ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶ୍ରୀଲଙ୍କା ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ ଘୋଷଣା, ସ୍ମିଥ୍‌ ନେବେ ନେତୃତ୍ୱ

Published By : Prameya | January 10, 2025 1:34 PM

ମେଲବର୍ଣ୍ଣ, ୧୦/୦୧: ଆଗାମୀ  ଶ୍ରୀଲଙ୍କା ଗସ୍ତ ପାଇଁ ଅଷ୍ଟ୍ରେଲିଆ ଟେଷ୍ଟ ଦଳ  ଘୋଷଣା କରାଯାଇଛି । ଷ୍ଟିଭେନ ସ୍ମିଥ ଏହି  ସିରିଜରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ  ନେବେ । ଅଧିନାୟକ ପ୍ୟାଟ୍‌ କମିନ୍ସ ଓ  ଜୋସ ହାଜେଲଉଡ୍‌ଙ୍କୁ ବିଶ୍ରାମ ଦିଆଯାଇ  ଥିବାବେଳେ ମିଚେଲ ମାର୍ଶ ବାଦ ପଡ଼ିଛନ୍ତି ।  ନବାଗତ ଭାବେ କୁପର କନଲିଙ୍କୁ ଦଳରେ  ସ୍ଥାନ ମିଳିଛି । ବର୍ଡର-ଗାଭାସ୍କର ଟ୍ରଫିରେ  ପଦାର୍ପଣ କରିଥିବା ସାମ କନଷ୍ଟାସ, ବ୍ୟୁ  ୱେବଷ୍ଟର ଓ ନାଥାନ ମ୍ୟାକ୍‌ସ୍ୱିନି ୧୬ଜଣିଆ  ଦଳରେ ସ୍ଥାନ ହାସଲ କରିଛନ୍ତି । ଏମାନଙ୍କ  ବ୍ୟତୀତ ସ୍ପିନର ମ୍ୟାଟ୍‌ କୁହ୍ନେମନ ଓ ଟଡ  ମର୍ଫିଙ୍କୁ ଡାକରା ମିଳିଛି । ନାଥାନ ଲାୟନ  ମୁଖ୍ୟ ସ୍ପିନର ଭାବେ ଦଳରେ ରହିଛନ୍ତି ।  ଗାଲେରେ ଉଭୟ ଟେଷ୍ଟ ଖେଳାଯିବ । 

ଦଳ: ଷ୍ଟିଭେନ ସ୍ମିଥ୍‌  (ଅଧିନାୟକ), ସିନ ଆବୋଟ, ସ୍କଟ  ବୋଲାଣ୍ଡ, ଆଲେକ୍ସ କ୍ୟାରୀ, କୁପର  କନଲି, ଟ୍ରେଭିସ ହେଡ୍‌, ଜୋସ ଇଂଲିଶ, ଉସମାନ ଖୱାଜା, ସାମ କନଷ୍ଟାସ, ମ୍ୟାଟ  କୁହ୍ନେମନ, ମାର୍ନସ ଲାବୁସାନ, ନାଥାନ  ଲାୟନ, ନାଥାନ ମ୍ୟାକସ୍ୱିନି, ଟଡ ମର୍ଫି,  ମିଚେଲ ଷ୍ଟାର୍କ, ବ୍ୟୁ ୱେବଷ୍ଟର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.