ପ୍ରମୂଖ ଖବର
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟେଷ୍ଟ କ୍ରିକେଟରେ ଲାଗୁ ହୋଇପାରେ ଟୁ-ଟାୟାର ସିଷ୍ଟମ, ବିଗ୍ ଥ୍ରୀ ଟିମ୍ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଯୋଜନା

Published By : Ankita S | January 10, 2025 8:20 AM

ନୂଆଦିଲ୍ଲୀ,୧୦/୦୧ : ଟେଷ୍ଟ କ୍ରିକେଟରେ ଖୁବଶୀଘ୍ର ଟୁ-ଟାୟାର ସିଷ୍ଟମ ଲାଗୁ ହୋଇପାରେ । ଏହି ବ୍ୟବସ୍ଥାରେ ଟେଷ୍ଟ କ୍ରିକେଟ ଖେଳୁଥିବା ଟିମକୁ ଦୁଇ ଭାଗ କରାଯିବ । କୁହାଯାଉଛି ଏପରି କରାଯିବା ପଛର ଉଦ୍ଦେଶ୍ୟ ହେଉଛି ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦୁଇଟି ଗ୍ରୁପରେ ସାମିଲ କରିବା ଓ ସେମାନଙ୍କ ମଧ୍ୟରେ ଅଧିକରୁ ଅଧିକ ମ୍ୟାଚ ଆୟୋଜନ କରିବା । ଏହାକୁ ନେଇ ଖୁବଶୀଘ୍ର ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କ ଦ୍ବାରା ବୈଠକ ଅନୁଷ୍ଠିତ ହେବ ।

ବିଶ୍ବ ଟେଷ୍ଟ ଚମ୍ପିଆନସିପକୁ (ଡବ୍ଲୁଟିସି) ଦୁଇଟି ସ୍ତରରେ ଆୟୋଜନ କରିବାକୁ ନେଇ ଆଇସିସି ଯୋଜନା କରୁଛି । ଏ ବିଷୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବୋର୍ଡର ଅଧ୍ୟକ୍ଷମାନଙ୍କ ସହ କଥାବାର୍ତ୍ତା କରିବେ । ଆସନ୍ତା ମାସରେ ଏ ସମ୍ପର୍କରେ ଆଲୋଚନା ହୋଇପାରେ ।

ଭଲ ପ୍ରଦର୍ଶନ କରୁଥିବା ଗୋଟିଏ ଗ୍ରୁପ ଓ ଅନ୍ୟମାନେ ଆଉ ଏକ ଗ୍ରୁପରେ ଟେଷ୍ଟ କ୍ରିକେଟ ଖେଳିବେ । ଦ୍ବିସ୍ତରୀୟ ଯୋଜନାରେ ପ୍ରଥମ ସ୍ତରରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ପାକିସ୍ତାନ ଏବଂ ଦ୍ବିତୀୟ ସ୍ତରରେ ବାଂଲାଦେଶ, ଆଫଗାନିସ୍ତାନ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ଜିମ୍ବାୱେ ରହିବେ । ପ୍ରତି ସ୍ତରରେ ସାମିଲ ହୋଇଥିବା ଦଳ ଗୁଡିକ ନିଜ ନିଜ ମଧ୍ୟରେ ମ୍ୟାଚ ଖେଳିବେ । ଡବ୍ଲୁଟିସି ଆଗାମୀ ଚକ୍ରରେ ଏହି ନିୟମ ଲାଗୁ ହୋଇପାରେ ବୋଲି କୁହାଯାଉଛି । ବିଗ୍ ଥ୍ରୀ ଟିମ୍ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଅଧିକରୁ ଅଧିକ ମ୍ୟାଚ ଖେଳାଯିବାକୁ ଯୋଜନା କରାଯାଉଛି ।

ଟେଷ୍ଟ କ୍ରିକେଟରେ କଣ ଟୁ-ଟାୟାର ସିଷ୍ଟମ- ସମସ୍ତଙ୍କ ମନକୁ ଆସୁଥିବ ଟେଷ୍ଟ କ୍ରିକେଟରେ ଟୁ-ଟାୟାର ସିଷ୍ଟମ କଣ ଏହା କିପରି ଲାଗୁ କରାଯିବ । ଆଇସିସି ରାଙ୍କିଂ ତୁଳନାରେ ଶୀର୍ଷରେ ରହୁଥିବା ଦଳକୁ ଗ୍ରୁପ ଏ ଓ ତଳେ ରହୁଥିବା ଦଳକୁ ଗ୍ରୁପ ବିରେ ସାମିଲ କରାଯିବ । ଚର୍ଚ୍ଚା ଅନୁସାରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ପାକିସ୍ତାନ ଟିମ୍ ଗ୍ରୁପ ଏ ରେ ରହିପାରନ୍ତି । ସେହିପରି ଗ୍ରୁପ ବିରେ ବାଂଲାଦେଶ, ଆପଗାନିସ୍ତାନ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ ଓ ଜିମ୍ବାୱେ ରହିବେ । ଏହି ବ୍ୟବସ୍ଥା ୨୦୨୭ ପରଠୁ ଲାଗୁ ହୋଇପାରେ । ଉକ୍ତ ବର୍ଷ ଏମସିଜିରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୧୫୦ତମ ଟେଷ୍ଟ ମ୍ୟାଚ ହେବ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫି ପରେ ଏହି ଚର୍ଚ୍ଚା ଜୋର ଧରିଛି । ମେଲବର୍ଣ୍ଣ ଟେଷ୍ଟକୁ ଅଧିକ ଦେଖିଛନ୍ତି ଦର୍ଶକ । ଓଟିଟି ପ୍ଲାଟଫର୍ମରେ ଭାରତ ଓ ଅଷ୍ଟ୍ରେଲିଆ ବର୍ଡର- ଗାଭାସ୍କର ଟେଷ୍ଟ ମ୍ୟାଚକୁ ଅଧିକ ଲୋକ ଦେଖିଛନ୍ତି । ଏଥିରେ ବହୁତ ରାଜସ୍ବ ରୋଜଗାର କରିଛି ଅଷ୍ଟ୍ରେଲିଆ । ଏପରି ମ୍ୟାଚ ଆୟୋଜନ କରି ଅଧିକ ରାଜସ୍ବ ରୋଜଗାର କରିବାକୁ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ଇଚ୍ଛା ପ୍ରକାଶ କରୁଛନ୍ତି ।

କାହିଁକି ବିରୋଧ କରୁଛନ୍ତି ପୂର୍ବତନ କ୍ରିକେଟର- ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ ଟୁ-ଟାୟାର ସିଷ୍ଟମକୁ କିଛି ପୂର୍ବତନ ଖେଳାଳି ବିରୋଧ କରୁଛନ୍ତି । ଏହି ବ୍ୟବସ୍ଥା ଦ୍ବାରା ଟପ୍ ରାଙ୍କିଂ ଥିବା ଦେଶମାନେ ରୋଜଗାର କରିବେ । ଅନ୍ୟ ଦେଶକୁ ବିଶେଷ କିଛି ଫାଇଦା ମିଳିବ ନାହିଁ । ଟେଷ୍ଟ କ୍ରିକେଟରେ ଦୁର୍ବଳ ଥିବା ଟିମ୍ ବିକାଶ କରିପାରିବେ ନାହିଁ । ଦୁର୍ବଳ ଟିମକୁ ଭଲ ଟିମ୍ ସହ ଖେଳିବାକୁ ସୁଯୋଗ ମିଳିବ ନାହିଁ । ଦୁର୍ବଳ ଟିମର ଖେଳରେ କୌଣସି ଉନ୍ନତି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି ।

ୱେଷ୍ଟଇଣ୍ଡିଜର ଦ୍ରୁତ ବୋଲର ହୋଲ୍ଡିଙ୍ଗ କହିଛନ୍ତି, ଟୁ-ଟାୟାର ସିଷ୍ଟମ ବୁଝା ପଡୁଛି । ମାତ୍ର ଶୀର୍ଷ ଦେଶକୁ ଏହାଦ୍ବାରା ଲାଭ ମିଳିବ । ଦୁର୍ବଳ ଟିମ୍ ଗାଏବ ହୋଇଯିବ । ସେହିପରି କ୍ଲାଇବ ଲାୟର୍ଡ କହିଛନ୍ତି, ସତ କଥା କହିବାକୁ ଗଲେ ଟୁ-ଟାୟାର ସିଷ୍ଟମ ଲାଗୁ ନ ହେବା ଦରକାର । ଏଥିରେ କେବଳ ଶୀର୍ଷ ୩ ଦଳଙ୍କୁ ଅଧିକ ରାଜସ୍ବ ମିଳିବ ଦୁର୍ବଳ ଟିମଙ୍କୁ କୌଣସି ଫାଇଦା ମିଳିବ ନାହିଁ । 

ପୂର୍ବତନ ଭାରତୀୟ କ୍ରିକେଟର ତଥା କୋଚ୍ ରବିଶାସ୍ତ୍ରୀ କହିଥିଲେ, 'ଯଦି ଟେଷ୍ଟ କ୍ରିକେଟକୁ ବଞ୍ଚାଇ ରଖିବାର ଅଛି ତେବେ ଶ୍ରେଷ୍ଠ ଦଳ ଗୁ଼ଡିକ ମଧ୍ୟରେ ମ୍ୟାଚ ଖେଳାଯିବା ଆବଶ୍ୟକ ।' ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟିଭେନ ଫିନ ଆଇସିସିର ଏହି ଯୋଜନାକୁ ନାପସନ୍ଦ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.