ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଇନଷ୍ଟାରେ ୯ ଥର ବଦଳାଇଛନ୍ତି ପରିଚୟ, କାହିଁକି ଥିଲା ଦିଲ୍ଲୀ ପ୍ଲାନିଂ ; ସୀମା ହାଇଦରଙ୍କ ଏହି ୫ କଥା ବଢ଼ାଇଲା ସନ୍ଦେହ

ନୋଏଡ଼ା : ସୀମା ହାଇଦର ଗ୍ରେଟର ନୋଏଡ଼ାର ସଚିନଙ୍କ ପ୍ରେମକୁ ପାଇବାକୁ ଭାରତ ଆସିଛନ୍ତି ନା ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଗୁଇନ୍ଦାଗିରି ? ଆପଣ ବି ଏହି ପ୍ରଶ୍ନର ସଠିକ୍‌ ଉତ୍ତର ପାଇବାକୁ ଚାହୁଁଥିବେ। ଏଥିପାଇଁ ଏଟିଏସ୍‌ର ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରିବାକୁ ହେବ। କିନ୍ତୁ ଦୁଇ ଦିନ ଯାଏ ଆତଙ୍କବାଦ ନିରୋଧକ ଏଜେନ୍ସି ପକ୍ଷରୁ କରାଯାଇ ଥିବା ପଚରାପଚରିରେ ଯେଉଁ କଥା ସାମ୍ନାକୁ ଆସିଛି, ତାହା ସୀମା ଉପରେ କରାଯାଉ ଥିବା ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି। ପାକିସ୍ତାନ, ନେପାଳ ଓ ପୁଣି ନୋଏଡାରେ ସେ ଏମିତି କିଛି ହରକତ କରିଛନ୍ତି, ଯେଉଁଥିପାଇଁ ଆଶଙ୍କା କରାଯାଉଛି କି , ସେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଷଡ଼ଯନ୍ତ୍ରର ଜଣେ ସଦସ୍ୟ ହୋଇପାରନ୍ତି , ଯାହା ପାଇଁ ହନିଟ୍ରାପ୍‌ ଏକ ପୁରୁଣା ଅସ୍ତ୍ର। ଆସନ୍ତୁ ଏହି ୫ କାରଣ ଉପରେ ନଜର ପକାଇବା , ଯେଉଁଥି ପାଇଁ ସୀମା ଉପରେ ଲଗାତାର ସନ୍ଦେହ ବଢ଼ିବାରେ ଲାଗିଛି ...

ୟୁପି ଏଟିଏସ୍‌ କଷ୍ଟଡିରେ ସୀମା ହାଇଦର

୯ଥର କାହିଁକି ବଦଳାଇଛି ପରିଚୟ – ପବଜୀ ଗେମ୍‌ ଖେଳି ସଚିନ ମୀଣାଙ୍କ ସହ ପ୍ରେମ ହେବାର ଦାବି କରୁଥିବା ସୀମା ହାଇଦର ସୋସିଆଲ ମିଡ଼ିଆରେ ଖୁବ୍‌ ସକ୍ରିୟ । ସେ ଗତ ବର୍ଷର ଆରମ୍ଭରେ ହିଁ ଇନଷ୍ଟାଗ୍ରାମରେ ନିଜର ଆକାଉଣ୍ଟ ତିଆରି କରିଥିଲେ । ଏହାପରେ ସେ ଲଗାତାର ରିଲ୍ସ କରି ଚାଲିଛନ୍ତି। ସଚିନ ସହ ନିଜର ବ୍ୟକ୍ତିଗତ ସମୟର କ୍ଷଣକୁ ବି କ୍ୟାମେରାରେ କଏଦ କରି ଇନଷ୍ଟାରେ ଅପଲୋଡ୍‌ କରୁଥିବା ସୀମାଙ୍କୁ ପଚରାପଚରିରେ ଜଣାପଡ଼ିଛି କି ସେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ବାରମ୍ୱାର ନିଜର ପରିଚୟ ବଦଳାଇଛନ୍ତି। ସେ ଦେଢ଼ ବର୍ଷ ଭିତରେ ୯ଥର ନିଜର ୟୁଜର ନେମ୍ ବଦଳାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି ସେ ଏମିତି କରିବାର କଣ ଆବଶ୍ୟକ ପଡ଼ିଲା ?

ଖୁବ୍‌ କାନ୍ଦିଲେ ଗୁଲାମ ହାଇଦର , ଦେଖାଇଲେ ପତ୍ନୀ ସୀମାଙ୍କ ଭିଡ଼ିଓ ଓ ଭଏସ୍‌ ରେକର୍ଡିଂ

ଦିଲ୍ଲୀ ନିକଟକୁ କାହିଁକି ଆସିବାକୁ ଚାହୁଁଥିଲେ ସୀମା ?

ସୂତ୍ର ମୁତାବିକ , ସୀମାଙ୍କୁ ପଚରାପଚରିରେ ଜଣାପଡ଼ିଛି କି, ସଚିନ ମୀଣାଙ୍କ ପୂର୍ବରୁ ବି ସେ ଦିଲ୍ଲୀ-ଏନସିଆରର ଅନେକ ଯୁବକଙ୍କ ସହ ଅନଲାଇନ୍‌ କଥାବାର୍ତ୍ତା ହୋଇଥିଲେ । ସେ ସେନା ସହ ଜଡ଼ିତ ଅନେକ ଲୋକଙ୍କ ସହ ବନ୍ଧୁତାର ପ୍ରୟାସ କରିଥିଲେ । ସୀମାର ବନ୍ଧୁତା ଯେବେ ସଚିନଙ୍କ ସହ ହେଲା ତ ପ୍ରାରମ୍ଭିକ କଥାବାର୍ତ୍ତାରେ ସେ ପଚାରି ଥିଲେ ତାଙ୍କ ଘର ଦିଲ୍ଲୀ ଠାରୁ କେତେ ଦୂରରେ । ପ୍ରଶ୍ନ ଏହା କି ସୀମା ଦିଲ୍ଲୀ ବା ଆଖପାଖର ହିଁ ବ୍ୟକ୍ତିଙ୍କୁ କାହିଁକି ତଲାସ କରୁଥିଲେ ?

ଫେକ୍‌ ନାଁରେ ହୋଟେଲ ବୁକ୍‌ –

ଯାଞ୍ଚରେ ଏହା ହି ସାମନାକୁ ଆସିଛି କି ସୀମା ଓ ସଚିନ ମାର୍ଚ୍ଚରେ ଯେବେ ନେପାଳରେ ଏକ ସପ୍ତାହ ଏକାଠି ରହିଥିଲେ ତ ସେ ନିଜର ପରିଚୟ ଲୁଚାଇବାକୁ ଚେଷ୍ଟା କରିଥିଲେ । କାଠମାଣ୍ଡୁର ନ୍ୟୁ ବିନାୟକ ହୋଟେଲରେ ସେ ରୁମ୍‌ ନମ୍ୱର ୨୦୪ ବୁକ୍‌ କରିଥିଲେ। ସଚିନ ଓ ସୀମା ଏଠାରେ ରେଜିଷ୍ଟରରେ ନିଜର ପ୍ରକୃତ ନାଁ ଲେଖି ନଥିଲେ । ଦୁହେଁ ପତିପତ୍ନୀ ଦର୍ଶାଇ ଏଠାରେ ରହିଲେ । ପ୍ରଶ୍ନ ଏହାକି କେଉଁ ଉଦ୍ଦେଶ୍ୟରେ ଆଉ ଏକ  ୩ୟ ଦେଶରେ ଦୁହେଁ ନିଜ ନିଜର ପରିଚୟ ଲୁଚାଇଲେ ?

ବୟାନରେ ପାର୍ଥକ୍ୟ  ଥିଲା –

ଏଟିଏସ ସୀମା , ସଚିନ ଓ ଏହି ପାକିସ୍ତାନୀ ମହିଳାଙ୍କର ଦୁଇ ପିଲାଙ୍କୁ ପଚରାପଚରି କରିଛି । କୁହାଯାଉଛି ଏହି ୩ଜଣଙ୍କୁ ପାଖାପାଖି ୫୦ ପ୍ରଶ୍ନ ପଚରାଯାଇଛି। କିଛି ପ୍ରଶ୍ନ ସାମନା-ସାମନି କରାଯାଇଛି ତ ଆଉ କିଛି ଅଲଗା ଅଲଗା ବସାଇ କରାଯାଇଛି। କିଛି ପ୍ରଶ୍ନର ଉତ୍ତର ସମସ୍ତେ ଏକାଭଳି ଦେଇଥିବା ବେଳେ ଆଉ କିଛି ଉତ୍ତରରେ ପାର୍ଥକ୍ୟ ରହିଥିଲା। ସୀମା ହାଇଦର ପ୍ରେମିକ ସଚିନଙ୍କ ସହ ଗାଏବ 

କାଗଜପତ୍ରରେ ଏପଟସେପଟ

ସୀମାଙ୍କର କାଗଜପତ୍ରକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ସୀମାର ପ୍ରକୃତ ବୟସ କେତେ ଏହା ସ୍ପଷ୍ଟ ହୋଇ ପାରିନାହିଁ। କୁହାଯାଉଛି ସୀମା ଯେଉଁ ପାସପୋର୍ଟରେ ୧୦ରୁ ପାକିସ୍ତାନ ଛାଡ଼ି ଥିଲା ସେ ୮ ମଇରେ ହିଁ ତିଆରି ହୋଇଥିଲା । ସୀମା ପାଖରେ ୪ଟି ଫୋନ୍‌ କାହିଁକି ଥିଲା ? ଗୋଟିଏକୁ ଭାଙ୍ଗି ଦେଇଛି, ସିମ୍ କାହିଁକି ଭାଙ୍ଗିଲା ଏମିତି ଅନେକ ପ୍ରଶ୍ନର ସଠିକ୍‌ ଉତ୍ତର ଏବେସୁଦ୍ଧା ମିଳୁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.