ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ହକି ଇଣ୍ଡିଆ ଲିଗ୍: କଳିଙ୍ଗ ଲାନସର୍ସର ଦ୍ୱିତୀୟ ବିଜୟ,୨-୧ ଗୋଲରେ ଗୋନାଶିକାକୁ ହରାଇଲା

Published By : Prameya | January 10, 2025 11:05 AM

ଭୁବନେଶ୍ୱର/ରାଉରକେଲା,୧୦/୦୧: ବେଦାନ୍ତ କଳିଙ୍ଗ ଲାନସର୍ସ ୨-୧ ଗୋଲରେ ଗୋନାଶିକାକୁ ହରାଇ  ଚଳିତ ଏଚ୍‌ଆଇଏଲ୍‌ରେ ଦ୍ୱିତୀୟ ବିଜୟ ହାସଲ  କରିଛି । ଏଥିସହ ଦଳ  ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । 

ଲାନସର୍ସ ଓ ଗୋନାଶିକା ମ୍ୟାଚ୍‌ ବେଶ  ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଗୋନାଶିକା ଗୋଲ ଖାତା  ଖୋଲିଥିଲା । ୧୪ ମିନିଟରେ ଏସ୍‌ଭି ସୁନୀଲ ଚମତ୍କାର ଫିଲ୍ଡ ଗୋଲ୍‌ ଦେଇ  ଦଳକୁ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଲାନସର୍ସ ଏହି ଗୋଲ୍‌ ପରିଶୋଧ କରିଥିଲା । ୨୮ ମିନିଟରେ କିନା ଆଣ୍ଟୋଇନେ ଏହି ଗୋଲ  ଦେଇଥିଲେ । ପୁଣି ତୃତୀୟ କ୍ୱାର୍ଟର ଆରମ୍ଭରୁ ଲାନସର୍ସ ଦ୍ୱିତୀୟ ଗୋଲ୍‌  (୩୩ ମିନିଟରେ ଆରନ ଜେଲେସ୍କି) ଦେଇ ୨-୧ରେ ଆଗୁଆ ହୋଇଥିଲା ।  

ଖେଳର ପରବର୍ତ୍ତୀ ସମୟ ଅତି ସଂଘର୍ଷପୂର୍ଣ୍ଣ ଥିଲା । ଗୋନାଶିକା  ପ୍ରତ୍ୟାବର୍ତ୍ତନ କରିବା ନେଇ ସମସ୍ତ ବଳ ଲଗାଇ ଦେଇଥିଲା । ସେମିତି  ଲାନସର୍ସ ମଧ୍ୟ ଅଧିକ ଗୋଲ୍‌ ଦେବା ନେଇ ଆକ୍ରମଣକୁ ତୀବ୍ର କରିଥିଲା ।  କିନ୍ତୁ ଉଭୟ ଦଳ ନିଜ ନିଜର ପ୍ରୟାସରେ ବିଫଳ ରହିଥିଲେ । ଶେଷରେ  ଗୋଟିଏ ଗୋଲରେ ଅଗ୍ରଣୀ ସହ ଲାନସର୍ସ ବିଜୟୀ ହୋଇଥିଲା । 

ସିଜନରେ ଲାନସର୍ସ ୫ଟି ମ୍ୟାଚ୍‌ରୁ ୨ଟି ବିଜୟ, ଗୋଟିଏ ଖେଳର  ନିର୍ଦ୍ଧାରିତ ସମୟରେ ମଧ୍ୟରେ ଡ୍ର’ ଏବଂ ୨ଟି ପରାଜୟ ସହ ମୋଟ୍‌ ୭ ପଏଣ୍ଟ  ପାଇଛି । ବେଙ୍ଗଲ ଟାଇଗର୍ସ ୯, ତାମିଲନାଡୁ ଡ୍ରାଗନ୍ସ ୯ ଏବଂ ଲାନସର୍ସ ୭  ପଏଣ୍ଟ ପାଇଁ ଟେବୁଲରେ ଯଥାକ୍ରମେ ପ୍ରଥମରୁ ତୃତୀୟ ସ୍ଥାନରେ ରହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.