିଛନ୍ତି, 'ଜଣେ ପୁଅ, ଭାଇ ଓ ବନ୍ଧୁ ଭାବେ ମୁଁ ସମସ୍ତଙ୍କୁ ଏଭଳି ଗୁଜବରୁ ଦୂରେଇ ରହିବାକୁ ଅନୁରୋଧ କରୁଛି । ଏହା ମୋତେ ଓ ମୋର ପରିବାରକୁ ଆଘାତ ଦେଉଛି । ଅନ୍ୟଙ୍କ ଉନ୍ନତି ଆଶା କରିବା ସହ ସଫଳତା ପାଇଁ କଠିନ ପରିଶ୍ରମ କରିବାକୁ ମୋ ପରିବାର ସର୍ବଦା ଶିକ୍ଷା ଦେଇଛି । ମୁଁ ସର୍ଟକଟ ନ ନେଇ ପରିଶ୍ରମ କରିବାରେ ବିଶ୍ବାସ କରେ । ମୁଁ ସର୍ବଦା ଆପଣମାନଙ୍କ ସହଯୋଗ କାମନା କରିବି । '
୨୦୨୦ରେ ଚହଲ ଓ ଧନଶ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୨୦୨୩ରେ ଦୁହିଁଙ୍କର ଛାଡପତ୍ର ହେବା ଖବର ସାମ୍ନାକୁ ଆସିଥିଲା । ଶ୍ରେୟସ ଆୟରଙ୍କ ସହ ତାଙ୍କ ନାମ ଯୋଡା ହୋଇଥିଲା । ଏବେ ପୁଣି ଏହି ଯୋଡିଙ୍କ ଡିଭୋର୍ସ ନେଇ ଚର୍ଚ୍ଚା ହେଉଛି । ତେବେ ଡିଭୋର୍ସକୁ ନେଇ ସ୍ପଷ୍ଟ କରି ନଥିଲେ ସୁଦ୍ଧା ଏହାକୁ ସମ୍ପୂର୍ଣ୍ଣ ନା ମଧ୍ୟ କରି ନାହାନ୍ତି ୟୁଝବେନ୍ଦ୍ର ଚହଲ ।